‘ଘରଲୋକେ ଖୋଜୁଥିବେ ମତେ, ମୋ ଘରକୁ ମୋତେ ପଠାଇ ଦିଅ’: ବାଂଲାଦେଶ ବୃଦ୍ଧଙ୍କ ଆକୁଳ ନିବେଦନ

ଭୁବନେଶ୍ୱର ୨୮/୪: ପରିବାର ଲୋକେ ମୋତେ ଖୋଜୁଥିବେ … । ମୁଁ ବାଂଲାଦେଶ ଯିବି… । ଦୟାକରି କିଛି ବ୍ୟବସ୍ଥା କରି ମୋତେ ଟିକେ ଘରକୁ ପଠାଇ ଦିଅ । ମାସେ ହେଲାଣି ମୁଁ ନୟାନ୍ତ ହେଲିଣି । ଏମିତି ଆକୁଳ ନିବେଦନ କରିଛନ୍ତି ବାଂଲାଦେଶରୁ ଚିକିତ୍ସା ପାଇଁ ଓଡ଼ିଶା ଆସିଥିବା ୬୫ ବର୍ଷୀୟ ସେଖ୍‌ ସାବିଲ୍‌ ମହମ୍ମଦ । ଲକ୍‌ଡାଉନ୍‌ ଦିନ ଠାରୁ ସେ ଭୁବନେଶ୍ୱର ରେଳ ଷ୍ଟେସନରେ ଅଟକି ରହିଥିଲେ । ସାହାଯ୍ୟ ପାଇଁ ଏବେ ସେ ଡିସିପି ଅଫିସରେ ପହଞ୍ଚିଛନ୍ତି । ପୁଲିସ୍‌ ତାଙ୍କୁ ଖାଇବାକୁ ଦେବା ସହ କ୍ୱାରେଣ୍ଟାଇନ୍‌ ହୋମ୍‌ରେ ଛାଡ଼ିଛି । ତାଙ୍କ ଘର ବାହୁଡ଼ା ବ୍ୟବସ୍ଥା କରୁଛି ପୁଲିସ।

କେମିତି ଭୁବନେଶ୍ୱରରେ ପହଞ୍ଚିଲେ…

ସେଖ୍‌ ସାବିଲ୍‌ ମହମ୍ମଦଙ୍କ ଘର ବାଂଲାଦେଶ ହାବିଗଞ୍ଜ ଜିଲ୍ଳା ସ୍ୟାମ୍‌ଲି ରୋଡ୍‌ରେ । ସେ ଆଣ୍ଠୁଗଣ୍ଠି ରୋଗରେ ପୀଡ଼ିତ। ଗତ ଫେବ୍ରୁଆରୀ ୨୭ ତାରିଖରେ ବାଂଲାଦେଶ ବେନାପୋଲ ବର୍ଡର ରାସ୍ତା ଦେଇ ସରକାରୀ ଅନୁମତି କ୍ରମେ ପଶ୍ଚିମବଙ୍ଗ ଆସିଥିଲେ । ସେ ଭଦ୍ରକରେ ଏକ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ । ଦେଢ଼ ବର୍ଷ ତଳେ ସେ ଭଦ୍ରକ ଆସିଥିଲେ । ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ଦେଢ଼ମାସ ରହିବେ ବୋଲି ଭିସା ପ୍ରାପ୍ତ କରିଥିଲେ । ଫେବ୍ରୁଆରୀ ୨୭ରେ ସେ ବାଂଲାଦେଶରୁ ଆସି କୋଲକାତାରେ ତାଙ୍କ ସମ୍ପର୍କୀୟଙ୍କ ଘରେ କିଛି ଦିନ ରହିଥିଲେ । ମାର୍ଚ୍ଚ ୨୨ ଟ୍ରେନ୍‌ରେ ଭଦ୍ରକ ଆସୁଥିଲେ । ହେଲେ ଟ୍ରେନ୍‌ ଭିତରେ ସାବିଲ୍‌ ଶୋଇ ପଡିଥିଲେ । ନିଦ ଭାଙ୍ଗିଲା ବେଳକୁ ଟ୍ରେନ୍‌ ଭୁବନେଶ୍ୱରରେ ପହଞ୍ଚି ଯାଇଥିଲା । ସେ ମାଷ୍ଟର କ୍ୟାଣ୍ଟିନ୍‌ ରେଳ ଷ୍ଟେସନ୍‌ରେ ଓହ୍ଲାଇ ପଡିଥିଲେ । ତେବେ ତା’ପରେ ସାରା ଦେଶରେ ଘୋଷଣା ହେଲା ଲକ୍‌ଡାଉନ୍‌ । ଏହାପରେ ଆଉ ଫେରି ପାରିଲେ ନାହିଁ ।

ସେବେ ଠାରୁ ଆଜି ପର୍ଯ୍ୟନ୍ତ ସେ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ରହୁଥିଲେ । ମଝିରେ ମଝିରେ ୟୁନିଟ୍‌-୪ ମସଜିଦ୍‌କୁ ଆସୁଥିଲେ । ଗତକାଲି ସାବିଲ୍‌ ଜାଣିବାକୁ ପାଇଥିଲେ ଆସନ୍ତା ମାସ ୫ ତାରିଖରେ ତାଙ୍କ ଭିସା ଅବଧି ଶେଷ ହେଉଛି । ଆଉ ୮ ତାରିଖରେ ବାଂଲାଦେଶ ପାସ୍‌ପୋର୍ଟ ଅବଧି ମଧ୍ୟ ସରୁଛି । କିଛି ଉପାୟ ନ ପାଇ ସୋମବାର ଷ୍ଟେସନ୍‌ର କିଛି ଲୋକଙ୍କ ସହଯୋଗରେ ଚାଲି ଚାଲି ଆସି ଡିସିପିଙ୍କ ଦପ୍ତରରେ ପହଞ୍ଚି ଥିଲେ । ସେଠାରେ ଏସିପି ରଜତ ରାୟଙ୍କୁ ଭେଟି ଘଟଣା ବିଷୟରେ ଜଣାଇଥିଲେ । ଏସିପି ଶ୍ରୀ ରାୟ ତାଙ୍କୁ ଖାଇବାକୁ ଦେବା ସହ ମାସ୍କ ଦେଇଥିଲେ । ଏହାପରେ ପାସ୍‌ପୋର୍ଟ ଅଫିସର ଭୁବନ ମୋହନ ବୃଦ୍ଧ ବ୍ୟକ୍ତିଙ୍କ ସହ କଥା ହେବା ସହ କାଗଜପତ୍ର ଯାଞ୍ଚ କରି ଘଟଣା ବିଷୟରେ ଡିସିପି ଅନୁପ ସାହୁଙ୍କୁ ଜଣାଇଥିଲେ । ଡିସିପିଙ୍କ ନିର୍ଦ୍ଦେଶରେ ତାଙ୍କୁ ଓୟୁଏଟିରେ ଥିବା କ୍ୱାରେଣ୍ଟାଇନ୍‌ ହୋମ୍‌କୁ ନିଆ ଯାଇଛି । ଆସନ୍ତାକାଲି ତାଙ୍କ କରୋନା ପରୀକ୍ଷା ହେବ । ତା’ପରେ ତାଙ୍କ ଫେରିବା ବିଷୟରେ ପୁଲିସ୍‌ ଆଲୋଚନା କରିବ ବୋଲି ଜଣାପଡିଛି ।

   ସମ୍ବନ୍ଧିତ ଖବର


ମୋ ସିନ୍ଦୂର ମୋର – ସ୍ୱାମୀଙ୍କ ପ୍ରେମିକାଙ୍କୁ ଛୁରୀରେ ଆକ୍ରମଣ କଲେ ମହିଳା !

ବିହାର ରାଜନୀତି: ଆଶାୟୀ ବିଧାୟକ ପ୍ରାର୍ଥୀ ଶ୍ରୀନାରାୟଣଙ୍କୁ ଗୁଳିକରି ହତ୍ୟା, ତାଙ୍କ ନାମରେ ଥିଲା ଅପରାଧିକ ମାମଲା

ଆମେରିକାରେ ସମସ୍ତଙ୍କୁ ମାଗଣା କୋରନା ଟିକା ଦେବା ପାଇଁ ଘୋଷଣା କଲେ ରାଷ୍ଟ୍ରପତି ପ୍ରାର୍ଥୀ ବିଡେନ୍‌

ଆଣ୍ଡ୍ରଏଡ୍‌ ୟୁଜର୍ସ ସାବଧାନ, ଭୁଲରେ ବି ଡାଉନଲୋଡ କରନ୍ତୁ ନାହିଁ ଏହି ୧୯ ଆପ୍ସ

ଟ୍ରାଫିକ୍ କନଷ୍ଟେବଳଙ୍କୁ ମାଡ଼ ମାରିଲେ ମହିଳା , ଭିଡ଼ିଓ ଭାଇରାଲ

ମାନବିକତାର ପରିଚୟ ଦେଲେ କୈଳାଶ, ଏଟିଏମରେ ଛାଡ଼ି ଯାଇଥିବା ଟଙ୍କାକୁ ଆତ୍ମସାତ୍‌ ନକରି ସୋସିଆଲ ମିଡିଆରେ ଜଣାଇଲେ