PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ନାକଟିଦେଉଳରେ ଭାଲୁ ଆକ୍ରମଣରେ ୨ ଚାଷୀ ଗୁରୁତର
  • ||
  • Tokyo Olympics : ଭାରତକୁ ପ୍ରଥମ ପଦକ, ଭାରତ୍ତୋଳନରେ ମୀରାବାଈ ଚାନୁ ଜିତିଲେ ରୌପ୍ୟ ପଦକ
  • ||
  • ସମ୍ବଲପୁର : ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା, ଜଳଭଣ୍ଡାରକୁ ପ୍ରବେଶ କରୁଛି ୭୭ ହଜାର କ୍ୟୁସେକ ଜଳ, ପୁଣି ଗେଟ୍ ଖୋଲିବା ନେଇ ବାଜିଲା ସାଇରନ୍
  • ||
  • ଆନନ୍ଦପୁର : ଶାଳନ୍ଦୀ ନଦୀର ହଦଗଡ ଡ୍ୟାମରୁ ହୋମିଓପାଥି ଡାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ଦୁଇ ଦିନ ତଳୁ ଥିଲେ ନିଖୋଜ
  • ||
  • ଯାଜପୁର : ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଝିଅ ଘର ଲୋକେ
  • ||
  • ତେଲକୋଇ : ନାଳରେ ଭାସିଗଲେ ଓରିଆ ପଞ୍ଚାୟତ ପୁରୁଣାପାଣି ପାଣି ଗାଁର ଗୁରଦେବ ନାୟକ
  • ||
  • ବାନ୍ଦୀପୋରା : ଆତଙ୍କବାଦୀ-ସୁରକ୍ଷାବାହିନୀ ମୁହାଁମୁହିଁ, ସେନା ଗୁଳିରେ ୨ ଆତଙ୍କବାଦୀ ସଫା
  • ||
  • ଟୋକିଓ ଟକ୍କର: ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ, ନ୍ୟୁଜିଲାଣ୍ଡକୁ ୩-୨ରେ ଦେଲା ମାତ୍‌
  • ||
  • ଚଣ୍ଡିଖୋଲ : କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୬୪ ଜଣ କରୋନା ପଜିଟିଭ୍
  • ||
  • ପୁରୀ : ୨୯ ଦିନ ପରେ ରତ୍ନବେଦିକୁ ଫେରିଲେ ମହାବାହୁ, ଆଜି ମିଳିବ ନୀଳାଚଳ ଅବଢ଼ା
  • ||

ଅଳ୍ପକେ ବର୍ତ୍ତିଲେ ବାଂଲାଦେଶ ଖେଳାଳି

ଖ୍ରୀଷ୍ଟଚର୍ଚ୍ଚ, ୧୫ ।୩ (ଏଜେନ୍ସି):ଆତଙ୍କବାଦୀଙ୍କ ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୧୭ ଜଣ ବାଂଲାଦେଶ କ୍ରିକେଟ୍‌ ଖେଳାଳି । ଖ୍ରୀଷ୍ଟଚର୍ଚ୍ଚରେ ଆଜି ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ୪୯ ଜଣ ଲୋକ ପ୍ରାଣ ହରାଇଛନ୍ତି । ଆତଙ୍କବାଦୀମାନେ ଦୁଇଟି ମସଜିଦରେ ପ୍ରବେଶ କରି ଆଖିବୁଜା ଗୁଳି ଚଳାଇଥିଲେ । ୩ କିମ୍ବା ୪ ମିନିଟ ପୂର୍ବରୁ ବାଂଲାଦେଶ ଖେଳାଳି ଯଦି ମସଜିଦରେ ପ୍ରବେଶ କରିଥାନ୍ତେ , ତେବେ କିଛି ବି ଅଘଟଣ ଘଟି ଯାଇଥାନ୍ତା । କିନ୍ତୁ ସବୁ ଖେଳାଳି ସୁରକ୍ଷିତ ଅଛନ୍ତି । ଶନିବାରଠୁ ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ମଧ୍ୟରେ ତୃତୀୟ ଟେଷ୍ଟ ଆରମ୍ଭ ହୋଇଥାନ୍ତା । ଏହି ଘଟଣା ଘଟିବା ପରେ ଟେଷ୍ଟକୁ ବାତିଲ କରାଯାଇଛି । ବାଂଲାଦେଶ ଗସ୍ତ ବାତିଲ କରି ଖୁବ ଶୀଘ୍ର ସ୍ୱଦେଶ ବାହୁଡ଼ି ଆସିବ । ଶୁକ୍ରବାର ଦିନ ୧ଟା ସମୟରେ ବାଂଲାଦେଶ ଖେଳାଳି ହଗ୍‌ଲେ ଓଭାଲ ଷ୍ଟାଡିୟମରେ ଅଭ୍ୟାସ ପାଇଁ ପହଞ୍ଚିଥିଲେ । ବର୍ଷା ଯୋଗୁ ଅଭ୍ୟାସ ସମ୍ଭବ ହୋଇ ନଥିଲା । ତେଣୁ ଖେଳାଳିମାନେ ସ୍ଥାନୀୟ ମସଜିଦରେ ଯାଇ ନମାଜ ପଢ଼ିବାକୁ ନିଷ୍ପତ୍ତି ନେଇଥିଲେ । ମସଜିଦରୁ ଫେରି ଇନ୍‌ଡୋରରେ ଅଭ୍ୟାସ କରିବାର କାର୍ଯ୍ୟକ୍ରମ ଥିଲା । ୧ଟା ୨୭ ମିନିଟ୍‌ରେ ବାଂଲାଦେଶ ଅଧିନାୟକ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇଥିଲେ । ଅବଶିଷ୍ଟ ଖେଳାଳି ମସ୍‌ଜିଦ ଯିବାକୁ ବାହାରିଥିଲେ । ୧ଟା ୩୫ ମିନିଟରେ ୧୭ ଜଣ ବାଂଲା ଖେଳାଳି ଏକ ବସ୍‌ ଯୋଗେ ସ୍ଥାନୀୟ ମସ୍‌ଜିଦକୁ ପ୍ରାର୍ଥନା ପାଇଁ ଯାଇଥିଲେ । ୧ଟା ୪୦ ମିନିଟରେ ମସଜିଦରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏତିକିବେଳେ ରାସ୍ତାରେ ଅଟକି ଯାଇଥିଲା ବାଂଲାଦେଶ ଖେଳାଳିଙ୍କ ବସ୍‌ । ବସ୍‌ ଝରକା ଦେଇ
ଖେଳାଳିମାନେ ଯାହା ଦେଖିଥିଲେ ତାହା ଥିଲା ଅବିଶ୍ୱସନୀୟ । ଚାଲିଥିଲା ଗୁଳି ବିନିମୟ । ରାସ୍ତା କଡ଼ରେ ଆତଙ୍କୀଙ୍କ ଗୁଳିରେ ଟଳି ପଡ଼ିଥିଲେ ଲୋକେ । ଭୟରେ ଲୋକମାନେ ଏଣେ ତେଣେ ଦୌଡ଼ୁଥିଲେ । ହଠାତ କିଛି ବୁଝା ପଡ଼ିନଥିଲା । ସବୁ ଖେଳାଳି ଭୟରେ ମୁଣ୍ଡରେ ହାତ ଦେଇ ବସ ସିଟ୍‌ ତଳେ ଲୁଚି ଯାଇଥିଲେ । ୧ଟା ୫୨ ବେଳକୁ ବରିଷ୍ଠ ଖେଳାଳି ତମିମ ଇକ୍‌ବାଲ କ୍ରିକ୍‌ଇନ୍‌ଫୋର ସାମ୍ବାଦିକ ମହମ୍ମଦ ଇସଲାମକୁ ଫୋନ କରି ଏ ବିଷୟ ଜଣାଇଥିଲେ । ‘ଏଠାରେ ଗୁଳିବିନିୟମ ଚାଲିଛି । ଦୟାକରି ଆମକୁ ବଞ୍ଚାନ୍ତୁ’ । ଠିକ୍‌ ୨ଟା ବେଳକୁ ବାଂଲା ଖେଳାଳି ବସ୍‌ରୁ ବାହାରି ଦୌଡ଼ିଥିଲେ । ୧୫ ମିନିଟ ଚାଲିବା ପରେ ଖେଳାଳିମାନେ ଷ୍ଟାଡିୟମରେ ପହଞ୍ଚିଥିଲେ । ପରେ ଷ୍ଟାଡିୟମ ଡ୍ରେସିଂ ରୁମରେ ବିଶ୍ରାମ ନେବା ପରେ ଖେଳାଳିମାନେ ହୋଟେଲକୁ ଯାଇଥିଲେ । ହୋଟେଲରେ ଭୟାବହ କାହାଣୀର ବିଷୟରେ ବର୍ଣ୍ଣନା କରିଥିଲେ ଟିମ୍‌ ମ୍ୟାନେଜର ଖଲିଦ ମାସୁଦ । ମାସୁଦ କହିଛନ୍ତି, ଆମେ ଭାଗ୍ୟବାଦ ଯେ ଏଭଳି ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛୁ । ଯଦି ଆମେ ୩/୪ ମିନିଟ୍‌ ପୂର୍ବରୁ ପହଞ୍ଚିଥାନ୍ତୁ ତେବେ ମସଜିଦ ମଧ୍ୟରେ ଥାନ୍ତୁ । ତା ପରେ ଆମର ଅବସ୍ଥା କ’ଣ ହୋଇଥାନ୍ତା ଆପଣମାନେ ଭାବି ପାରୁଥିବେ । ବସ ଭିତରୁ ଆମେ ଲୋକମାନେ କିଭଳି ପ୍ରାଣ ବିକଳରେ ଦୌଡ଼ୁଥିଲେ ଦେଖିଛୁ । ଯାହା ଅତି ଅଭଙ୍କର ଦୃଶ୍ୟ ଥିଲା । ଆମେ ବହୁ ଭୟଭୀତ ହୋଇ ପଡ଼ିଥିଲୁ ।’ ଖ୍ରୀଷ୍ଟଚର୍ଚ୍ଚରେ ଏଭଳି ଆତଙ୍କବାଦୀ ଆକ୍ରମଣ ପରେ ବାଂଲାଦେଶର ଗସ୍ତ ବାତିଲ ହୋଇଛି । ବାଂଲାଦେଶ କ୍ରିକେଟ୍‌ ବୋର୍ଡ ଓ ଆଇସିସି ମଧ୍ୟରେ କଥା ବାର୍ତ୍ତା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ବାଂଲା ଦଳର ୨ ପ୍ରମୁଖ ଖେଳାଳି ଲିଟନ ଦାସ, ନଇମ ହାସମ ଏବଂ ସ୍ପିନ ବୋଲିଂ କୋଚ୍‌ ସୁନୀଲ ଜୋଶୀ ହୋଟେଲରେ ବସରେ ନଥିଲେ । ‘ଆମ ଦଳର ମାତ୍ର ୨ ଜଣ ଖେଳାଳିଙ୍କୁ ଛାଡ଼ି ସମସ୍ତ ଖେଳାଳି ବସରେ ଥିଲେ । ଆମେ ମସଜିଦରୁ ମାତ୍ର ୫୦ ୟାର୍ଡ ଦୂରରେ ଥିଲୁ । ଜୀବନ ପ୍ରତି ଆଶା ନଥିଲା । ଭାଗ୍ୟକୁ ଏଭଳି ଘଟଣାରୁ ବର୍ତ୍ତି ଗଲୁ । ଆମେ ଏଠାରେ କେବେବି ଏଭଳି ଘଟଣା ଘଟିବ ବୋଲି ଆଶା ହିଁ କରିନଥିଲୁ । ଆମେ ସମସ୍ତେ ସୁରକ୍ଷିତ ରହିଛୁ ।’ ୨୦୦୯ରେ ଶ୍ରୀଲଙ୍କା ଖେଳାଳି ପାକସ୍ତିାନ ଗସ୍ତରେ ଆତଙ୍କବାଦୀ ଆକମ୍ରଣର ଶକିାର ହୋଇଥେôଲ । ଯଦଓି ସେତେବେଳେ କୌଣସି ଶ୍ରୀଲଙ୍କା ଖେଳାଳି ମୃତାହତ ହୋଇ ନଥିଲେ । ମାତ୍ର ପାକ୍‌ ପୁଲସି ଓ ସାଧାରଣ ଲୋକଙ୍କୁ ମଶିାଇ ଆକ୍ରମଣରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । କିଛି ଶ୍ରୀଲଙ୍କା ଖେଳାଳି ଗୁରୁତର ଆହତ ହୋଇଥିଲେ । ସେବେଠୁ ପାକିସ୍ତାନ ଗସ୍ତ କରିବାକୁ କୌଣସି ଦଳ ରାଜି ହେଉ ନାହାନ୍ତି । ପାକିସ୍ତାନ କ୍ରିକେଟ୍‌ ବୋର୍ଡ ନିଜର ଘରୋଇ ସିରିଜ ୟୁଏଇରେ ଆୟୋଜନ କରି ଆସୁଛି ।