ଫ୍ଳାଗ ମିଟିଂ ବେଳେ ବାଂଲାଦେଶୀ ସୈନିକଙ୍କ ବିଶ୍ବାସଘାତ: ବିଏସଏଫ୍ ଯବାନଙ୍କ ଉପରକୁ କଲେ ଗୁଳି, ଜଣେ ଯବାନ ଶହୀଦ

କୋଲକାତା,୧୭।୧୦: ଭାରତ-ବାଂଲାଦେଶ ଅନ୍ତଃର୍ଜାତୀୟ ସୀମାରେ ପ୍ଲାଗ ମିଟିଂ ସମୟରେ ବର୍ଡର ଗାର୍ଡ ବାଂଲାଦେଶର ସୈନିକମାନେ ଏକେ-୪୭ ରାଇଫଲରୁ ଗୁଳି କରିବା ଆରମ୍ଭ କରିଦେଇଥିଲେ। ଏହି ସମୟରେ ବିଏସଏଫର ହେଡ୍ କନଷ୍ଟେବଳ ବିଜୟ ଭାନ୍ ସିଂଙ୍କର ମୃତ୍ୟୁ ହୋଇଥିଲା, ସେଭଳି ଆଉ ଜଣେ କନଷ୍ଟେବଳ ଗୁରୁବାର ଭାବରେ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ମୁର୍ଶିଦାବାଦ ମେଡିକାଲ କଲେଜକୁ ଅଣାଯାଇଛି।

ମିଳିଥବା ସୂଚନା ଅନୁସାରେ, ଗୁରୁବାର ସକାଳେ ୩ ଭାରତୀୟ ମତ୍ସ୍ୟଜୀବି ଭାରତ-ବାଂଲାଦେଶ ପାଖରେ ଥିବା ପଦ୍ମା ନଦୀରେ ମାଛ ଧରିବାକୁ ଯାଇଥିଲେ। ତାଙ୍କ ଭିତରୁ ଦୁଇଜଣ ଯଦିଓ ଫେରିଆସିଥିଲେ କିନ୍ତୁ ତୃତୀୟ ମତ୍ସ୍ୟଜୀବି ଜଣକୁ ବାଂଲାଦେଶର ସୈନିକ ଗିରଫ କରି ନେଇଯାଇଥିଲେ। ଫେରିବା ପରେ ଦୁଇ ମତ୍ସ୍ୟଜୀବି ବିଏସଏଫକୁ ଆସି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ସେମାନେ କହିଥିଲେ ବର୍ଡର ଗାର୍ଡ ବାଲାଂଦେଶ ୩ ଜଣଙ୍କୁ ଧରି ନେଇଥିଲା ଓ ପରେ ୨ ଜଣଙ୍କୁ ଛାଡି ତାଙ୍କୁ ବିଏସଏଫ ପୋଷ୍ଟ କମାଣ୍ଡରଙ୍କୁ ଫ୍ଲାଗ ମିଟିଂ ଡକାଇବାକୁ କହିଥିଲେ।

ମିଳିଥିବା ସୂଚନା ଅନୁସାରେ, ସକାଳ ୧୦ଟା ୩୦ ମିନିଟ୍ ସମୟରେ ପୋଷ୍ଟ କମାଣ୍ଡର, ଜଣେ ସବ୍ ଇନ୍ସପେକ୍ଟର ଓ ସଦସ୍ୟ ବିଏସଏଫ ଦଳର ପ୍ଲାଗ ମିଟିଂ କରାଯାଇଥିଲା। ବିଏସଏଫର ଅଧିକାରୀଙ୍କ କହିବ​‌ ଅନୁସାରେ, ବାଂଲାଦେଶୀ ସୈନିକ ଭାରତୀୟ ମତ୍ସ୍ୟଜୀବିଙ୍କୁ ଛାଡୁନଥିଲେ। ଏହାଛଡା ବିଏସଏଫର ଟିମକୁ ମଧ୍ୟ ଘେରାଉ କରିବାର ଚେଷ୍ଟା କରିଥିଲେ।

ପରିସ୍ଥିତି ଦେଖିବା ପରେ ବିଏସଏଫ ଯବାନ ନିଜର ଡଙ୍ଗାରେ ଫେରିବା ସମୟରେ ବର୍ଡର ଗାର୍ଡସ ବାଂଲାଦେଶର କିଛି ସୈନିକ ବିଏସଏଫ୍ ଯବାନଙ୍କ ଉପରେ ଏକେ-୪୭ ରାଇଫଲରୁ ଗୁଳି କରିବା ଆରମ୍ଭ କରିଥିଲେ। ଏହି ସମୟରେ ହେଡ୍ କନଷ୍ଟେବଳ ବିଜୟ ଭାନ୍ ସିଂଙ୍କ ମୁଣ୍ଡରେ ଗୁଳି ଲାଗିଥିଲା ଓ ଅନ୍ୟଜଣେ କନଷ୍ଟେବଳଙ୍କ ଡାହଣ ହାତରେ ଗୁଳି ମାଡ ହୋଇଥିଲା। ଉଲ୍ଲେଖନୀୟ ଯେ, ଭାରତ ଓ ବାଂଲାଦେଶ ଯବାନଙ୍କ ଭିତରେ ବେଶ୍ ସୌହାର୍ଦ୍ଦପୂର୍ଣ୍ଣ ସମ୍ପର୍କ ଦୀର୍ଘ ଦଶକ ଧରି ରହିଥିବା ବେଳେ ଗୁଳି କେବେ ଚାଲିନି। ଏହି ଘଟଣା ପରେ ଭାରତ-ବାଂଲାଦେଶର ସୀମାରେ ସୁରକ୍ଷା ବଢାଇ ଦିଆଯାଇଛି। ଘଟଣା ସ୍ଥଳରେ ସେନାର ଅଧିକାରୀମାନେ ପହଁଞ୍ଚିଛନ୍ତି।

   ସମ୍ବନ୍ଧିତ ଖବର


ପ୍ରତିଦିନ ଗୋଟେ ପ୍ୟାକେଟ୍ ସିଗାରେଟ୍ ସେବନ କରୁଥିଲେ ଏହି ବ୍ୟକ୍ତି, ମୃତ୍ୟୁପରେ ଡାକ୍ତର ଦେଖିଲେ ଫୁସଫୁସ୍ ପାଲଟି ଯାଇଥିଲା କୋଇଲା ଭଳି କଳା

ପିଲାବେଳର ଏହି ଫଟୋ ଏବଂ କବିତା ସେୟାର କରି ଜେଜେ ମା’ ଇନ୍ଦିରା ଗାନ୍ଧିଙ୍କୁ ମନେପକାଇଲେ ପ୍ରିୟଙ୍କା, ଟ୍ବିଟ୍ କରି ରାହୁଲ ଦେଲେ ଶ୍ରଦ୍ଧାଞ୍ଜଳି

ଦୁଷ୍କର୍ମ ପାଇଁ ଉଦ୍ୟମ କରୁଥିବା ସମୟରେ କିଛି ଲୋକ ବଞ୍ଚାଇଲେ, ପରେ ସେମାନେ ହିଁ କଲେ ଗଣଦୁଷ୍କର୍ମ

ଦିଲ୍ଲୀ –ଉତ୍ତରାଖଣ୍ଡ ସହିତ ଉତ୍ତର ଭାରତର ବହୁ ସହରରେ ଭୂକମ୍ପ ଝଟକା ଅନୁଭୂତ