ଭୋଟ ଦିନ ସରକାରୀ ଛୁଟି: ବ୍ୟାଙ୍କ, କୋର୍ଟ ବି ବନ୍ଦ

ଭୁବନେଶ୍ୱର,୮ା୪(ବ୍ୟୁରୋ): ଆସନ୍ତା ସାଧାରଣ ନିର୍ବାଚନ ଭୋଟ ଗ୍ରହଣ ଦିନଟିକୁ ସରକାର ଛୁଟି ଘୋଷଣା କରିଛନ୍ତି । ସରକାରୀ ଅଫିସ ଓ କୋର୍ଟ ବନ୍ଦ ରହିବ । ଏହାବ୍ୟତୀତ ନିଗୋସିଏବଲ୍‌ ଇନ୍‌ଷ୍ଟ୍ରୁମେଣ୍ଟ ଆକ୍ଟ ଅନୁସାରେ ବ୍ୟାଙ୍କଗୁଡ଼ିକ ପାଇଁ ମଧ୍ୟ ଛୁଟି ଘୋଷଣା କରାଯାଇଛି । ଯେଉଁ ଅଞ୍ଚଳରେ ଯେଉଁଦିନ ଭୋଟ ଗ୍ରହଣ ଅଛି ସେହି ଦିନଟି ପାଇଁ ହିଁ ସଂପୃକ୍ତ ଅଞ୍ଚଳରେ ଛୁଟି ଘୋଷଣା କରାଯାଇଛି । ଆଜି ଏନେଇ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ଆସନ୍ତା ୧୧ତାରିଖ ଗୁରୁବାର ଦିନ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ସରକାରୀ କାର୍ଯ୍ୟାନୁଷ୍ଠାନ, କୋର୍ଟ ଓ ବ୍ୟାଙ୍କ ବନ୍ଦ ରହିବ । ସେହିଭଳି ୧୮ ତାରିଖ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳ ଓ ଆସିକା ଲୋକସଭା ନିର୍ବାଚନମଣ୍ଡଳୀ ଅଞ୍ଚଳରେ ଛୁଟି ମିଳିବ । ୨୩ ତାରିଖ ମଙ୍ଗଳବାର ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ ଓ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ ଏବଂ ୨୯ ତାରିଖ ସୋମବାର କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଲୋକସଭା ନିର୍ବାଚନମଣ୍ଡଳୀ ପାଇଁ ଛୁଟି ଘୋଷଣା କରାଯାଇଛି ।

   ସମ୍ବନ୍ଧିତ ଖବର


ଆଜି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର

ଓଡିଶା ହାଇକୋର୍ଟରେ ପରୀ ମାମଲା- ସିବିଆଇ ତଦନ୍ତ ପାଇଁ ଜନସ୍ୱାର୍ଥ ମାମଲା ରୁଜୁ

କଟକ ବନଖଣ୍ଡରେ ଦେଖାଦେଲେ ଦୁଇ ବାଘ ଶାବକ- ସ୍ଥାନୀୟ ଅଞ୍ଚଳରେ ଭୟର ବାତାବାରଣ

ଯୋଡାମୁଣ୍ଡ ଶିଶୁ କାଳିଆର ଶେଷକୃତ୍ୟ ସମ୍ପନ୍ନ

ଡାକ୍ତରଖାନାରେ ସ୍ୱାମୀକୁ ଛାଡ଼ି ଚମ୍ପଟ ମାରିଲେ ସ୍ତ୍ରୀ: ଫୋନ୍‌ କରି କହିଲେ.. ‘ମୁଁ ପଳାଇ ଆସିଛି .. ଭଳରେ ରହିବ’

ବନ୍ଧା ହେଲା କୋକେଇ, ମିଳିଲା ଚାରି କାନ୍ଧ: ଶ୍ମଶାନରେ ‘ଶୁଆ’କୁ ହିନ୍ଦୁ ରୀତିନୀତି ଅନୁଯାୟୀ କରାଗଲା ଦାହ ସଂସ୍କାର