ବିଧବାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କଲେ ବ୍ୟାଙ୍କ କର୍ମଚାରୀ, ଲୁଟିନେଲା ଲକ୍ଷାଧିକ ଟଙ୍କା

ବାଲିଅନ୍ତା,୨୨/୦୮: ଜଣେ ବିଧବାଙ୍କୁ ବିବାହ ପ୍ରଲୋଭନ ଦେଖାଇ ଜଣେ ବ୍ୟାଙ୍କ କର୍ମଚାରୀ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଈଶାନ୍‌ ସୋରେନଙ୍କ ନାମରେ ବାଲିଅନ୍ତା ଥାନାରେ ମହିଳା ଜଣକ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଅଭିଯକ୍ତକୁ ଖୋଜୁଛିି ।

ଅଭିଯୋଗରୁ ପ୍ରକାଶ, ନୟାଗଡ଼ ଜିଲ୍ଲା ଫତେଗଡ଼ ଅଞ୍ଚଳର ଜଣେ ମହିଳା ଅଞ୍ଜୁ ଦାଶ (ଛଦ୍ମନାମ) ଭୂଷଣ କମ୍ପାନିରେ ଚାକିରି କରିଥିବା ଜଣେ ଯୁବକଙ୍କୁ ବିବାହ କରିଥିଲେ। ବିବାହର କିଛିଦିନ ପରେ ଅଞ୍ଜୁଙ୍କ ସ୍ୱାମୀଙ୍କ ପରଲୋକ ହୋଇଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ବିଧବା ପତ୍ନୀଙ୍କୁ କମ୍ପାନି ତରଫରୁ ୭ ଲକ୍ଷ ଟଙ୍କା ସହାୟତା ମିଳିଥିଲା । ଏହି ଟଙ୍କା ପାଇବା ପରେ ଅଞ୍ଜୁ ଚକେଇଶିଆଣୀ ଅଞ୍ଚଳରେ ରହି ବିଡିଏ କାର୍ଯ୍ୟାଳୟରେ ଠିକା କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ।

ଏହି ସମୟରେ ଅଟଳା ପୁରୀ ମେନ୍‌ କେନାଲ ଅଞ୍ଚଳର ଏକ ଆପାର୍ଟମେଣ୍ଟର ବାସିନ୍ଦା ଈଶାନ୍‌ ସୋରେନଙ୍କ ସହ ତାଙ୍କର ଭେଟ ହୋଇଥିଲା । ପରେ ଉଭୟଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏସମସ୍ତ ଘଟଣା ଈଶାନଙ୍କ ପରିବାର ଲୋକ ମଧ୍ୟ ଅବଗତ ଥିଲେ। ପ୍ରେମ ସମ୍ପର୍କ ପରେ ଈଶାନଙ୍କ ଲୋଲୁପ ଦୃଷ୍ଟି ପଡିଥିଲା ମହିଳାଙ୍କ ଟଙ୍କା ଉପରେ। ଈଶାନ୍‌ ଅଞ୍ଜୁଙ୍କୁ ବିବାହ ଦେଖାଇ ବାରମ୍ୱାର ଦୁଷ୍କର୍ମ କରିବା ସହ ତାଙ୍କ ନିକଟରେ ଥିବା ଲକ୍ଷାଧିକ ଟଙ୍କା ହଡ଼ପ କରିଥିଲେ। ବାରମ୍ୱାର ଦୁଷ୍କର୍ମ ପରେ ଅଞ୍ଜୁ ଗର୍ଭବତୀ ହୋଇଥିଲେ ।

ବିବାହ କଥା କହିବାରୁ ଈଶାନ୍‌ ସମୟ ଗଡ଼ାଇ ଚାଲିଲେ। ଅଞ୍ଜୁଙ୍କୁ ନେଇ ଜୋର ଜବରଦସ୍ତି ଗର୍ଭପାତ କରାଇଥିଲେ। ବିରୋଧ କରିବାରୁ ତାଙ୍କୁ ଈଶାନ୍‌ ଓ ତାଙ୍କ ପରିବାର ଲୋକେ ବିଭିନ୍ନ ସମୟରେ ମାଡ଼ ମାରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇ ଆସୁଥିଲେ। ଏନେଇ ଅଞ୍ଜୁ ଥାନାରେ ଘଟଣା ସମ୍ପର୍କରେ ଜଣାଇବାକୁ ଯାଉଥିବା ସମୟରେ ବାଲିଅନ୍ତା ସାଇଫନ୍‌ ନିକଟରେ ମଧ୍ୟ ଈଶାନ୍‌ଙ୍କ ପରିବାର ଲୋକେ ପହଞ୍ଚି ତାଙ୍କୁ ମାଡ଼ ମାରିଥିଲେ।

ଏହି ସମୟରେ ବାଲିଅନ୍ତା ଥାନା ପିସିଆର ତାଙ୍କୁ ଉଦ୍ଧାର କରିଥିଲା। ଅଞ୍ଜୁ ଭୁବନେଶ୍ୱର ମହିଳା ଥାନାରେ ଗତ ଅଗଷ୍ଟ ୧୭ ତାରିଖରେ ଲିଖିତ ଅଭିଯୋଗ କରିବା ପରେ ମହିଳା ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରୁଛି । ଈଶାନ୍‌ ଓ ତାଙ୍କ ପରିବାରକୁ ଗିରଫ କରିବାକୁ ଅଞ୍ଜୁ ଦାବି କରିଛନ୍ତି।

   ସମ୍ବନ୍ଧିତ ଖବର


୧୦ ଦିନରେ ପୁଲିସକୁ ମିଳିଲା ୪ ଶବ ତିନୋଟି ହତ୍ୟାକାଣ୍ଡ- ସିରିଏଲ୍‌ କିଲର୍‌ ଗ୍ୟାଙ୍ଗର କାରନାମା, ମାତ୍ର ୧୫୦ ଦୁଇ ଶହ ଟଙ୍କା ଲୁଟ୍‌ ପରେ କରୁଥିଲେ ହତ୍ୟା

ଭାରତୀ ସିଂହଙ୍କୁ ଡ୍ରଗ୍ସ ଦେଉଥିବା ବ୍ୟକ୍ତି ଧରାପଡ଼ିଲା ! ଡେଲିଭରୀ ବୟ ସାଜି କରୁଥିବା ସପ୍ଲାଇ

ସାଇକେଲ୍‌ ବନ୍ଧା ରଖିବାରୁ ଛୁରୀ ଭୁଷି ହତ୍ୟା

ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ୍ -ବାଂଲାଦେଶ ଓ ରୁଷ୍‌ରୁ ଆଣୁଥିଲା ଯୁବତୀଙ୍କୁ

କରୋନା ଭ୍ୟାକସିନ ନେବାପରେ ଦେଖାଦେଉଛି ଏସବୁ ଶାରିରୀକ ସମସ୍ୟା, ଜାଣନ୍ତୁ ସରକାର କ’ଣ କରିଛନ୍ତି ବ୍ୟବସ୍ଥା

ଓଡିଶା ହାଇକୋର୍ଟରେ ପରୀ ମାମଲା- ସିବିଆଇ ତଦନ୍ତ ପାଇଁ ଜନସ୍ୱାର୍ଥ ମାମଲା ରୁଜୁ