PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତ ଇଂଲଣ୍ଡ ଟେଷ୍ଟ ମ୍ୟାଚ- ଭାରତ ୧୪୫ ରନ୍‌ରେ ଅଲ୍‌ ଆଉଟ୍‌
  • ||
  • ନବରଙ୍ଗପୁର- ପରକିୟାପ୍ରୀତି ମହଙ୍ଗା , ପ୍ରେମିକ ସହ ବିବାହିତ ମହିଳା ଫେରାର ହୋଇ ଧରାପଡିବା ପରେ ଗାଁ ଦାଣ୍ଡରେ ବାନ୍ଧି ନିର୍ଧୁମ ଛେଚା ଖାଇଲେ ।
  • ||
  • ପାରାଦୀପ- ପାରଦୀପ ବନ୍ଦର ପକ୍ଷରୁ ୨୭ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ୨୭ ଟି ବିଭିନ ପ୍ରକଳ୍ପର ଏମଓୟୁ ସ୍ୱାକ୍ଷରିତ
  • ||
  • ଅନୁଗୁଳ: ଓଡ଼ପଡ଼ାରେ ୮ ବଖରା ଘର ଭାଙ୍ଗିଲେ ହାତୀ ପଲ
  • ||
  • ରାଜଗାଙ୍ଗପୁର ସମିତିସଭ୍ୟ ଉପନିର୍ବାଚନ । କୁକୁଡ଼ାମୁଣ୍ଡାରେ ପୁଷ୍ପିତା ଓ ବୁଚକୁପଡା ରେ ବସନ୍ତଙ୍କ ବିଜୟ । ଦୁଇଟିରେ ବିଜେଡି ସମର୍ଥିତ ପାର୍ଥୀଙ୍କ ବାଜିମାତ।
  • ||
  • ନୂଆପଡ଼ା – ଜିଲ୍ଲା ପରିଷଦ ଜୋନ୍ ୨ ନିର୍ବାଚନ ଫଳାଫଳ ବିଜେଡ଼ି ପ୍ରାର୍ଥୀ ଅବନୀ ରଞ୍ଜନ ଯୋଶୀ ୧୦୬୨୪ ଭୋଟରେ ବିଜୟୀ
  • ||
  • ଭଦ୍ରକ: ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ମହିଳାଙ୍କୁ ଏସିଡ ମାଡ଼ ଘଟଣା, ୨୦ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ ସୁବାସ
  • ||
  • ବାଲେଶ୍ବର: ଯୌତୁକ ନିର୍ଯାତନା ମୃତ୍ୟୁ ଅଭିଯୋଗ ମାମଲା, ୫ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ବାଲେଶ୍ୱର ଏଡିଜେମ କୋର୍ଟ
  • ||
  • ନୀଳଗିିରି: ଓଡ଼ିଆ ପଥର କାରିଗରଙ୍କ କମାଲ୍, ରାଜସ୍ଥାନରେ ଟ୍ରାଫିକ ସମସ୍ୟା ଓ ତାର ସୁଧାର ପାଇଁ ଗାଇଲେ ଗୀତ,
  • ||
  • ରାୟଗଡା: ନାଗାବଳି ନଦୀରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • କଟକ: ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ମାମଲା, ଗର୍ଭପାତ କରାଇଥିବା ଡାକ୍ତର ଦେବାଶିଷ ଘୋଷଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ
  • ||
  • ଅନୁଗୁଳ: NTPC CISF ଯବାନଙ୍କ ଏକାଉଣ୍ଟରୁ ଟଙ୍କା ଲୁଟ ଘଟଣା, ସାଇବର ଲୁଟେରାକୁ ପଶ୍ଚିମବଙ୍ଗରୁ ଗିରଫ କଲା ପୁଲିସ୍
  • ||
  • ତାଳଚେର ଥର୍ମାଲ ବନ୍ଦ ପ୍ରସଙ୍ଗ: ଆଜି ଠାରୁ ପ୍ରତୀକ ଆନ୍ଦୋଳନ ଆରମ୍ଭ
  • ||
  • ବାଲେଶ୍ବର: ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିଦାଦର ସମାଧାନ ପାଇଁ ପଶ୍ଚିମବଙ୍ଗରେ ବୈଠକ
  • ||
  • ମାଲକାନଗିରି: ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗ, ଗିରଫ ପୋଲିସ କନେଷ୍ଟବଳଙ୍କୁ କୋର୍ଟ ଚାଲାଣ
  • ||
  • କଟକ: ନାଖରା ସ୍ଥିତ ରିଲାଏନ୍ସ ପେଟ୍ରୋଲ ପମ୍ପ ନିକଟରେ ଅଗ୍ନିକାଣ୍ଡ, ଅଗ୍ନିକାଣ୍ଡ କାରଣ ଅସ୍ପଷ୍ଟ, ନିଆଁକୁ ଆୟତରେ ଲାଗିଛନ୍ତି ଅଗ୍ନିଶମ ବିଭାଗ
  • ||
  • ନୂଆପଡ଼ା: ସରକାରୀ ଜମିରୁ ଉଚ୍ଛେଦକୁ ବିରୋଧ, ଜମି- ଘର ଦିଅ ନହେଲେ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ସାମୁହିକ ଆତ୍ମହତ୍ୟା କରିବୁ
  • ||
  • ନୂଆପଡ଼ା: ଦଶାହ ଭୋଜି ଖାଇ ୨୦ରୁ ଅଧିକ ଗୁରୁତର , କୋମନା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି
  • ||
  • ଭୁବନେଶ୍ବର: ୨୪ ଘଣ୍ଟା ମଧ୍ୟରେ ୮୯ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ, ପୁଣି ଆଖିବୁଜିଲେ ଆଉ ଜଣେ କରୋନା ଆକ୍ରାନ୍ତ
  • ||
  • ଭୁବନେଶ୍ଵର : କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମୁହାଁମୁହିଁ, ଗୋଟିଏ ଗୋଷ୍ଠୀ ବିଜେଡି ସହ ହାତ ମିଳାଇଥିବା ଅଭିଯୋଗ
  • ||

ଓଡ଼ିଶାରେ ଅକ୍ଷୟ ଶକ୍ତିକୁ ପ୍ରତିବନ୍ଧକ ବ୍ୟାଙ୍କ ଋଣ

source:news.energysage.com

ଭୁବନେଶ୍ୱର,୨୨ା୧(ବ୍ୟୁରୋ): ଅକ୍ଷୟ ଶକ୍ତି ଉତ୍ପାଦନରେ ଅଗ୍ରଣୀ ରାଜ୍ୟ ହେବ ଓଡ଼ିଶା । ୨୦୨୨ ସୁଦ୍ଧା ଅକ୍ଷୟ ଶକ୍ତି ଉତ୍ପାଦନ ୨,୭୫୦ ମେଗାୱାଟ୍‌ ଛୁଇଁବ । ଏମିତି ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । କିନ୍ତୁ ଏ କ୍ଷେତ୍ରକୁ ଋଣ ସହାୟତା ଯୋଗାଇବାକୁ ବ୍ୟାଙ୍କଗୁଡ଼ିକର ପଛଘୁଞ୍ଚା ସରକାରଙ୍କ ଲକ୍ଷ୍ୟ ପୂରଣରେ ପ୍ରତିବନ୍ଧକ ସାଜିଛି । ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ନିଜର ଏକ ସଦ୍ୟତମ ରିପୋର୍ଟରେ ଏହା କହିଛି ।
ନାବାର୍ଡ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ଷ୍ଟେଟ୍‌ ଫୋକସ ରିପୋର୍ଟରେ କୁହାଯାଇଛି, ଅକ୍ଷୟ ଶକ୍ତି ଉôପାଦନ ପାଇଁ ବ୍ୟବହାର ହେଉଥିବା ଉପକରଣଗୁଡ଼ିକ ଦାମ୍‌ ଢେର୍‌ ଅଧିକ । ଏଣୁ ବ୍ୟାଙ୍କଗୁଡ଼ିକ ଏଭଳି ଉପକରଣ ପାଇଁ ଋଣ ଦେବାକୁ ଆଗ୍ରହ ଦେଖାଉନାହାନ୍ତି ।
ସେହିଭଳି ଓଡ଼ିଶାରେ ଅକ୍ଷୟ ଶକ୍ତି ବ୍ୟବହାର ଦ୍ୱାରା ମିଳିବାକୁ ଥିବା ଫାଇଦା ସମ୍ପର୍କରେ ସଚେତନତାର ଅଭାବ ରହିଛି । ଅକ୍ଷୟ ଶକ୍ତି କାର୍ଯ୍ୟକ୍ରମ ସମ୍ପ୍ରସାରଣ ପାଇଁ ଓଡ଼ିଶାରେ ପର୍ଯ୍ୟାପ୍ତ ବୈଷୟିକ ମାନବସମ୍ବଳ ବି ନାହାନ୍ତି । ଏହାବାଦ୍‌ ଅକ୍ଷୟ ଶକ୍ତି ଉପକରଣଗୁଡ଼ିକୁ ଠିକ୍‌ ଭାବେ ବିକ୍ରି ପରବର୍ତ୍ତୀ ସେବା ମିଳୁନାହିଁ । ଏଣୁ ରାଜ୍ୟର ଚାହିଦା ମୁତାବକ ଅକ୍ଷୟ ଶକ୍ତି କ୍ଷେତ୍ର ଆଗକୁ ବଢ଼ିପାରୁନାହିଁ ବୋଲି ଏହା ଦର୍ଶାଇଛି ।
ରିପୋର୍ଟ ଦର୍ଶାଇଛି ଯେ ସରକାରୀ ଆକଳନ ମୁତାବକ, ୨୦୧୮-୧୯ରେ ଓଡ଼ିଶାର ମୋଟ୍‌ ଶକ୍ତି ଚାହିଦା ୨୭,୫୦୦ ନିୟୁତ ୟୁନିଟ୍‌ ରହିବ । ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ନିୟମ ଅନୁଯାୟୀ, ଏଥିରେ ଅକ୍ଷୟ ଶକ୍ତି (ଉଭୟ ସୌର ଓ ଅଣସୌର) ୯.୫% ଅଂଶୀଦାର ହୋଇ ୧,୨୨୦ ମେଗାୱାଟ୍‌ ହେବା ଉଚିତ ।
କିନ୍ତୁ ସରକାରୀ ତଥ୍ୟ ମୁତାବକ, ଏବେ ଓଡ଼ିଶାର ଅକ୍ଷୟ ଶକ୍ତି ଉôପାଦନ କ୍ଷମତା ପ୍ରାୟ ୪୧୦ ମେଗାୱାଟ୍‌ ରହିଛି । ସେହିଭଳି ଏଥିରେ ଏକାକୀ ସୌର ଶକ୍ତି ୩୩୦ ମେଗାୱାଟ୍‌ ଅଂଶୀଦାର ରହିଛି ।
ଏପଟେ ୨୦୨୨ ସୁଦ୍ଧା ରାଜ୍ୟର ଅକ୍ଷୟ ଶକ୍ତି ଉôପାଦନକୁ ୨,୭୫୦ ମେଗାୱାଟ୍‌ରେ ପହଞ୍ଚାଇବାକୁ ସରକାର ଓଡ଼ିଶା ଅକ୍ଷୟ ଶକ୍ତି ନୀତି-୨୦୧୬ରେ ଲକ୍ଷ୍ୟ ରଖିଛନ୍ତି । ସେଥିରେ ସୌରଶକ୍ତି ୨,୨୦୦ ମେଗାୱାଟ୍‌ ଅଂଶୀଦାର ରହିବାକୁ ଥିବା ବେଳେ ପବନଶକ୍ତି ୨୦୦ ମେଗାୱାଟ୍‌, କ୍ଷୁଦ୍ର ଜଳବିଦ୍ୟୁତ୍‌ ଉôପାଦନ ୧୫୦ ମେଗାୱାଟ୍‌, ବାୟୋମାସ୍‌ ୧୮୦ ମେଗାୱାଟ୍‌ ହେବ ବୋଲି ଆକଳନ କରାଯାଇଛି ।
ନାବାର୍ଡ କହିଛି, ସରକାରଙ୍କ ଏହି ଲକ୍ଷ୍ୟ ପୂରଣ ପାଇଁ ୨୦୧୯-୨୦ରେ ରାଜ୍ୟର ଅକ୍ଷୟ ଶକ୍ତି କ୍ଷେତ୍ରକୁ ୧୨୮ କୋଟି ଟଙ୍କାର ଋଣ ଆବଶ୍ୟକ । ସେଥିରୁ ବାୟୋଗ୍ୟାସ୍‌ ପାଇଁ ୧୫.୮୭ କୋଟି ଟଙ୍କା ଋଣ ଚାହିଦା ଥିବା ବେଳେ ସୌର ଶକ୍ତି ପାଇଁ ୯୫.୮୮ କୋଟି ଓ ଅନ୍ୟାନ୍ୟ ଅଣପାରମ୍ପରିକ ଶକ୍ତି ପାଇଁ ୧୬.୫୭ କୋଟି ଋଣ ଦରକାର ।
ରାଜ୍ୟରେ ଅକ୍ଷୟ ଶକ୍ତି କ୍ଷେତ୍ରର ସମ୍ପ୍ରସାରଣ ପାଇଁ ବ୍ୟାଙ୍କଗୁଡ଼ିକ ନିଜସ୍ୱ ବିଲ୍ଡିଂକୁ ସୌରଶକ୍ତିଯୁକ୍ତ କରିବା ସହ ଆଗ୍ରହୀ ଋଣକର୍ତ୍ତାଙ୍କୁ ଚିହ୍ନଟ କରି ଆବଶ୍ୟକୀୟ ଆର୍ଥିକ ସହାୟତା ଯୋଗାଇବା ଉଚିତ ବୋଲି ଷ୍ଟେଟ୍‌ ଫୋକସ୍‌ ପେପରରେ ନାବାର୍ଡ ସୁପାରିସ କରିଛି । ସେହିଭଳି ସରକାର ଅକ୍ଷୟ ଶକ୍ତି ଉôପାଦନକୁ ପ୍ରୋତ୍ସାହିତ କରିବାକୁ ଆବଶ୍ୟକୀୟ ପଦକ୍ଷେପ ନେବା ସହ ଏ ନେଇ ଯଥେଷ୍ଟ ସଚେତନତା ସୃଷ୍ଟି କରୁ ବୋଲି ନାବାର୍ଡ ପରାମର୍ଶ ଦେଇଛି ।