୧ ଜୁଲାଇରୁ ବ୍ୟାଙ୍କିଂ ନିୟମରେ ହେଉଛି ଏହି ସବୁ ବଡ ପରିବର୍ତ୍ତନ, ଆପଣଙ୍କ ପାଇଁ ବହୁତ ଜରୁରୀ

ନୂଆଦିଲ୍ଲୀ ୨୯/୬: ୧ ଜୁଲାଇରୁ ବ୍ୟାଙ୍କିଂ ନିୟମ ସମ୍ବନ୍ଧିତ ଅନେକ କିଛି ପରିବର୍ତ୍ତନ ହେବାକୁ ଯାଉଛି । ଏହି ପରିବର୍ତ୍ତନ ଆପଣଙ୍କ ଜୀବନରେ ଅନେକ ପ୍ରଭାବ ପକାଇପାରେ । ଏହି ପରିବର୍ତ୍ତନ ବ୍ୟାଙ୍କରେ ଜମା ରାଶି ଉପରେ ମିଳୁଥିବା ସୁଧଠୁ ଆରମ୍ଭ କରି ଏଟିଏମରୁ ଉଠାଣ ଓ  ମିନିମମ୍ ବାଲାନ୍ସ ସହିତ ଜଡିତ ।

ଏଟିଏମ ଟ୍ରାଞ୍ଜାକ୍ସନରେ ମିଳିବନି ରିହାତି
ବୁଧବାର ଠାରୁ ସମସ୍ତ ବ୍ୟାଙ୍କ ଆକାଉଣ୍ଟଧାରୀମାନେ ଏଟିଏମରୁ ନଗଦ କାରବାର ଉପରେ କୌଣସି ରିହାତି ପାଇବେ ନାହିଁ। ପୂର୍ବ ପରି ମେଟ୍ରୋ ସିଟିରେ ପ୍ରତି ମାସରେ କେବଳ ଆଠଟି ଏବଂ ଅଣ ମେଟ୍ରୋ ସହରରେ ୧୦ଟି କାରବାର କରିହେବ। କରୋନା ଯୋଗୁଁ ଲୋକଙ୍କୁ ଏଟିଏମରୁ ଅସୀମିତ ପ୍ରତ୍ୟାହାର ସୁବିଧା ଦିଆଯାଇଥିଲା।

ପୁଣି ଖାତାରେ ରଖିବାକୁ ହେବ ମିନିମମ୍ ବାଲାନ୍ସ
ବର୍ତ୍ତମାନ ସରକାର ଜୁନ୍ ୩୦ ପର୍ଯ୍ୟନ୍ତ ସଞ୍ଚୟ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବା ନେଇ ଏହି ସୁବିଧା ଦେଇଛନ୍ତି। ତେବେ ୧ ଜୁଲାଇରୁ ଏହି ସୁବିଧା ମଧ୍ୟ ବନ୍ଦ ହୋଇଯିବ। ଏଭଳି ପରିସ୍ଥିତିରେ ଆକାଉଣ୍ଟଧାରୀମାନଙ୍କୁ ସେମାନଙ୍କ ବ୍ୟାଙ୍କର ନିୟମ ଅନୁଯାୟୀ ପ୍ରତି ମାସରେ ସଞ୍ଚୟ ଆକାଉଣ୍ଟରେ ସର୍ବନିମ୍ନ ବାଲାନ୍ସ ରଖିବାକୁ ପଡିବ। ସର୍ବନିମ୍ନ ମାସିକ ବାଲାନ୍ସ ମେଣ୍ଟେନ୍ ରଖିବା ଆବଶ୍ୟକତା ଲକଡାଉନ୍ ସମୟରେ ଦୂର କରାଯାଇଥିଲା | ମେଟ୍ରୋ ସହରରେ, ସହରାଞ୍ଚଳ, ଗ୍ରାମାଞ୍ଚଳରେ ଏନେଇ ଭିନ୍ନ ଭିନ୍ନ ଚାର୍ଜ ଆଦାୟ କରାଯାଏ ।

ମିଳିବ କମ୍ ସୁଧ
ସାରା ଦେଶରେ ଦ୍ୱିତୀୟ ସବୁଠାରୁ ବଡ ବ୍ୟାଙ୍କ ପିଏନବି ସଞ୍ଚୟ ଖାତାରେ ଦିଆଯାଉଥିବା ସୁଧ କମ୍ କରିବାର ନିଷ୍ପତ୍ତି ନେଇଛି । ୧ ଜୁଲାଇରୁ ସମସ୍ତ ସଞ୍ଚୟ ଖାତାରେ ମିଳୁଥିବା ବାର୍ଷିକ ସୁଧ ଦରରେ ହ୍ରାସ ହେଉଛି । ବ୍ୟାଙ୍କ ୦.୫୦ ପ୍ରତିଶତ ହ୍ରାସ କରିବା ନେଇ ଘୋଷଣା କରିଛି । ଆଗାମୀ ମାସରୁ ଖାତାଧାରୀଙ୍କୁ ଜମା ପଇସାରେ ୩.୨୫ ପ୍ରତିଶତ ଦରରେ ବାର୍ଷିକ ସୁଧ ମିଳିବ ।

ଖାତା ହୋଇପାରେ ଫ୍ରିଜ୍
ବ୍ୟାଙ୍କ ଅଫୋ ବରୋଦା ନିଜ ସମସ୍ତ ଗ୍ରାହକଙ୍କୁ ଏସଏମଏସ ପଠାଇ ସୂଚନା ଦେଇଛି ଯେ ଖୁବ ଶୀଘ୍ର ନିଜ ଖାତାର KYC ଉପଲବ୍ଧ କରାନ୍ତୁ । ବ୍ୟାଙ୍କ ୧ ଜୁଲାଇରୁ ସେହି ଖାତାକୁ ଫ୍ରିଜ୍ କରିଦେବ ଯାହାର ସୂଚନା ବ୍ୟାଙ୍କ ପାଖରେ ନଥିବ  । ଗ୍ରାହକ ନିଜ କେୱାଇସି ପାଇଁ ଆଧାରକାର୍ଡ, ପାନ୍ ଓ ରାସନକାର୍ଡର କପି ବ୍ୟାଙ୍କରେ ଜମା କରାଇପାରିବେ ।

   ସମ୍ବନ୍ଧିତ ଖବର


ଜିଓ ପ୍ଲାଟ୍‌ଫର୍ମସ୍‌ରେ ୭୩୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ କ୍ୱାଲ୍‌କମ୍ ଇନକର୍ପୋରେଟେଡ୍‌ର ପୁଞ୍ଜିନିବେଶ ସଂସ୍ଥା କ୍ୱାଲ୍‌କମ୍ ଭେଞ୍ଚର୍ସ

ଭାରତର ହିନ୍ଦୁତ୍ୱ ଜୀବନ ଶୈଳୀକୁ ମାନିଲେ ବ୍ରିଟେନ୍‌ର ରାଜକୁମାର

ଠକେଇର ଚରମ ସୀମା-ନକଲି ଏସ୍‌ବିଆଇ ଶାଖା ଖୋଲି ୩ ଗିରଫ

ବାହାରିଲା ବିଶ୍ୱର ପ୍ରଥମ କୋଭିଡ୍‌-୧୯ ଭାକସିନ୍‌ – ରୁଷିଆର ସଫଳ ହେଲା କ୍ଲିନିକାଲ ପରୀକ୍ଷଣ

କେକ୍‌ ବଦଳରେ ବରଫ କାଟି ବାର୍ଥଡେ ପାଳିଲେ ସୈନିକ …ଭିଡ଼ିଓ ଭାଇରାଲ

ଆମେରିକାରେ କରୋନା ରେକର୍ଡ ! ୨୪ ଘଣ୍ଟା ଭିତରେ ଏତେ ସଂଖ୍ୟକ ନୂଆ କୋଭିଡ୍‌ କେସ୍