୧ ଜାନୁୟାରୀରୁ ବ୍ୟାଙ୍କର ସଞ୍ଚୟ ଖାତାଧାରୀଙ୍କୁ ମାଗଣାରେ ମିଳିବ ଏହି ସୁବିଧା, RBI ଦେଲା ନିର୍ଦ୍ଦେଶ

ନୁଆଦିଲ୍ଲୀ ୮/୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାପାଇଁ ବଡ ଘୋଷଣା କରିଛି । ଆରବିଆଇ ବ୍ୟାଙ୍କଗୁଡିକୁ ନିର୍ଦ୍ଦେଶ ଜାରି କରି କହିଛି ଯେ ଅନଲାଇନ୍ ନେଣଦେଣ କରିବା ସମୟରେ ସେଭିଂ ଖାତାଧାରୀଙ୍କଠୁ NEFT ଚାର୍ଜ ଆଦାୟ କରାନଯାଉ । ଏହି ନିୟମ ୧ ଜାନୁୟାରୀ ୨୦୨୦ରୁ ଲାଗୁ ହେବ । ଏହାର ଅର୍ଥ ଯଦି ଆପଣ ୧ ଜାନୁୟାରୀରୁ  NEFT ଜରିଆରେ ଟ୍ରାଞ୍ଜାକ୍ସନ କରିବେ ତେବେ ଆପଣଙ୍କୁ ତାହା ଉପରେ ଲାଗୁଥିବା ଚାର୍ଜ ଦେବାକୁ ପଡିବନି । ଆପଣଙ୍କୁ କହି ରଖୁଛୁ ଅନଲାଇନ୍ ଟଙ୍କା ନେଣଦେଣ ପାଇଁ NEFT ଓ RTGSର ବ୍ୟବହାର କରାଯାଇଥାଏ । ଏହି ୨ ସିଷ୍ଟମକୁ ଆରବିଆଇ ମେଣ୍ଟେନ୍ କରିଥାଏ । ଏହି ୨ ସର୍ଭିସ୍ ଜରିଆରେ ବ୍ୟାଙ୍କ ବ୍ରାଞ୍ଚ, ଇଣ୍ଟରନେଟ୍ କିମ୍ବା ମୋବାଇଲ୍ ବ୍ୟାଙ୍କିଂ ଜରିଆରେ ପଇସା ନେଣଦେଣ କରାଯାଇଥାଏ । ବର୍ତ୍ତମାନ ସମୟରେ କୌଣସି ବି ଗ୍ରାହକ ସକାଳ ୮ଟାରୁ ସନ୍ଧ୍ୟା ୭ଟା ପର୍ଯ୍ଯନ୍ତ ସମସ୍ତ ବ୍ୟାଙ୍କିଂ ଡେଜରେ ପଇସା ନେଣଦେଣ କରିପାରିବେ ।

NEFT ଚାର୍ଜେସ୍
ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଏସବିଆଇ ଏବେ ଆରଟିଜିଏସ୍ ଓ ଏନଇଏଫଟି ଉପରେ କୌଣସି ଚାର୍ଜ ଆଦାୟ କରୁନି । ୧୦ ହଜାର ଟଙ୍କା ପର୍ଯ୍ଯନ୍ତ ଏନଇଏଫଟି ଉପରେ ୨ ଟଙ୍କା(ଜିଏସଟି ସହିତ) ପୈଠ କରିବାକୁ ପଡିଥାଏ । ୨ ଲକ୍ଷରୁ ଅଧିକ ଏନଇଏଫଟି ଉପରେ ଏସବିଆଇ ୨୦ ଟଙ୍କା(ଜିଏସଟି ସହିତ) ଆଦାୟ କରିଥାଏ । ଏହା ବ୍ୟତୀତ ୨-୫ ଲକ୍ଷ ଟଙ୍କାର ଆରଟିଜିଏସ୍ ଉପରେ ୨୦ ଟଙ୍କା(ଜିଏସଟି ସହିତ) ପୈଠ କରିବାକୁ ପଡିଥାଏ । ୫ ଲକ୍ଷ ଟଙ୍କାରୁ ଅଧିକ ଆରଟିଜିଏସ୍ ଉପରେ ୪୦ ଟଙ୍କା(ଜିଏସଟି ସହିତ) ଚାର୍ଜ କରିବାକୁ ପଡିଥାଏ  ।

କଣ ଏହି ଆରଟିଜିଏସ୍ ଓ ଏନଇଏଫଟି ?
ଆରଟିଜିଏସ୍ ଏକ ଏମିତି ମନି ଟ୍ରାନ୍ସଫର ପ୍ରଣାଳୀ ଯେଉଁଥିରେ ନେଣଦେଣ କିମ୍ବା ୱାୟର ଟ୍ରାନ୍ସଫର- କାର୍ଯ୍ୟଦିବସରେ ବ୍ୟବସାୟିକ ସମୟ ଭିତରେ କରାଯାଇଥାଏ । ଏହାର ବ୍ଯବହାର ବଡ ଫଣ୍ଡ ଟ୍ରାନ୍ସଫର କରିବା ପାଇଁ ବ୍ଯବହାର କରାଯାଇଥାଏ । ଏଥିପାଇଁ ଟ୍ରାନ୍ସଫରର ସର୍ବନିମ୍ନ ରାଶି ୨ ଲକ୍ଷ ଟଙ୍କା ହୋଇଥାଏ । ଫଣ୍ଡ ପ୍ରାପ୍ତ କରିବାର ୩୦ ମିନିଟ୍ ଭିତରେ ବ୍ଯାଙ୍କକୁ ନିର୍ଦ୍ଦେଶିତ ଖାତାରେ ଟ୍ରାନ୍ସଫର କରିବାକୁ ହୋଇଥାଏ । ଅନ୍ଯପଟେ  ଏନଇଏଫଟି ବା ନ୍ଯାସନାଲ ଇଲକଟ୍ରୋନିକ୍ ଫଣ୍ଡ ଟ୍ରାନ୍ସଫର ମାମଲାରେ ନେଣଦେଣ ଏକ ବିଶେଷ ସମୟ ପର୍ଯ୍ୟନ୍ତ ପ୍ରାପ୍ତ ହୋଇଥାଏ । କାର୍ଯ୍ୟଦିବସରେ ପ୍ରତି ଘଣ୍ଟାରେ ଏନଇଏଫଟି ଅନୁସାରେ ଫଣ୍ଡ ଟ୍ରାନ୍ସଫର ହୋଇଥାଏ । ଏଥିପାଇଁ ସର୍ବନିମ୍ନ କିମ୍ବା ସର୍ବାଧିକ ରାଶିର କିଛି ସୀମା ନଥାଏ ।

RBI  କାହିଁକି ନେଇଛି ଏମିତି ନିଷ୍ପତ୍ତି
RBI ନିଜ ତରଫରୁ ଏହି ଜାରି ଏକ ଷ୍ଟେଟମେଣ୍ଟରେ କହିଛି ଯେ ଦେଶରେ ନେଣଦେଣକୁ ପୂର୍ବ ଅପେକ୍ଷା ଅଧିକ ଉତ୍ତମ ବନାଇବା ପାଇଁ କାମ ଚାଲିଛି । ଆରବିଆଇ କହିଛି ଯେ ଆମେ ଚାହୁଁଛୁ ଲୋକମାନେ ସୁରକ୍ଷିତ, ସୁଲଭ ଭାବେ ପଇସା ନେଣଦେଣ କରନ୍ତୁ । ଏହା ପୂର୍ବରୁ ମଧ୍ୟ ଡିସେମ୍ବର ୨୦୧୯ରୁ ଏନଇଏଫଟିକୁ ୨୪ ଘଣ୍ଟା ୭ ଦିନ ଖୋଲା ରଖିବାର ପ୍ରସ୍ତାବ ଦେଇଥିଲା । ଆପଣଙ୍କୁ କହିରଖୁଛୁ ଅକ୍ଟୋବର ୨୦୧୮ରୁ ନେଇ ସେପ୍ଟେମ୍ବର ୨୦୧୯ ମଧ୍ୟରେ ସମୁଦାୟ ନନ୍-କ୍ୟାଶ୍ ରିଟେଲ୍ ପେମେଣ୍ଟରେ ଡିଜିଟଲ ପେମେଣ୍ଟର ଭାଗିଦାରୀ ୯୬ ପ୍ରତିଶତ ରହିଛି ।

   ସମ୍ବନ୍ଧିତ ଖବର


ୟୁପି: ନଡା ଜଳାଇବାରୁ ୩ ଚାଷୀଙ୍କୁ ଗିରଫ କଲା ପୋଲିସ

ଯେବେ ଲୋକସଭାରେ ରାହୁଲଙ୍କ ସିଟରେ କଂଗ୍ରେସର ଏହି ସାଂସଦ ଥିଲେ, ବାଚସ୍ପତି ଓମ୍ ବିର୍ଲା କହିଲେ- ରାହୁଲ ଛୁଟିରେ…

ତେଜସ୍ ପରେ ଏବେ ଦେଶରେ ଚାଲିବ ଆଉ ୧୫୦ ପ୍ରାଇଭେଟ୍ ଟ୍ରେନ୍

ଭୋଡାଫୋନ୍ ଆଣିଲା ୨୧ ଟଙ୍କିଆ ନୂଆ ପ୍ଲାନ୍, ପାଆନ୍ତୁ ଅନଲିମିଟେଡ୍ କଲିଂର ଫାଇଦା