ପୁଣି ବ୍ୟାଙ୍କ ହରତାଳ: ୩ ଦିନ ଲଗାତର ବନ୍ଦ ରହିବ ବ୍ୟାଙ୍କ

ନୁଆଦିଲ୍ଲୀ ୫/୩: ମାର୍ଚ୍ଚ ୨୭ରେ ବ୍ୟାଙ୍କିଙ୍ଗ କ୍ଷେତ୍ରର ଦୁଇଟି ପ୍ରମୁଖ ୟୁନିଅନ, ଅଲ ଇଣ୍ଡିଆ ବ୍ୟାଙ୍କ କର୍ମଚାରୀ ସଂଘ (AIBEA) ଏବଂ ଅଲ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ ଆସୋସିଏସନ (AIBOA) ଧର୍ମଘଟ ଡାକରା ଦେଇଛନ୍ତି । ଅର୍ଥାତ୍ ୨୭ ମାର୍ଚ୍ଚରୁ ଲଗାତର ୩ ଦିନ ବନ୍ଦ ରହିବ ବ୍ୟାଙ୍କ । କାରଣ ୨୮ ମାର୍ଚ୍ଚ ମାସର ଚତୁର୍ଥ ଶନିବାର ଏବଂ ୨୯ ତାରିଖ ରବିବାର । ଏହି କାରଣରୁ ଆପଣ ୩ ଦିନ ପର୍ଯ୍ୟନ୍ତ ବ୍ୟାଙ୍କ ସମ୍ପର୍କିତ କୌଣସି କାମ କରିପାରିବେନି ।

ଆପଣଙ୍କୁ କହିରଖୁଛୁ ଯେ ୟୁନିଅନମାନେ ଏହା ମଧ୍ୟ କହିଛନ୍ତି ଯେ ଯଦି ସେମାନଙ୍କର ଦାବି ପୂରଣ ନହୁଏ ତେବେ ସେମାନେ ଏପ୍ରିଲ ୧ ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦେଶବ୍ୟାପୀ ବ୍ୟାଙ୍କ ଧର୍ମଘଟ କରିବେ। ୧୦ ଟି PSU ବ୍ୟାଙ୍କର ପ୍ରସ୍ତାବିତ ମିଶ୍ରଣକୁ ବନ୍ଦ କରିବା, IDBI ବ୍ୟାଙ୍କର ଘରୋଇକରଣ, ବ୍ୟାଙ୍କିଙ୍ଗ ସଂସ୍କାରର ରୋଲବ୍ୟାକ୍ ଏବଂ ଜମା ଉପରେ ସୁଧ ହାର ବୃଦ୍ଧି ନେଇ ସଂଙ୍ଘର ଦାବି  ରହିଛି ।

ଧର୍ମଘଟ ଯୋଗୁଁ ୩ ଦିନ ବନ୍ଦ ରହିବ ବ୍ୟାଙ୍କ
ଯଦି ଏହି ଧର୍ମଘଟ ହୁଏ, ତେବେ ଚଳିତ ମାସର ଶେଷରେ ବ୍ୟାଙ୍କଗୁଡିକ  ୩ ଦିନ ବନ୍ଦ ରହିବ । ୨୭ ମାର୍ଚ୍ଚରେ ଧର୍ମଘଟ, ୨୮ ମାର୍ଚ୍ଚରେ ଚତୁର୍ଥ ଶନିବାର ଏବଂ ୨୯ ମାର୍ଚ୍ଚରେ ରବିବାର ହେତୁ ବ୍ୟାଙ୍କ ବନ୍ଦ ରହିବ ।

ଚଳିତ ବର୍ଷ ପୂର୍ବରୁ ୨ ଥର ହୋଇସାରିଛି ବ୍ୟାଙ୍କ ଷ୍ଟ୍ରାଇକ୍
ଯଦି ମାର୍ଚ୍ଚରେ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରନ୍ତି, ତେବେ ଚଳିତ ବର୍ଷ ଏହା ତୃତୀୟ ବ୍ୟାଙ୍କ ଧର୍ମଘଟ ହେବ। ଏହାପୂର୍ବରୁ ଜାନୁୟାରୀ ୮ ରେ ଭାରତ ବନ୍ଦ ସମୟରେ ବ୍ୟାଙ୍କ ୟୁନିଅନ ମୋଦୀ ସରକାରଙ୍କ ନୀତି ବିରୋଧରେ ଏକ ଦିନିଆ ଧର୍ମଘଟ ଡାକରା ଦେଇଥିଲା। ଏହା ପରେ ୩୧ ଜାନୁଆରୀ ଏବଂ ୧ ଫେବୃଆରୀରେ ଧର୍ମଘଟ ହୋଇଥିଲା ।

   ସମ୍ବନ୍ଧିତ ଖବର


ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

ବିଦେଶରେ ଥିବା ୫୦ ଜଣ ବେଜ୍ଞାନିକଙ୍କ ସହ କରୋନା ସଂକ୍ରମିତ ବୈଜ୍ଞାନିକଙ୍କୁ ଭାରତ ଅଣାଗଲା

ଚର୍ଚ୍ଚାରେ ଅଜିତ ଡୋଭାଲଙ୍କ ଶ୍ରୀଲଙ୍କା ଗସ୍ତ, ଏହି ସବୁ ବିଷୟରେ କରିଛନ୍ତି ଆଲୋଚନା

ଜହ୍ନରେ ହେବ ୧୭୪ କୋଟି ଟଙ୍କାର ଟୟଲେଟ୍, ଖର୍ଚ୍ଚ କରିବ ନାସା