ହରତାଳ କରିବ ବ୍ୟାଙ୍କ ୟୁନିୟନ୍, ସାରିଦିଅନ୍ତୁ ଜରୁରୀ କାମ

ନୁଆଦିଲ୍ଲୀ ୧୨/୯: କେନ୍ଦ୍ର ସରକାରଙ୍କ ତରଫରୁ ବ୍ୟାଙ୍କର ମିଶ୍ରଣକୁ ବିରୋଧ କରି ବ୍ୟାଙ୍କର ୪ କର୍ମଚାରୀ ୟୁନିୟନ୍(Bank Union) ୨୫ ସେପ୍ଟେମ୍ବରରୁ ୨୭ ସେପ୍ଟେମ୍ବର ପର୍ୟ୍ୟନ୍ତ ହରତାଳ କରିବା ପାଇଁ ନିଷ୍ପତ୍ତି ନେଇଛି । ୟୁନିୟନର କହିବାନୁସାରେ ଯଦି ଦାବି ପୂରଣ କରାଯିବନି ତେବେ ଦ୍ୱିତୀୟ ସପ୍ତାହରୁ ଅନିଶ୍ଚିତ କାଳ ପର୍ଯ୍ୟନ୍ତ ହରତାଳ ଜାରି ରହିବ । ଆପଣଙ୍କୁ କହିରଖୁଛୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧୦ ସରକାରୀ ବ୍ୟାଙ୍କର ମହାମିଶ୍ରଣ ପ୍ଲାନର ଘୋଷଣା କରିଥିଲେ । ଏହି ନିଷ୍ପତ୍ତି ପରେ ଦେଶରେ ସରକାରୀ ବ୍ଯାଙ୍କର ସଂଖ୍ୟା ୨୭ରୁ ହ୍ରାସ ପାଇ ୧୨ ହୋଇଯାଇଛି  । ବ୍ୟାଙ୍କର ମିଶ୍ରଣ ପରେ ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡିପାରେ । ୬ ଛୋଟ ସରକାରୀ ବ୍ୟାଙ୍କ, ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଏବଂ ବିଜୟା ବ୍ୟାଙ୍କରେ, ଦେନା ବ୍ୟାଙ୍କର ବ୍ୟାଙ୍କ ଅଫ ବଡୋଦାରେ ପୂର୍ବରୁ ମିଶ୍ରଣ ହୋଇସାରିଛି । ଏହି ଭଳି ଏସବିଆଇ ଓ ବ୍ୟାଙ୍କ ଅଫ୍ ବଡୋଦାର ମିଶ୍ରଣ  ପରେ ୧୦ ସରକାରୀ ବ୍ୟାଙ୍କରେ ପ୍ରଥମରୁ ହିଁ ୨ ବଡ ବ୍ୟାଙ୍କରେ ବଦଳି ସାରିଛି ।

ପଡିପାରେ ପ୍ରଭାବ
କୁହାଯାଉଛି ଯଦି କର୍ମଚାରୀ ହରତାଳ କରନ୍ତୁ ତେବେ ବ୍ୟାଙ୍କର କାର୍ଯ୍ୟ ଉପରେ ପ୍ରଭାବ ପଡିବ । ଅର୍ଥାତ୍ ଏଭଳି ପରିସ୍ଥିତିରେ ଗ୍ରାହକଙ୍କୁ ପୂର୍ବରୁ ନିଜ ସମସ୍ତ କାମ ସାରିଦେବାକୁ ପଡିବ ।

ବ୍ୟାଙ୍କ କର୍ମଚାରୀ କରିବେ ହରତାଳ
ଅର୍ଥମନ୍ତ୍ରୀଙ୍କ ନିଷ୍ପତ୍ତି ପରେ ସାରା ଦେଶରେ ବ୍ୟାଙ୍କ କର୍ମଚାରୀ ଶାନ୍ତିପୂର୍ବକ ବିରୋଧ ପ୍ରଦର୍ଶନ କରୁଥିଲେ । ଏବେ ବିରୋଧ କରିବା ପାଇଁ ୪ କର୍ମଚାରୀ ୟୁନିୟନ୍ ହରତାଳ ପାଇଁ ଘୋଷଣା କରିଛି । ଏହା ସହିତ ତାଙ୍କ ଦାବି ନମାନିଲେ ସେମାନେ ନଭେମ୍ବରର ଦ୍ୱିତୀୟ ସପ୍ତାହରୁ ଅନିର୍ଦ୍ଧିଷ୍ଚ ସମୟ ପର୍ଯ୍ୟନ୍ତ ହରତାଳ କରିବା ଧମକ ଦେଇଛନ୍ତି ।

ଏହା ପୂର୍ବରୁ ବ୍ୟାଙ୍କ କର୍ମଚାରୀ ୟୁନିୟନ ଅଖିଳ ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘର ସଦସ୍ଯ ୩୧ ଅଗଷ୍ଚରୁ ନିଜ ନିଜ ବ୍ୟାଙ୍କରେ କଳା କପଡା ବାନ୍ଧି କାମ କରିବା ନଜର ଆସିବେ । ୟୁନିୟନ ତରଫରୁ ଜାରି ବୟାନ ଅନୁସାରେ କେନ୍ଦ୍ର ସରାକାରଙ୍କ ଏହି ନୂଆ ନିଷ୍ପତ୍ତି ଭୁଲ୍ ସମୟରେ ନିଆଯାଇଛି ଏବଂ ଏହାର ସମୀକ୍ଷା ଜରୁରୀ ଅଟେ । ୟୁନିୟନ କହିଛି ଯେ ଏହି ମିଶ୍ରଣର ଅର୍ଥ ହେଉଛି ୬ ବ୍ୟାଙ୍କକୁ ବନ୍ଦ କରିବା । ଏବଂ ଏଥିପାଇଁ  ଅନେକ ବର୍ଷ ଲାଗିବ । ତେଣୁ ଏହାର ସମୀକ୍ଷା କରିବା ଇଚିତ୍ ।

   ସମ୍ବନ୍ଧିତ ଖବର


ମାନସିକ ଅବସାଦ ଅର୍ଥ ନୁହେଁ ପାଗଳାମି, ଅପରାଧ ପାଇଁ ମିଳିବ ଦଣ୍ଡ

ଲଭ ଜିହାଦକାରୀଙ୍କୁ ଯୋଗୀ ରୋକଠୋକ୍‌ ଶୁଣାଇଲେ ରାମ ନାମ ସତ୍ୟ ହୈ…ସୁଧୁରି ନଗଲେ ହୋଇଯିବ ଶେଷ

ଭାରତୀୟ ସେନା ପ୍ରସ୍ତୁତ କରିଛି ସ୍ୱଦେଶୀ ଆଣ୍ଡ୍ରଏଡ୍‌ ମେସେଜିଂ ଆପ୍‌ ‘ସାଇ’

ହଲିଉଡର ଭେଟରାନ ଅଭିନେତା ସିନ୍‌ କନେରିଙ୍କ ପରଲୋକ, ୭ଟି ଫିଲ୍ମରେ ଜେମ୍ସ ବଣ୍ଡ ଭୂମିକାରେ କରିଥିଲେ ଅଭିନୟ

ଯଦି ଭଗବାନ ବି ମୁଖ୍ୟମନ୍ତ୍ରୀ ହୋଇଯାଆନ୍ତି ତେବେ ୧୦୦ ପ୍ରତିଶତ ଚାକିରି ଦେବାରେ ବିଫଳ ହେବେ: ଗୋଆ ମୁଖ୍ୟମନ୍ତ୍ରୀ

ନଭେମ୍ବରରେ ଏତେ ଦିନ ବନ୍ଦ ରହିବ ବ୍ୟାଙ୍କ, ତା ପୂର୍ବରୁ କରି ନିଅନ୍ତୁ ଜରୁରୀ କାମ