ପ୍ରମୁଖ ଖବର
  • ବାଲେଶ୍ୱର ଜିଲ୍ଲା ଜେଲରେ ବିଚାରାଧୀନ କଏଦୀ ମୃତ।
  • ||
  • ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା 'ପ୍ରିୟଂଶୁ' ଯାତ୍ରୀବାହୀ ବସ, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଭାରତ ଦେଉଛି ଦ୍ୱିତୀୟ ପର୍ଯ୍ୟାୟ ଭୋଟ, ଦିନ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
  • ||
  • ନୟାଗଡ଼: ଡବଲ ମର୍ଡର ଘଟଣା, ଅଭିଯୁକ୍ତଙ୍କୁ ଫାଶି
  • ||
  • ଭୁବନେଶ୍ୱର: ଜଳୁଛି ଓଡ଼ିଶା, ଦିନ ସାଢ଼େ ୧୧ଟା ସୁଦ୍ଧା ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା, ୪୦ ଡିଗ୍ରୀ ଟପିଲା ପାରଦ
  • ||
  • ନୂଆପଡା - ଚେକିଂ ବେଳେ ୩ ଲକ୍ଷ ୬୯ ହଜାର ଟଙ୍କା ସିଜ କଲା ଖରିଆର ରୋଡ଼ ଜୋଙ୍କ ପୋଲିସ
  • ||
  • ୨୮ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଭାରତୀୟ ଦଳ ଘୋଷଣା!
  • ||
  • EVM- VV-PAT ସ୍ଲିପ୍ ଯାଞ୍ଚ ଆବେଦନ ଖାରଜ, ଇଭିଏମ୍‌ରେ ମତଦାନକୁ ନେଇ ସୁପ୍ରିମେକୋର୍ଟଙ୍କ ରାୟ ପ୍ରକାଶ
  • ||
  • ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ପ୍ରାର୍ଥିପତ୍ର ଦାଖଲ
  • ||
  • IPL 2024ରେ କୋଲକାତାକୁ ଭେଟିବ ପଞ୍ଜାବ, ବ୍ୟାଟିଂ ତ୍ରୁଟି ସୁଧାରିବ କିଙ୍ଗସ୍
  • ||
  • ଆହୁରି ଜଳିବ ଓଡ଼ିଶା: ଆଜି,କାଲି ଅତି ଭୟଙ୍କର ତାତି, ଆହୁରି ୧୪ ଦିନ କଲବଲ କରିବ ଖରା
  • ||

ଚଟାପଟ୍ ସାରିଦିଅନ୍ତୁ ବ୍ୟାଙ୍କ କାମ: ଏହି ୨ ଦିନ ହେବ ହରତାଳ, ପଡିପାରେ ପ୍ରଭାବ

ନୂଆଦିଲ୍ଲୀ ୪/୩: ବ୍ୟାଙ୍କରେ ଯଦି କୌଣସି ଜରୁରୀ କାମ ପେଣ୍ଡିଂ ପଡିଛି ତେବେ ଫଟାଫଟ୍ ସାରିଦିଅନ୍ତୁ । କାରଣ ସରକାରୀ ବ୍ୟାଙ୍କମାନଙ୍କରେ ହରତାଳ ହେବାକୁ ଯାଉଛି । କାନାରା ବ୍ୟାଙ୍କ ନିଜ ଗ୍ରାହକଙ୍କୁ ଆଗରୁ ସତର୍କ କରିଦେଇଛି କି ତାଙ୍କ ବ୍ୟାଙ୍କ ସେବାରେ ପ୍ରସ୍ତାବିତ ହରତାଳ ଯୋଗୁଁ ପ୍ରଭାବ ପଡିପାରେ ।

କାନାରା ବ୍ୟାଙ୍କ କହିଛି କି ‘ଆମକୁ Indian Banks' Association (IBA) ତରଫରୁ ଏହି ସୂଚନା ଦିଆଯାଇଛି ଯେ United Forum of Bank Unions (UFBU) ବ୍ୟାଙ୍କିଂ ଇଣ୍ଡଷ୍ଟ୍ରୀରେ ୧୫ ମାର୍ଚ୍ଚ ଓ ୧୬ ମାର୍ଚ୍ଚରେ ହରତାଳ କରିବା ନେଇ ଘୋଷଣା କରିଛି ।‘ କାନାରା ବ୍ୟାଙ୍କ କହିଛି କି ସେ ପ୍ରସ୍ତାବିତ ହରତାଳ ଦିନ ମଧ୍ୟ ବ୍ୟାଙ୍କର ଶାଖା ଓ ଅଫିସରେ ସୂଚାରୁରୂପେ କାମ ଚଳାଇବା ପାଇଁ ସମସ୍ତ ପଦକ୍ଷେପ ଉଠାଇବ, ତଥାପି କାମ ଉପରେ ପ୍ରଭାବ ପଡିପାରେ ।

ବ୍ୟାଙ୍କ ୟୁନିୟନ୍ସ All India Bank Employees' Association (AIBEA), All India Bank Officers' Confederation (AIBOC), NCBE, AIBOA, BEFI, INBEF, IBOC, NOBW, NOBO ଓ AINBOF ୨ଟି ବ୍ୟାଙ୍କର ପ୍ରସ୍ତାବିତ ମିଶ୍ରଣ ବିରୁଦ୍ଧରେ ହରତାଳ ଘୋଷଣା କରିଛନ୍ତି ।

କହିରଖୁଛୁ ସରକାର ବଜେଟ୍ ୨୦୨୧ରେ ୨ ସରକାରୀ ବ୍ୟାଙ୍କ ଓ ଏକ ଇନସ୍ୟୁରାନ୍ସ କମ୍ପାନୀର ଘରୋଇକରଣର ନିଷ୍ପତି ନେଇଥିଲେ । ସରକାର ପୂର୍ବରୁ ମଧ୍ୟ ୪ ବର୍ଷ ଭିତରେ ୧୪ଟି ସରକାରୀ ବ୍ୟାଙ୍କର ମିଶ୍ରଣ  କରିସାରିଛନ୍ତି । ୨୦୧୯ରେ ସରକାର ଏଲଆଇସିରେ ଆଇଡିବିଆଇ ବ୍ୟାଙ୍କର ମେଜୋରିଟି ଭାଗ ବିକିଥିଲେ । ଏବେ ଦେଶରେ ୧୨ଟି ସରକାରୀ ବ୍ୟାଙ୍କ ଅଛି । ଏହା ପରେ ଏହି ସଂଖ୍ୟା ହ୍ରାସ ପାଇ ୧୦ ହୋଇଯିବ । ୨ଟି ବ୍ୟାଙ୍କର ଘରୋଇକରଣ ଆର୍ଥିକ ବର୍ଷ ୨୦୨୧-୨୨ରେ କରାଯିବ  ।

ଏହି ମାସରେ ଅନେକ ଦିନ ବ୍ୟାଙ୍କ ବନ୍ଦ ରହିବ । ୧୧ ମାର୍ଚ୍ଚରେ ମହାଶିବରାତ୍ରୀ ଯେଉଁଥିପାଇଁ ବ୍ୟାଙ୍କ ଛୁଟି ରହିବ । ୧୬ ମାର୍ଚ୍ଚ ପରେ ୨୧ ମାର୍ଚ୍ଚ ରବିବାର ଯୋଗୁଁ ଛୁଟି ରହିବ । ୨୨ ମାର୍ଚ୍ଚରେ ବିହାର ଦିବସ ପାଇଁ ବ୍ୟାଙ୍କ ବନ୍ଦ ରହିପାରେ । ୨୭ ମାର୍ଚ୍ଚରେ ଚତୁର୍ଥ ଶନିବାର ଓ ୨୮ ମାର୍ଚ୍ଚରେ ରବିବାର । ୨୯ ମାର୍ଚ୍ଚରେ ହୋଲି ଯୋଗୁଁ ବ୍ୟାଙ୍କ ବନ୍ଦ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.