PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟା ମଧ୍ୟରେ ୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୦ ଜିଲ୍ଲାରେ ପ୍ରବଳ ବର୍ଷିଲା, ଆଜିଠୁ ବଢ଼ିବ ତାପମାତ୍ରା
  • ||
  • ଭଞ୍ଜନଗର : ଭାରସାମ୍ୟ ହରାଇ ଓଲଟିଲା ଟୁରିଷ୍ଟ ବସ୍, ୬ ମୃତ ୩୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରାଇରଙ୍ଗପୁର : ସାପ୍ତାହିକ ହାଟରେ ଗୁଳିକାଣ୍ଡ, ଗୋରୁ ବେପାରୀଙ୍କୁ ଗୁଳି କରି ୨୦ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||

ଏପ୍ରିଲରେ ଏତେ ଦିନ ବନ୍ଦ ରହିବ ବ୍ୟାଙ୍କ, ଏବେଠାରୁ ସାରି ଦିଅନ୍ତୁ ଜରୁରୀ କାମ

ନୂଆଦିଲ୍ଲୀ,୪।୪: ୧ ଏପ୍ରିଲ ୨୦୧୯ରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋଇଯାଇଛି।  ପ୍ରତିବର୍ଷ  ଏପ୍ରିଲରେ ବ୍ୟାଙ୍କ ଗୁଡିକର ଲମ୍ବା ଛୁଟି ରହିଥାଏ , କିନ୍ତୁ ଏଥର  ଲମ୍ବା ଛୁଟି ନହୋଇ, ଛୁଟିର ଭିନ୍ନ ଭିନ୍ନ ଦିନ ରହିଛି। ତେଣୁ ଜରୁରୀ ଯେ ଆପଣ ଏବେ ବ୍ୟାଙ୍କର ଛୁଟିଦିନ ଲିଷ୍ଟ ଦେଖି ଦିଅନ୍ତୁ ଏବଂ ଏହା ଅନୁସାରେ ନିଜର କାମ ମ୍ୟାନେଜ କରିନିଅନ୍ତୁ। ରାଜ୍ୟ ହିସାବରେ ଅଲଗା-ଅଲଗା ବ୍ୟାଙ୍କ ଛୁଟି ରହିବ। ଏପ୍ରିଲରେ ସବୁଥର ଭଳି ବୈଶାଖୀ, ରାମ ନବମୀ, ଗୁଡ୍ ଫ୍ରାଇଡେ ଓ ମହାବୀର ଜୟନ୍ତୀ ଉପଲକ୍ଷେ ବ୍ୟାଙ୍କ ଛୁଟି ରହିବ,ସେଭଳି ୪ର୍ଥ ଶନିବାର ବ୍ୟାଙ୍କ ପୂର୍ବରୁ ହିଁ ବନ୍ଦ ରହିଥାଏ।

ମାସର ପ୍ରଥମ ଶନିବାର ବ୍ୟାଙ୍କ ଛୁଟି ହୋଇନଥାଏ, କିନ୍ତୁ ଏପ୍ରିଲ ପୂର୍ବରୁ ଶନିବାର ଅର୍ଥାତ ୬ ଏପ୍ରିଲରେ ଗୁଡି ପଡଓ୍ବା କାରଣରୁ ମହାରାଷ୍ଟ୍ର, ଉତ୍ତର ପ୍ରଦେଶର, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ତାମିଲନାଡୁ, ଗୋଆ ଓ ଗୁଜରାଟରେ ବ୍ୟାଙ୍କ ବନ୍ଦ ରହିବ। ସେଭଳି ୪ର୍ଥ ଶନିବାର ସବୁଥର ଭଳି ବନ୍ଦ ରହିବ। ଦ୍ବିତୀୟ ଶନିବାର ୧୩ ଓ ୪ର୍ଥ ଶନିବାର ୨୭ ଅପ୍ରେଲରେ ହେବ। ଅର୍ଥାତ  ୨୦ ଏପ୍ରିଲରେ ଶନିବାର ବ୍ୟାଙ୍କ ଖୋଲା ରହିବ।


ଏପ୍ରିଲରେ ୧୩ ଓ ୧୪ ତାରିଖ ଦିନ ଦ୍ବିତୀୟ ଶନିବାର ଓ ରବିବାର ହେବା କାରଣରୁ ବ୍ୟାଙ୍କ ବନ୍ଦ ରହିବ। କିନ୍ତୁ ଏହି ଦିନ ରାମ ନବମୀ, ଆମ୍ବେଦକର ଜୟନ୍ତୀ ଓ ବୈଶାଖୀ ରହିଛି। ଏହି ପର୍ବ ଶନିବାର ଓ ରବିବାରକୁ ହେବା କାରଣରୁ ବ୍ୟାଙ୍କର ଛୁଟି କମ୍ ହୋଇଯାଇଛି। ୧୫ ଏପ୍ରିଲରେ ହିମାଚଳ ଡେ ହେବା କାରଣରୁ ହିମାଚଳ ପ୍ରଦେଶରେ ବ୍ୟାଙ୍କ ଛୁଟି ରହିବ। ଅର୍ଥାତ ସେଠାରେ ୧୩,୧୪ ଓ ୧୫ ଲଗାତାର ୩ ଦିନ ବ୍ୟାଙ୍କ ଛୁଟି ରହିବ। ୧୫ ଏପ୍ରିଲରେ ବଙ୍ଗାଳୀ ନବବର୍ଷ ହେବା କାରଣରୁ ପଶ୍ଚିମ ବଙ୍ଗ ଓ ତ୍ରିପୁରାରେ ବ୍ୟାଙ୍କ ବନ୍ଦ ରହିବ। ସେଭଳି ୧୭ ରେ (ବୁଧବାର) ମହାବୀର ଜୟନ୍ତୀ କାରଣରୁ ଅଧିକାଶଂ ରାଜ୍ୟରେ ବ୍ୟାଙ୍କ ଛୁଟି ରହିବ। ଏହାର ଗୋଟେ ଦିନ ପରେ ୧୯ ଏପ୍ରିଲରେ ଗୁଡ ଫ୍ରାଇଡେ ରହିଛି, ଏହି କାରଣରୁ ୧୯ରେ ମଧ୍ୟ ବ୍ୟାଙ୍କ ଛୁଟି ରହିବ।