ବ୍ୟାଙ୍କିଙ୍ଗ ସେବାରେ ନୂଆ ଫର୍ମୁଲା : ୬ ମାସ ଯାଏ ‘ସର୍ବସାଧାରଣ ଉପଯୋଗୀ ସେବା’ ଭାବେ ବ୍ୟାଙ୍କ କରିବ କାର୍ଯ୍ୟ

ମୁମ୍ବାଇ ୨୪/୪ : ଶିଳ୍ପ ବିବାଦ ଅଧିନିୟମ ଅନୁଯାୟୀ ସରକାର ବ୍ୟାଙ୍କିଙ୍ଗ ଶିଳ୍ପକୁ ସର୍ବସାଧାରଣ ଉପଯୋଗୀ ସେବା(Public Utility Service) ଭାବରେ ଘୋଷଣା କରିଛନ୍ତି। ଏହା ଅକ୍ଟୋବର ୨୧ ତାରିଖ ପର୍ଯ୍ୟନ୍ତ ଲାଗୁ ରହିବ ।

ବ୍ୟାଙ୍କିଙ୍ଗ ସେବାକୁ ସରକାର ଏହି ଧାରା ଅନୁଯାୟୀ ଆଣିବା ଅର୍ଥ ୨୧ ଏପ୍ରିଲରୁ କାର୍ଯ୍ୟକାରୀ ହୋଇଥିବା ଏହି ଆଇନ ସମୟରେ କୋୖଣସି ବ୍ୟାଙ୍କିଙ୍ଗ କର୍ମଚାରୀ କିମ୍ବା ଅଫିସରମାନେ ଷ୍ଟ୍ରାଇକ୍ କରିପାରିବେ ନାହିଁ । ବ୍ୟାଙ୍କିଂ କାର୍ଯ୍ୟରେ ଯେମିତି କିଛି ବାଧା ଉପୁଜିବ ନାହିଁ ।

ଜଣେ ଶିଳ୍ପ ବିଶେଷଜ୍ଞଙ୍କ ସୂଚନା ଅନୁସାରେ , ଏହି ଅତ୍ୟାଧୁନିକ ପଦକ୍ଷେପ ଦ୍ଵାରା ବଡ ବଡ ବ୍ୟାଙ୍କିଙ୍ଗ କ୍ଷେତ୍ରର କର୍ମଚାରୀ ଓ ଅଧିକାରୀମାନେ ମଧ୍ୟ ଅନ୍ୟାନ୍ୟ କାର୍ଯ୍ୟକଳାପ ବ୍ୟତୀତ ଧର୍ମଘଟରେ ଯାଇପାରିବେ ନାହିଁ ।

ଏପ୍ରିଲ ୨୦ ତାରିଖରେ ଏକ ସର୍କୁଲାରରେ ଆର୍ଥିକ ସେବା ବିଭାଗ (Finance Service Department )କହିଥିଲା ଯେ, ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ଏକ ନୋଟିସ ଜରିଆରେ “ବ୍ୟାଙ୍କିଙ୍ଗ ଶିଳ୍ପକୁ ୬ ମାସ ପାଇଁ ଏକ ” ସର୍ବସାଧାରଣ ଉପଯୋଗୀ ସେବା” ଭାବେ ୨୧ଏପ୍ରିଲରୁ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛି।

   ସମ୍ବନ୍ଧିତ ଖବର


ପ୍ରକାଶ ପାଇଲା ସିଭିଲ ସର୍ଭିସ ପ୍ରିଲିମ୍‌ ରେଜଲ୍ଟ

‘କୋଭାକ୍ସିନ’ର ୩ୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ମିଳିଲା ଅନୁମତି

ED ସ୍କାନରରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁଅ

ଇମ୍ରାନ୍‌ଙ୍କୁ ଝଟକା : ପୂର୍ବଭଳି ଗ୍ରେ ଲିଷ୍ଟରେ ପାକିସ୍ତାନ, FATF କହିଲା…

୬ ବର୍ଷ ବୟସରେ ଇନ୍ସପେକ୍ଟର ! ସମ୍ଭାଳିଲେ ଏହି ଦାୟିତ୍ୱ

ଭାରତକୁ କ’ଣ ପାଇଁ ଆସିଥିଲା ଗିରଫ ହୋଇଥିବା ଚୀନ୍‌ ସୈନିକ? ତା ପାଖରୁ ସେନାକୁ ମିଳିଥିଲା ସ୍ଲିପିଙ୍ଗ୍‌ ବ୍ୟାଗ୍‌ ଓ ଷ୍ଟୋରେଜ ଡିଭାଇସ୍