ନଭେମ୍ବରରେ ଏତେ ଦିନ ବନ୍ଦ ରହିବ ବ୍ୟାଙ୍କ, ତା ପୂର୍ବରୁ କରି ନିଅନ୍ତୁ ଜରୁରୀ କାମ

ନୂଆଦିଲ୍ଲୀ, ୩୧/ ୧୦: ଦେଶରେ ଚାଲିଛି ପାର୍ବଣ ଋତୁ। ଅକ୍ଟୋବର ପରେ ନଭେମ୍ବରରେ ମଧ୍ୟ ପଡ଼ୁଛି ଅନେକ ପର୍ବ ପର୍ବାଣି। ଏଥିପାଇଁ ନଭେମ୍ବର ମାସରେ ମଧ୍ୟ କିିଛି ଦିନ ବ୍ୟାଙ୍କ ବନ୍ଦ ହେବାକୁ ଯାଉଛି। ନଭେମ୍ବର ମାସରେ ଦୀପାବଳି, ଛଟ୍‌ ପୂଜା ସମେତ ଅନାନ୍ୟ ପର୍ବପର୍ବାଣୀ ନଭେମ୍ବର ମାସରେ ପଡ଼ୁଛି। ବ୍ୟାଙ୍କର ଛୁଟି ଓ ରାଜ୍ୟର ଛୁଟି ମୁତାବିକ ଅଲଗା ଅଲଗା ରହିଛି। ଏପରିକି କିଛି ଛୁଟି ରହିଛି ଯାହା ଫଳରେ ଦେଶ ସାରା ବ୍ୟାଙ୍କ ବନ୍ଦ ରହିବ। ବିଭିନ୍ନ ରାଜ୍ୟର ସ୍ଥାନୀୟ ପର୍ବରେ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ଏମିତିରେ ଅଲଗା ଅଲଗା ଦିନରେ ଛୁଟି ପଡ଼ିବା ଦ୍ବାରା ବ୍ୟାଙ୍କ ବନ୍ଦ ରହିବ। ପାଖାପାଖି ୧୫ ଦିନ ନଭେମ୍ବର ମାସରେ ବ୍ୟାଙ୍କ ବନ୍ଦ ରହିବ। ଏଥିରେ ପର୍ବ ପର୍ବାଣୀ ଓ ସାସ୍ତାହିକ ଛୁଟି ମଧ୍ୟ ସାମିଲ ରହିଛି।

ଯଦି ଆପଣ ନଭେମ୍ବର ମାସରେ ବ୍ୟାଙ୍କ କରିବାକୁ କିଛି ଯୋଜନା କରିଛନ୍ତି ତେବେ ତାହା ଶୀଘ୍ର କରୁନ୍ତ। ଏହାପୂର୍ବରୁ ଜାଣିନେବା ଉଚିତ୍‌ ଯେ ବ୍ୟାଙ୍କ କେଉଁଦିନ ବନ୍ଦ ରହୁଛି ଆଉ ଖୋଲା ରହୁଛି।

ନଭେମ୍ବର ମାସରେ ବ୍ୟାଙ୍କ ଛୁଟି ପଡ଼ୁଥିବା ତାରିଖ ଗୁଡ଼ିକ ହେଲା। ନଭେମ୍ବର ୧, ୮, ୧୪, ୧୫, ୧୬, ୨୦, ୨୧, ୨୨, ୨୮, ୨୯, ୩। ଏହି ସବୁ ତାରିଖରେ ବନ୍ଦ ରହିବ ବ୍ୟାଙ୍କ।