ପ୍ରମୁଖ ଖବର
  • କଂଗ୍ରେସ ପ୍ରାର୍ଥୀ ଘୋଷଣା କେବେ ? ଚିନ୍ତାରେ ଆଶାୟୀ ଓ କର୍ମୀ..
  • ||
  • ଆଜି ରଥଯାତ୍ରା ପ୍ରସ୍ତୁତି ବୈଠକ, ପୁରୀ ସର୍କିଟ୍ ହାଉସ୍‌ରେ ବସିବ ମିଟିଂ
  • ||
  • IPL 2024: ଆଜି ରାଜସ୍ଥାନ ରୟାଲ୍ସ-ଦିଲ୍ଲୀ କ୍ୟାପିଟାଲ୍ସ ମୁକାବିଲା, ପ୍ରଥମ ବିଜୟ ପାଇଁ ବ୍ୟଗ୍ର ପନ୍ତ ବାହିନୀ
  • ||
  • ଗୁରୁବାର ପଦ୍ମ ଧରିବେ ସାଂସଦ ଭର୍ତ୍ତୃହରି ମହତାବ ! ମିଳିପାରେ କଟକ ଲୋକସଭା ପ୍ରାର୍ଥୀ ଟିକେଟ୍
  • ||
  • ଆହୁରି ଜଳାଇବ ତାତି, ୩ ଦିନରେ ଆହୁରି ୩ ଡିଗ୍ରୀ ବଢ଼ିବ ତାପମାତ୍ରା
  • ||

ଫେବୃଆରୀରେ ୧୦ଦିନ ବନ୍ଦ ରହିବ ବ୍ୟାଙ୍କ୍ ! ଜାଣନ୍ତୁ କେଉଁ ଦିନ ଓ କାହିଁକି ?

ନୂଆଦିଲ୍ଲୀ ୨୯।୧ : ଫେବୃଆରୀ ମାସରେ ୧୦ ଦିନ ବ୍ୟାଙ୍କ ବନ୍ଦ ରହିବ। ଅର୍ଥାତ୍ ଏହି ଦିନ ମାନଙ୍କରେ ବ୍ୟାଙ୍କରେ କାମ ହେବ ନାହିଁ। ୟୁନାଇଟେଡ୍ ଫୋରମ ଅଫ୍ ବ୍ୟାଙ୍କ ୟନିୟନ (ୟୁଏଫବିୟୁ) ୩୧ ଜାନୁଆରୀ ଏବଂ ଫେବୃଆରୀ ୧ ଦୁଇ ଦିନ ବ୍ୟାଙ୍କ ଧର୍ମଘଟ କରିବାକୁ ଆହ୍ୱାନ କରିଛି। ବ୍ୟାଙ୍କ କର୍ମଚାରୀ ସଂଘଗୁଡ଼ିକ ବେତନ ବୃଦ୍ଧି ଏବଂ ଅନ୍ୟାନ୍ୟ ଦାବି ନେଇ ଧର୍ମଘଟ କରିବେ ବୋଲି ଆହ୍ୱାନ କରିଛନ୍ତି। ଯଦି ଦାବି ପୂରଣ ନହେବ ତାହେଲେ ମାର୍ଚ୍ଚରେ ତିନି ଦିନ ବ୍ୟାଙ୍କ ବନ୍ଦ ପାଇଁ ଡାକରା ଦିଆଯିବ ବୋଲି ୟୁଏଫବିୟୁ କହିଛି। ଯଦି ମାର୍ଚ୍ଚରେ ବି ଦାବି ପୂରଣ ନହେବ ତାହେଲେ ଏପ୍ରିଲ ୧ରେ ଧର୍ମଘଟ ପାଇଁ ଡକରା ଦିଆଯିବ ବୋଲି ୟୁଏଫବିଏୟୁ କହିଛି।

{"id":85069,"width":736,"height":544,"sizeSlug":"large"}

ସୂଚନାଯୋଗ୍ୟ, ବ୍ୟାଙ୍କ କର୍ମଚାରୀ ସଂଘଗୁଡ଼ିକ ଦରମା ବୃଦ୍ଧି ଏବଂ ଅନ୍ୟାନ୍ୟ ଦାବି ନେଇ ଫେବୃଆରୀ ୧, ୧୨, ୧୩ ଏବଂ ୧୪ ତାରିଖରେ ଧର୍ମଘଟ କରିବାକୁ ନିଷ୍ପତି ନେଇଛନ୍ତି । ଏହାବାଦ୍ ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର, ସମସ୍ତ ରବିବାର ଏବଂ ୨୧ରେ ମହାଶିବରାତ୍ରୀ ରହିଛି। ଏସବୁ ଦିନ ସରକାରୀ ଛୁଟି ରହିଛି। ତେଣୁ ଫେବୃଆରୀରେ ପାଖାପାଖି ୧୨ ଦିନ ବ୍ୟାଙ୍କ ବନ୍ଦ ରହିବ ବୋଲି ଜଣାପଡ଼ିଛି।

{"id":85070,"width":751,"height":422,"sizeSlug":"large"}

ଏହି ତାରିଖରେ ବନ୍ଦ ରହିବ ବ୍ୟାଙ୍କ୍ :

୧ ଫେବୃଆରୀ - ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ

୨ ଫେବୃଆରୀ – ରବିବାର

୮ ଫେବୃଆରୀ – ଶନିବାର

୯ ଫେବୃଆରୀ – ରବିବାର

୧୬ ଫେବୃଆରୀ – ରବିବାର

୧୫ ଫେବୃଆରୀ - Lui-Ngai-Ni (ମଣିପୁରରେ ବନ୍ଦ ରହିବ ବ୍ୟାଙ୍କ)

୧୯ ଫେବୃଆରୀ – ଛତ୍ରପତି ଶିବାଜୀ ଜୟନ୍ତୀ (ମହାରାଷ୍ଟ୍ରରେ ବନ୍ଦ ରହିବ ବ୍ୟାଙ୍କ୍), ସନ୍ଥ ରବିଦାସ ଜୟନ୍ତୀ ( ଚଣ୍ଡୀଗଢ଼, ପଞ୍ଜାବ-ହରିୟାଣାରେ ବ୍ୟାଙ୍କ୍ ବନ୍ଦ ରହିବ)

୨୧ ଫେବୃଆରୀ – ମହାଶିବରାତ୍ରି

୨୨ ଫେବୃଆରୀ – ଶନିବାର

୨୩ ଫେବୃଆରୀ – ରବିବାର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.