ବିବାହ କରିବାକୁ ଆସିଥିଲା ବର, ଉଠାଇ ନେଲା ପୁଲିସ

ସୋନପୁର,୦୨/୦୩: ବିବାହ କରିବାକୁ ସୋନପୁର ଆସିଥିବା ଜଣେ ଯୁବକକୁ ସୋମବାର ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଲା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ଇଚ୍ଛାପୁର ଗାଁର ଅମଜେଦ୍ ଖାଁ(୨୮)।
ସୋନପୁର ପୁଲିସ ସୂଚନା ଅନୁଯାୟୀ ଆମଜେଦ୍ ସୋନପୁର ସହରର ଝୁପୁଡ଼ିପଡ଼ାକୁ ବିବାହ କରିବାକୁ ଆସିଥିଲା । ବର ଆମଜେଦ୍ଙ୍କ ନାଁରେ ହତ୍ୟା ଉଦ୍ୟମ ଭଳି ଏକ ସଂଗୀନ ମାମଲା ଗତ ମାସ ୨୭ ତାରିଖରେ ବୋଲଗଡ଼ ଥାନାରେ ରୁଜୁ ହୋଇଥିଲା । ଏହାକୁ ଆଧାର କରି ବୋଲଗଡ଼ ପୁଲିସ ଅମଜେଦ୍କୁ ଗିରଫ କରି ଏଠାରୁ ନେଇଥିବା ସୋନପୁର ପୁଲିସ ସୂଚନା ଦେଇଛି ।