PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ବାରବାଟି ଭାରତ-ୱେଷ୍ଟଇଣ୍ଡିଜ୍‌ ଦିନିକିଆ ପାଇଁ ଅଟୋ ଭରସା, ଷ୍ଟାଡିୟମ୍‌କୁ ମିଳିବନି ବସ୍‌ ସେବା

କଟକ ୧୪/୧୨: ଆସନ୍ତା ୨୨ ତାରିଖରେ ଖେଳାଯିବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍‌ ଦିନିକିଆ ପାଇଁ ପ୍ରସ୍ତୁତି ଜୋର୍‌ଦାର ଚାଲିଛି । ଏ ନେଇ ଉଭୟ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ ଏବଂ ପ୍ରଶାସନିକ ସ୍ତରରେ ତତ୍ପରତା ଦେଖାଯାଇଛି । ମ୍ୟାଚ ସମୟରେ ଯାତାୟତ ପାଇଁ ପ୍ରଶାସନିକ ସ୍ତରରେ ବ୍ୟବସ୍ଥା କରାଯାଇଛି ।

କିନ୍ତୁ ଦୁର୍ଭାଗ୍ୟଜନକ ବିଷୟ ଯେ ମ୍ୟାଚ ସରିବା ପରେ ଷ୍ଟାଡିୟମ୍‌ ପାଖରୁ ରେଳ ଷ୍ଟେସନ୍‌ ଓ ବସ୍‌ ଷ୍ଟାଣ୍ଡ୍‌କୁ ଫେରିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ଯାହାଫଳରେ ଲୋକେ କେବଳ ଅଟୋ ଉପରେ ନିର୍ଭରଶୀଳ ରହିବେ । ବାଦାମବାଡି ପହଞ୍ଚିବା ପରେ ଭୁବନେଶ୍ୱରକୁ ପର୍ଯ୍ୟାପ୍ତ ବସ୍‌ ସୁବିଧା କରାଯାଇଥିବା ଆଞ୍ଚଳିକ ପରିବହନ ଅଧିକାରୀ ଦୀପ୍ତିରଞ୍ଜନ ପାତ୍ର ପ୍ରକାଶ କରିଛନ୍ତି । ପୂର୍ବରୁ ବାରବାଟୀ ଷ୍ଟାଡିୟମରେ ଅନ୍ତର୍ଜାତୀୟ ମ୍ୟାଚ ଆୟୋଜନ କରାଯାଉଥିବା ବେଳେ ମ୍ୟାଚ ଦିନ ବାରବାଟୀ ଷ୍ଟାଡିୟମ୍‌କୁ ପ୍ରାୟ ୨୦ଟି ଟାଉନ୍‌ ବସ୍‌ ଚାଲିଥାଏ । ମ୍ୟାଚ ପୂର୍ବରୁ ଏବଂ ମ୍ୟାଚ ପରେ ବସ୍‌ ଗୁଡିକ ଲୋକଙ୍କୁ ନେବାଆଣିବା କରୁଥିଲେ । କିନ୍ତୁ ଏଥର କୌଣସି ବସ୍‌ ସୁବିଧା ନାହିଁ । ଏନେଇ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଇଛି । ଭିଡ଼ ଭିତରେ ଷ୍ଟାଡିୟମ୍‌କୁ ବସ୍‌ ଚଳାଚଳ ସମ୍ଭବ ନୁହେଁ ବୋଲି ପୁଲିସ୍‌ ପ୍ରଶାସନ ତରଫରୁ କୁହାଯାଇଥିବାରୁ ବସ୍‌ ବ୍ୟବସ୍ଥାକୁ ବାଦ୍‌ ଦିଆଯାଇଛି ।

ସ୍ଥିତି ଯାଞ୍ଚ୍‌ କଲେ ନଗର ଉନ୍ନୟନ ମନ୍ତ୍ରୀ

ବାରବାଟୀ ଷ୍ଟାଡିୟମ୍‌ ମ୍ୟାଚ ପାଇଁ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସ୍ଥିତି ଯାଞ୍ଚ୍‌ କରିଛନ୍ତି । ଶୁକ୍ରବାର ଅପରାହ୍ଣରେ ମନ୍ତ୍ରୀ ଷ୍ଟାଡିୟମ୍‌ରେ ପହଞ୍ଚି ଦର୍ଶକଙ୍କ ପାଇଁ କ’ଣ ସୁବିଧା ଉପଲବ୍ଧ ରହିବ ସେ ନେଇ ପଚରା ଉଚରା କରିଥିଲେ । ଏହି ଅବସରରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ତାଙ୍କ ସହିତ ଉପସ୍ଥିତ ରହି ପଡିଆ, ଦର୍ଶକ ଗ୍ୟାଲେରୀ, ଡ୍ରେସିଂରୁମ୍‌ ଆଦି ବୁଲି ଦେଖାଇଥିଲେ । ମ୍ୟାଚ କିଭଳି ସୁରୁଖୁରୁରେ ଶେଷ ହେବ ଏବଂ ଦର୍ଶକ କିଭଳି କୌଣସି ଅସୁବିଧାରେ ପଡିବେ ନାହିଁ ସେ ନେଇ ମନ୍ତ୍ରୀ ଓସିଏ କର୍ତ୍ତୃପକ୍ଷଙ୍କୁ ପରିଚାଳନାଗତ ତ୍ରୁଟିରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲେ ।