PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ଭାରତ-ୱେଷ୍ଟଇଣ୍ଡିଜ୍‌ ଦିନିକିଆ ଆଉ ୩ ଦିନ: ଆଜିଠୁ କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ, ୧୨ଟି କାଉଣ୍ଟରରେ ବିକ୍ରି

କଟକ ୧୯/୧୨: ବାରବାଟୀ ଷ୍ଟାଡିୟମରେ ଆସନ୍ତା ରବିବାର ଖେଳାଯିବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍‌ ଦିନିକିଆ ପାଇଁ ଆଜି ଠାରୁ କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହେବ । ଏନେଇ ପ୍ରଥମ ଥର ପାଇଁ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌(ଓସିଏ) ପକ୍ଷରୁ ପର୍ଯ୍ୟାପ୍ତ କାଉଣ୍ଟରର ବ୍ୟବସ୍ଥା କରାଯାଇଛି । ଯେଉଁଠି ପୂର୍ବରୁ ପ୍ରତ୍ୟେକ ମ୍ୟାଚରେ ୪ଟା କାଉଣ୍ଟର କରାଯାଉଥିବା ବେଳେ ଏଥର ୧୨ଟା କାଉଣ୍ଟର ଖୋଲାଯିବ ।

୪ଟି ସ୍ଥାୟୀ ସହିତ ୮ଟି ଅସ୍ଥାୟୀ କାଉଣ୍ଟରର ବ୍ୟବସ୍ଥା ହୋଇଛି । କାଉଣ୍ଟରରେ ଟିକେଟ ବିକ୍ରି ପାଇଁ ମୋଟ୍‌ ୧୦ ହଜାର ୫୦ଟି ଟିକଟ ରହିଥିବା ଓସିଏ ତରଫରୁ ସୂଚନା ଦିଆଯାଇଛି । ଟିକେଟ ବିକ୍ରି ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । କାଉଣ୍ଟରରେ ସିସି କ୍ୟାମେରା ବ୍ୟବସ୍ଥା କରାଯିବା ସହ ବ୍ୟାରିକେଡିଂ କରାଯାଇଛି । ଯାହାଫଳରେ ଲୋକେ ଧାଡ଼ି ବାନ୍ଧି ଶୃଙ୍ଖଳିତ ଭାବେ ଟିକେଟ୍‌ କିଣିପାରିବେ । ଜଣେ ବ୍ୟକ୍ତି ଅତିବେଶୀରେ ୨ଟି ଟିକେଟ୍‌ କିଣିପାରିବେ । ପ୍ରଥମଥର ପାଇଁ କ୍ୟାସ୍‌ଲେସ୍‌ ବ୍ୟବସ୍ଥା ହୋଇଥିବାରୁ ୨ ହଜାର ଟଙ୍କା ପର୍ଯ୍ୟନ୍ତ ଟିକେଟ୍‌ ପାଇଁ ଟଙ୍କା ଦେଣନେଣ କରାଯିବ । ଏହା ଉପରକୁ ହେଲେ ବ୍ୟାଙ୍କ୍‌ ଡ୍ରାଫ୍ଟ , ଡେବିଟ୍‌ କାର୍ଡ ମାଧ୍ୟମରେ ଲୋକେ ଟିକେଟ୍‌ କିଣିପାରିବେ ।

ଟିକେଟ୍‌ ବିକ୍ରି ପାଇଁ ବ୍ୟାପକ ପୁଲିସ୍‌ ମୁତୟନ କରାଯାଇଛି । ବୁଧବାର ରାତିରୁ ଫୋର୍ସ ଦାୟିତ୍ୱକୁ ଓହ୍ଲାଇବେ । ୩ ପର୍ଯ୍ୟାୟରେ ସୁରକ୍ଷାକର୍ମୀ କାର୍ଯ୍ୟ କରିବେ । ରାତି ୧୦ ରୁ ସକାଳ ୭ଟା, ୭ ରୁ ୨ଟା ଏବଂ ୨ଟାରୁ ୧୦ଟା ପର୍ଯ୍ୟନ୍ତ ପୁଲିସ୍‌ ଡ୍ୟୁଟି କରିବେ । ମୋଟ୍‌ ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି । ଏହା ବ୍ୟତୀତ ୩ ଜଣ ଏସିପି, ୨ଜଣ ଏଡସିପି, ୬ଜଣ ଆଇଆଇସି, ୧୨ ଜଣ ସବ୍‌ଇନ୍ସପେକ୍ଟର/ଆସିଷ୍ଟାଣ୍ଟ୍‌ ସବ୍‌ଇନ୍ସପେକ୍ଟର ଦାୟିତ୍ୱରେ ରହିବେ ବୋଲି ପୁଲିସ୍‌ ପ୍ରଶାସନ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ଆଜି ରାତିରୁ ଟିକେଟ କିଣିବା ନେଇ ଲୋକଙ୍କ ଉତ୍ସାହ ଦେଖିବାକୁ ମିଳିଛି । ବିଳମ୍ବିତ ରାତ୍ରିରୁ ଲୋକେ ଧାଡି ବାନ୍ଧିବା ଆରମ୍ଭ କରିଛନ୍ତି । ପୁଲିସ୍‌ ପକ୍ଷରୁ ରାତିରୁ କାଉଣ୍ଟର ପାଖରେ କାହାରିକୁ ଛିଡ଼ା ହେବାକୁ ଦିଆଯାଇ ନାହିଁ ।

ବିଶାଖାପାଟନମରେ ଦ୍ୱିତୀୟ ଦିନିକିଆ ଶେଷ ହେବା ପରେ ଆଜି ଉଭୟ ଦଳ ଭୁବନେଶ୍ୱରରେ ପହଞ୍ଚିବେ । ଅପରାହ୍ଣ ୧ଟା ୩୦ରେ ଭାରତ ଓ ୱେଷ୍ଟିଇଣ୍ଡିଜ୍‌ ଖେଳାଳି ଏକାସଙ୍ଗେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ବିଶ୍ରାମ କରି ୨୦ ଓ ୨୧ ତାରିଖ ଦୁଇଦିନ ଅଭ୍ୟାସ କରିବେ । ଖେଳାଳି ପହଞ୍ଚିବା ଠାରୁ ଆରମ୍ଭ କରି ହୋଟେଲ୍‌ ପର୍ଯ୍ୟନ୍ତ ଯିବା ପାଇଁ ବ୍ୟାପକ ଫୋର୍ସ ମୁତୟନ କରାଯିବ । ଭୁବନେଶ୍ୱର ପୁଲିସ୍‌ର କଡା ସୁରକ୍ଷା ବଳୟ ଭିତରେ ଏହି କାର୍ଯ୍ୟ ସମ୍ପାଦନ କରାଯିବ ।