PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶିଶୁ ଅପହରଣ ଉଦ୍ୟମ ପଣ୍ଡ, ବାଇକ ରୁ ଲମ୍ଫ ମାରି ଦୁର୍ବୃତ୍ତଙ୍କ କବଳରୁ ମୁକୁଳିଲା ୧୨ ବର୍ଷର ଶିଶୁ ପୁତ୍ର, ଜଗତସିଂହପୁର ଥାନାରେ ମାମଲା।
  • ||
  • ଢେଙ୍କାନାଳ: ସାଇକୃପା ଆବାସିକ ମହାବିଦ୍ୟାଳୟରୁ ୪ଜଣ ଛାତ୍ର କୋଭିଡ ପଜିଟିଭ ଚିହ୍ନଟ, ଆରଟିପିସିଆର ଟେଷ୍ଟ ପାଇଁ ୨୬୦ ଜଣଙ୍କର ସାମ୍ପଲ ପାଠାଗଲା
  • ||
  • କମ୍ପିବ ବିଧାନସଭା: ମମିତା ମେହେର ହତ୍ୟା ଘଟଣା, ଧାନମଣ୍ଡି ଅବ୍ୟବସ୍ଥା, ଦୁର୍ନୀତି ପ୍ରସଙ୍ଗରେ ସରକାରଙ୍କୁ ଘେରିବ ବିଜେପି
  • ||
  • ନରସିଂହପୁର: ପିଉସୀ ଘରକୁ ବୁଲିବାକୁ ଆସିଥିବା ବେଳେ କୂଅରେ ପଡ଼ି ଚାଲିଗଲା ବାଳକ ଜୀବନ
  • ||
  • ନରସିଂହପୁର: ନରସିଂହପୁରରେ ମାତିଲେ ଦୁର୍ବୁତ୍ତ, ସ୍କାଏ ଲାଇଟ ଭାଙ୍ଗି ଲୁଟିନେଲେ ଟଙ୍କା ଆସବାବପତ୍ର
  • ||
  • ଜଗତସିଂହପୁର : ଆରମ୍ଭ ହେଲା ୨ଦିନିଆ ସାଗର କବଚ ଓଡି -୨୧ ସମରାଭ୍ୟାସ
  • ||
  • ଚନ୍ଦ୍ରଶେଖରପୁର : ଜଣଙ୍କ ପାଇଁ ଦୁଇ ପ୍ରେମିକ ମଧ୍ୟରେ ହଣାମରା, ବିଚ୍ ରାସ୍ତାରେ ଚାଲିଲା ଖଣ୍ଡଯୁଦ୍ଧ
  • ||
  • ସୋନପୁର : ସୋନପୁରରେ ଇଷ୍ଟଦେବୀ ସୁରେଶ୍ଵରୀ ମନ୍ଦିରରୁ ଚୋରି
  • ||
  • ଭୁବନେଶ୍ୱର : ଆଜି ଅଭିନେତ୍ରୀ ଗୁନ୍‌ଗୁନ୍‌ଙ୍କ ବିବାହ, ଅଭିସ୍ମିତଙ୍କ ସହ ପଡିବ ହାତଗଣ୍ଠି
  • ||
  • ଭୁବନେଶ୍ୱର : ଆସୁଛି ସମ୍ଭାବ୍ୟ ବାତ୍ୟା ‘ଜୱାଦ୍‌’, ୩ ତାରିଖ ଯାଏଁ ଥରାଇବ ଶୀତ, ୪ରେ ନିର୍ଧୁମ ବର୍ଷା ସମ୍ଭାବନା
  • ||
  • ସୁକିନ୍ଦା : ଶତାୟୁ ପଦ୍ମଶ୍ରୀ ନନ୍ଦ ସାର୍ କରୋନା ସଂକ୍ରମିତ, ଘରୋଇ ହସ୍ପିଟାଲରେ ଭର୍ତ୍ତି
  • ||

କୋଭିଡ୍‌ ନିୟମକୁ ବେଖାତିର୍ : ପୁଲିସ୍‌ ନାକ ତଳେ ଡିଜେ ବାଜିଲା, ବାଣ ଫୁଟିଲା.. ଝୁମିଲେ ବରଯାତ୍ରୀ

ସମ୍ବଲପୁର,୨୬/୧୦: କରୋନା କଟକଣା ପାଇଁ ଦଶହରା ପୂଜାରେ ମା’ ଦୁର୍ଗାଙ୍କୁ ଦର୍ଶନ ପାଇଁ ସରକାର ଅନୁମତି ଦେଲେନି । ତେଣୁ ବାଣ, ରୋଶଣୀ କରି ବରଯାତ୍ରୀ ଯିବା ଉପରେ ଏବେ ବି କଟକଣା ବଳବତ୍ତର ରହିଛି । କିନ୍ତୁ ସୋମବାର ରାତିରେ ବୁର୍ଲା ଥାନା ଅନ୍ତର୍ଗତ ଗୋଶାଳା ଫାଣ୍ଡି ନିକଟରେ କୋଭିଡ୍‌ ନିୟମକୁ ଶ୍ରଦ୍ଧାଞ୍ଜଳି ଦେଇ ଡିଜେ ବଜାଇ ବରଯାତ୍ରୀ ରଙ୍ଗିନ୍‌ ଆଲୁଆରେ ନାଚିଲେ । ୫ ମିନିଟ୍‌ କି ୧୦ ମିନିଟ୍‌ ପାଇଁ ନୁହେଁ ବରଂ ଗୋଶାଳା ଫାଣ୍ଡି ଛକରୁ ନେଇ ବଉଦିଆ ପଡ଼ା ଯାଏ ଦୀର୍ଘ ଅଢ଼େଇ ଘଣ୍ଟା କାଳ ଏହି ଶୋଭାଯାତ୍ରା ଚାଲିଲା । ହେଲେ ବର୍ତ୍ତମାନ ସୁଦ୍ଧା ଡିଜେ ବଜାଇବା, ବାଣ ଫୁଟାଇବା ନେଇ ସରକାରଙ୍କ ପକ୍ଷରୁ କୌଣସି ଗାଇଡ୍‌ଲାଇନ୍‌ ଆସିନଥିବା ବେଳେ ବୁର୍ଲା ପୁଲିସ୍‌ ଏଭଳି ଶୋଭାଯାତ୍ରା ପାଇଁ ଅନୁମତି କିଭଳି ଦେଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।