PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମାଲକାନଗିରି ଜିଲ୍ଲାପାଳଙ୍କ ନାମରେ ଟେଣ୍ଡର ଫିକସିଙ୍ଗ ଓ ଗ୍ରାନାଇଟ ପଥର ଖଣିଲିଜରେ ଦୁର୍ନୀତିର ଅଭିଯୋଗ ଆଣିଲେ ପୁର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ
  • ||
  • କଟକ: ଦୁଷ୍କର୍ମ ମାମଲ, ୧୪ ବର୍ଷ ପରେ ଆଜୀବନ କାରାଦଣ୍ଡ ଆସାମୀ ନିର୍ଦୋଷରେ ଖଲାସ
  • ||
  • ବଲାଙ୍ଗୀର: ମୂଲ୍ୟବାନ ଖଇର ଗଣ୍ଡି ଓ ଗାଡି ଜବତ କଲା ବନ ବିଭାଗ, ଡ୍ରାଇଭର ଫେରାର
  • ||
  • କୋରାପୁଟ: ବାଇକ୍ ଚୋର ଗ୍ୟାଙ୍ଗକୁ ଧରିବା ସଫଳ ହେଲା କୋରାପୁଟ ଟାଉନ ଥାନା ପୋଲିସ, ୧୫ ବାଇକ୍‌ ଉଦ୍ଧାର, ୩ ଚୋର ଗିରଫ
  • ||
  • ଜଗତସିଂହପୁର: ଅଲିପିଙ୍ଗଳ ବାଲିଘାଟରେ ପୁଣି ଚଢ଼ଉ କଲେ ତହସିଲଦାର , ୭ରୁ ଅଧିକ ହାଇଓ୍ବା ଜବତ, ମାଲିକ ମହଲରୁ ତେଜୁଛି ଅସନ୍ତୋଷ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ଚିନ୍ତା ବଢ଼ାଉଛି ମୃତ୍ୟୁ ସଂଖ୍ୟା, ୨୪ ଘଣ୍ଟାରେ ଆଉ ୩୮ ଜଣଙ୍କ ଜୀବନ ନେଲା କରୋନା
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୯୫୭ କରୋନା ପଜିଟିଭ୍
  • ||
  • ପୁରୀ : ସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ୧୪୪ ଧାରା, ୨୩ ତାରିଖ ରାତି ୧୦ଟାରୁ ୨୫ ତାରିଖ ଭୋର ୨ଟା ଯାଏଁ କଟକଣା
  • ||
  • ପୁରୀ : ଏବର୍ଷ ୩ ଦିନ ନବଯୌବନ ଦର୍ଶନ, ଆଜି ଶ୍ରୀମନ୍ଦିରରେ ଦଇତାପତି ସେବାୟତଙ୍କ ପ୍ରବେଶ, ୨୩ରେ ସେନାପଟା ଲାଗି ନୀତି
  • ||
  • ଭୁବନେଶ୍ୱର : ଓଡ଼ିଶାର ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା, ଆଜି ୧୨ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ଣ୍ଣିଂ ଜାରି
  • ||

ବିଚ୍ଛିନ୍ନତାବାଦୀ ନେତାଙ୍କ ଚେତାବନୀକୁ ଖାତିର ନକରି ଭୋଟ ଦେଲେ କଶ୍ମୀରବାସୀ, ବୁଥ୍ ବାହାରେ ନାଚିଲେ କିଛି ଭୋଟର

ବାରାମୁଳା,୧୧।୪: ଲୋକସଭା ନିର୍ବାଚନ ୨୦୧୯ର ପ୍ରଥମ ପର୍ଯ୍ୟାୟ ଅନୁସାରେ ଜମ୍ମୁ ଓ କଶ୍ମୀରର ବାରାମୁଳା ଆସନରେ ଭୋଟି ଜାରି ରହିଛି। ହୁରିୟତର ବିରୋଧ ପରେ ସକାଳ ୭ଟା ସମୟରେ ପୋଳିସ ବୁଥରେ ଭୋଟଙ୍କୁ  ଭିଡ ଦେଖିବାକୁ ଲାଗିଥିଲା। ସକାଳ ୮ଟା ପରେ ଏଠାରେ ପୋଲିଂ ବୁଥରେ ଭୋଟଙ୍କର ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଯାହାଫଳରେ କଶ୍ମୀରର  ବିଚ୍ଚିନ୍ନତାବାଦୀ ନେତାଙ୍କ ଗାଲରେ ଏହା ଏକ ଶକ୍ତ ଚାପୁଡା ବୋଲି କୁହାଯାଉଛି। ଏପରିକି କିଛି ଭୋଟର ଭୋଟ ଦେବାକୁ ଆସିଥିବା ବେଳେ ଖୁସିରେ ନାଚିଥିବାର ଦେଖିବାକୁ ମିଳିଥିଲା। କାରଣ ବିଚ୍ଛିନ୍ନତାବାଦୀ ସଂଗଠନ ହୁରିୟତ କନଫ୍ରେନ୍ସ ପକ୍ଷରୁ ଆଜି ଘାଟିରେ ଭୋଟ ବର୍ଜନ କରିବାର ଆହ୍ବାନ ଦିଆଯାଇଥିଲା। ବାରାମୁଳା ଓ ବନିହାଲ ମଧ୍ୟରେ ଟ୍ରେନ ସେବାକୁ ଗୋଟିଏ ଦିନ ପାଇଁ ମଧ୍ୟ ବନ୍ଦ କରିଦିଆଯାଇଥିଲା।    

source: https://aajtak.intoday.in

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣ ଆଶଙ୍କା ଦେଖି ରେଡ ଆଲର୍ଟ ଜାରି କରିଦିଆଯାଇଛି। ଗୋଇନ୍ଦା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ଏଲଇଡି ତିବା ଏକ ସ୍କର୍ପିଓରୁ କିଛି ଆତ୍ମଘାତୀ ଆତଙ୍କବାଦୀ ବାହାରିଚନ୍ତି। ତଦନ୍ତକାରୀ ଏଜେନ୍ସିଙ୍କୁ ଏବିଷୟରେ ଜଣାପଠିବା ପରେ ଘାଟିର ସୀମା ଅଞ୍ଚଳକୁ ଦୁଇଟି ଗାଇଡଙ୍କୁ ଆତଙ୍କବାଦୀ ଆକ୍ରମଣକାରୀଙ୍କ ସାହାର୍ଯ୍ୟ ପାଇଁ ମୁତୟନ କରାଯାଇଚି। ଏହି ଗୁଇନ୍ଦା ସୂଚନା ମିଳିବା ପରେ ସେନା, ଜମ୍ମୁ –କଶ୍ମୀର ପୋଲିସ, ସ୍ପେଶାଲ ଅପରେସନ୍ ଗ୍ରୁପ ଓ ସିଆରପିଏଫକୁ ଆଲର୍ଟ କରିଦିଆଯାଇଛି।  

source: https://www.jagran.com

ଉଲ୍ଲେଖନୀୟ ଯେ ବାରାମୁଳା ଆସନରେ ଏଥର କଂଗ୍ରେସର ହାଜି ଫାରୁକ ଅହମ୍ମଦ ମୀର, ବିଜେପିର ମହମ୍ମଦ ମକବୁଲ ଓ୍ବାର, ନ୍ୟାସନାଲ କନଫ୍ରେନ୍ସର ମହମ୍ମଦ ଅକବର ଲୋନ ଓ ପିଡିପିର ଅବଦୁଲ କୟୁମ ଓ୍ବାନିଙ୍କ ସମେତ ସ୍ଥାନୀୟ ଦଳ ସହିତ ମୋଟ ୧୦ଜଣ ପ୍ରାର୍ଥୀ ଏଥର ନିର୍ବାଚନ ଲଢୁଛନ୍ତି। ଗତ ଲୋକସଭା ନିର୍ବାଚନରେ ପିଡିପି ପ୍ରଥମ ଥର ଏହି ଆସନରେ ଜିତିବାରେ ସଫଳ ହୋଇତିଲା।  ପିଡିପିର ଟିକେଟରୁ ମୁଜଫର ହୁସେନ ବେଗ୍ ନିର୍ବାଚନ ଜିତିଥିଲେ। ସୁରକ୍ଷା ଦୃଷ୍ଟିରେ ସମ୍ବେଦନଶୀଳ ଅଞ୍ଚଳ କୁହାଯାଉଥିବା ଏହି ସ୍ଥାନରେ ୨୦୧୪ରେ ପ୍ରାୟ ୩୯ ପ୍ରତିଶତ ଭୋଟଦାନ ହୋଇଥିଲା।

source:https://m.greaterkashmir.com

ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ କମ୍ମୁ କଶ୍ମୀରରେ ୨ଟି ଆସିନରେ ଭୋଟିଂ ହେଉଚି। ଜମ୍ମୁ ଆସନରୁ ୨୪ ପ୍ରାର୍ଥୀଙ୍କ ମଧ୍ୟରେ ନିର୍ବାଚନୀ ଲଢେଇ ହେଉଛି। ସକାଳ ସୁଧା ଏଠାରେ ଖୁବ୍ ଭିଡ ଦେଖିବାକୁ ମିଳିଥିଲା। ସେଭଳି ପୁଞ୍ଛରେ ତିବା ଏକ ବୁଥ୍ ସମ୍ପୂର୍ଣ୍ଣ ଖାଲି ଥିବା ବେଳେ କେବଳ ସୁରକ୍ଷାକର୍ମୀଙ୍କୁ ହିଁ ଦେଖିବାକୁ ମିଳିତିଲା। ଏହି ଆସନରୁ ବିଜେପିର ଜୁଗଳ କିଶୋର, କଂଗ୍ରେସର ରମଣ ଭଳ୍ଲା ଓ ନ୍ୟାସନାଲ କନଫ୍ରେନ୍ସର ସମର୍ଥନ ରହିଛି। ଏହି ଆସନର ଇତିହାସ କୁହେ ଯେ ଏଠାରେ କଂଗ୍ରେସ ଅଧିକ ଥର ଜିତିଛି। ୧୯୫୭ରୁ ଅସ୍ତିତ୍ବରେ ଆସିଥିବା ଏହି ଆସନରେ ଏପର୍ଯ୍ୟନ୍ତ କଂଗ୍ରେସ ୯ଥର ନିର୍ବାଚନ ଜିତିସାରିଛି। ଏହି ଆସନରୁ ବିଜେପି ୩ଥର ନିର୍ବାଚନ ଜିତିଚି।  

ସମ୍ବନ୍ଧିତ ଖବର