ନିଜର ମୃତ ଶିଶକୁ ସ୍ମଶାନରେ ପୋତିବାକୁ ଯାଇଥିଲେ ଜଣେ ବ୍ୟକ୍ତି, ୩ ଫୁଟ୍ ମାଟି ଖୋଳିବା ପରେ ପାଇଲେ ଏକ ଜୀବିତ ନବଜାତ ଶିଶୁକନ୍ୟା

ବରେଲି,୧୪।୧୦: ଉତ୍ତର ପ୍ରଦେଶର ବରେଲିରେ ଜଣେ ବ୍ୟକ୍ତି ନିଜର ମୃତ ନବଜାତ ଶିଶୁକୁ ପୋତିବାକୁ ଯିବା ବେଳେ ମାଟି ଭିତରୁ ଏକ ଜୀବିତ ଶିଶୁକନ୍ୟାକୁ ଉଦ୍ଧାର କରିଛନ୍ତି। ଏହି ବ୍ୟକ୍ତିଜଣକ ନିଜର ମୃତଶିଶୁକୁ ପୋତିବା ପାଇଁ ମାଟି ଖୋଳିଥିଲେ ଓ ୩ ଫୁଟ ମାଟି ଖୋଳିବା ପରେ ତାଙ୍କୁ ଏକ ମାଟି ପାତ୍ର ଭିତରୁ ନବଜାତ ଶିଶୁକନ୍ୟା ବଞ୍ଚିଥିବା ଅବସ୍ଥାରେ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏପରିକି ଶିଶୁଟି କାନ୍ଦୁଥିବାର ଦେଖି ଆଖପାଖର ଲୋକ ମଧ୍ୟ ସେଠାରେ ରୁଣ୍ଡ ହୋଇଯାଇଥିଲ। ଏବେ ଏହି ବ୍ୟକ୍ତିଜଣକ ଭଗବାନଙ୍କ ଆର୍ଶିବାଦ ଭାବି ଶିଶୁକନ୍ୟାଟିକୁ ଗ୍ରହଣ କରିନେଇଛନ୍ତି।

ତେବେ ମାଟି ତଳୁ ଉଦ୍ଧାର ହୋଇଥିବା ଏହି ଶିଶୁକନ୍ୟାର ସ୍ଥିତି ସଙ୍ଗୀତ ଥିବା ବେଳେ ଏବେ ତାକୁ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି କରାଯାଇଛି। ଏବେ ଏହି ଶିଶୁକନ୍ୟାଟିର  ନାମ ସୀତା ରଖାଯାଇଛି। ଉଲ୍ଲେଖନୀୟ ଯେ, ସିବିଗଞ୍ଜ ସ୍ଥିତ ଓ୍ବେଷ୍ଟର୍ଣ୍ଣ କଲୋନୀରେ ରହୁଥିବା ହିତେଶ କୁମାର ସିରୋହୀଙ୍କ ପତ୍ନୀ ବୈଶାଳୀ ଗତ ଶୁକ୍ରବାର ଏକ ମୃତଶିଶୁକୁ ଜନ୍ମ ଦେଇଥିଲେ। ପରିବାର ଲୋକ ମୃତ ଶିଶକୁ ପୋତିବା ପାଇଁ ସ୍ମଶାନ୍ ଯାଇ ଗାତ ଖୋଳିବା ସମୟରେ ମାଟିତଳୁ ଏହି ଜୀବିତ ଶିଶୁକନ୍ୟାଟିକୁ ଉଦ୍ଧାର କରାଯାଇଛି। ଏହି ମାମଲା ନେଇ ପୋଲିସ କହିଛି, କିଏ ମାଟି ଖୋଳି ଶିଶୁଟିକୁ ପୋତିଥିଲା ତାହା ଜଣାପଡିନାହିଁ, ତେବେ ଖୁବ୍ ଶୀଘ୍ର ତଦନ୍ତ କରି ତାକୁ ଖୋଜି ବାହାର କରିବୁ।।

   ସମ୍ବନ୍ଧିତ ଖବର


ଗଲୱାନର ବୀର ସହିଦଙ୍କ କାହାଣୀ – ଏକାକୀ ୧୨ ଚୀନ୍‌ ସୈନିକଙ୍କୁ ମାରିଥିଲେ

ଚୀନ୍‌କୁ ଜବାବ ଦେବାପାଇଁ ପ୍ରସ୍ତୁତି- ଲଦାଖରେ ମୁତୟନ ହେଲେ ସର୍ଜିକାଲ୍‌ ଷ୍ଟ୍ରାଇକିଂ ଫୋର୍ସ

ଏହି ସ୍ଥାନମାନଙ୍କରେ ଖୋଲିଲା ରେଡ୍‌ଲାଇଟ୍‌ ଏରିଆ- କିସ୍‌ କରିବା ଓ ଜୋରରେ ଶ୍ୱାସକ୍ରିୟା ମନା

ଭାରତରେ ଆଇଆଇଟି ଛାତ୍ର ଓ ପ୍ରଫେସର ତିଆରି କଲେ କରୋନା ବିନାଶକ ଡିଓଡ୍ରେଣ୍ଟ – ବାସ୍ନା ସହ ଭୁତାଣୁ ମାରିବ

୭ ସେପ୍ଟେମ୍ବର ପର୍ଯ୍ୟନ୍ତ ବନ୍ଦ ରହିବ ଗୁଗଲ ଅଫିସ୍

ଘରେ ଏକା ଥିବା ସମୟରେ କଲେଜ ଛାତ୍ରୀଙ୍କୁ ହତ୍ୟା