ବ୍ରାହ୍ମଣୀରେ ବଢୁଛି ଜଳସ୍ତର, ସମଲ ବ୍ୟାରେଜର ୭ଟି ଓ ରେଙ୍ଗାଲିରେ ଗୋଟିଏ ଗେଟ ଖୋଲିଲା

ଅନଗୁଳ: ରେଙ୍ଗାଳି ଡ୍ୟାମର ଗୋଟିଏ ଏବଂ ସମଲ ବ୍ୟାରେଜର ୭ ଟି ଗେଟ ଖୋଲା ହୋଇଛି । ବ୍ରାହ୍ମଣୀ ରେ ଜଳସ୍ତର ବଢୁଛି । ନଦୀ କୁଳିଆଙ୍କୁ ସତର୍କ ରହିବାକୁ ନିବେଦନ କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ରେକର୍ଡ ସଂଖ୍ୟକ ୭୧୩.୬ ମିଲିମିଟର ବର୍ଷା ଜଳ ରେକର୍ଡ ହୋଇଛି ।

ଅନଗୁଳ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଜିଲ୍ଲାର ସମସ୍ତ ୮ ଟି ବ୍ଲକରେ ୭୧୩.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ରେଙ୍ଗାଳି ଡ୍ୟାମର ଗୋଟିଏ ଗେଟ ଖୋଲିଛି । ଜଳ ଭଣ୍ଡାରକୁ ୫୭୦୦ ଘନ ମିଟର ପ୍ରତି ସେକେଣ୍ଡ ଜଳ ପ୍ରଵେଶ କରୁଛି । ଗେଟ ଦେଇ ୨୦୫୭ ଘନ ମିଟର ପ୍ରତି ସେକେଣ୍ଡ ଜଳ ନିଷ୍କାସନ ହେଉଛି। ଡ୍ୟାମରେ ଜଳସ୍ତର ବର୍ତ୍ତମାନ୧୨୨.୧୫  ମିଟର ରହିଛି।

ସେହିପରି ରେଙ୍ଗାଳି ଡ୍ୟାମର ତଳ ମୁଣ୍ଡରେ ସମଲ ବ୍ୟାରେଜର ଜଳ ସ୍ତର ୭୪.୫୦ମିଟର ରହିଛି । ଜଳ ଭଣ୍ଡାରକୁ ୪୫୦୦ କ୍ୟୁସେକ ଜଳ ପ୍ରବେଶ କରୁଥିଲା ବେଳେ ତଳ ମୁଣ୍ଡରେ ୩୭୦୦ କ୍ୟୁସେକ ଜଳ ନିଷ୍କାସନ ହେଉଛି । ସମଲ ବ୍ୟାରେଜର 7 ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ତେଣୁ ବ୍ରାହ୍ମଣୀ ନଦୀରେ ଜଳସ୍ତର ବଢିଛି । ନଦୀ କୁଳିଆ ଲୋକମାନେ ସତର୍କ ରହିବା ପାଇଁ କହିଛନ୍ତି । ବର୍ଷା ଚାଲିଛି, ଏଭଳି ବର୍ଷା ଚାଲିଲେ, ଜଳସ୍ତର ବଢିଲେ ଅଧିକ ଗେଟ ଖୋଲିବା ପାଇଁ ନିଷ୍ପତ୍ତି ନିଆ ଯାଇ ପାରେ ବୋଲି ବ୍ୟାରେଜ କାର୍ତ୍ୟୁପକ୍ଷ ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ଡାକ୍ତରଖାନାରେ ସ୍ୱାମୀକୁ ଛାଡ଼ି ଚମ୍ପଟ ମାରିଲେ ସ୍ତ୍ରୀ: ଫୋନ୍‌ କରି କହିଲେ.. ‘ମୁଁ ପଳାଇ ଆସିଛି .. ଭଳରେ ରହିବ’

ବନ୍ଧା ହେଲା କୋକେଇ, ମିଳିଲା ଚାରି କାନ୍ଧ: ଶ୍ମଶାନରେ ‘ଶୁଆ’କୁ ହିନ୍ଦୁ ରୀତିନୀତି ଅନୁଯାୟୀ କରାଗଲା ଦାହ ସଂସ୍କାର

କୋଣାର୍କ ମହୋତ୍ସବ ବନ୍ଦ ଲାଗି ହାଇକୋର୍ଟରେ ଆଉ ଏକ ମାମଲା

ନାବାଳିକା ସହ ବାରମ୍ବାର ଦୁଷ୍କର୍ମ କଲା ଧୋକାବାଜ୍‌ ପ୍ରେମିକ: ଥାନାରେ ଅଭିଯୋଗ ପରେ ବି ଯୁବକକୁ ବାନ୍ଧିବା ପାଇଁ କୁନ୍ଥ କୁନ୍ଥ ହେଲା ପୁଲିସ୍, ନ୍ୟାୟ ପାଇଁ ଏସ୍‌ପିଙ୍କୁ ଗୁହାରୀ କଲେ ପୀଡ଼ିତା

ଅପରେସନ ଟେବୁଲରେ ଆଖିବୁଜିଲେ ମା’ ଓ ଶିଶୁ: ଡାକ୍ତରଙ୍କ ଅବହେଳା ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା

ପୋଲ ତଳକୁ ଖସିଲା ପାଉଁଶ ବୋଝେଇ ଟ୍ରକ୍‌, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର