ବିଭିନ୍ନ ଛକରୁ ବ୍ୟାରିକେଡ୍‌ ହଟାଇଲା କମିଶନରେଟ ପୋଲିସ

bariccade

ଭୁବନେଶ୍ୱର ମେ ୧୬-  ରାଜଧାନୀର ବିଭିନ୍ନ ଛକରୁ କମିଶନରେଟ୍‌ ପୁଲିସ ବ୍ୟାରିକେଡ୍‌ ହଟାଇଛି । ପ୍ରାୟ ଦେଢମାସ ପରେ ପୁଲିସ ପକ୍ଷରୁ ଏହି ବ୍ୟାରିକେଡ୍‌ ହଟାଯାଇଛି । ଏହାପରେ  ରାଜଧାନୀ ଧୀରେ ଧୀରେ ସ୍ୱାଭାବିକ ଅବସ୍ଥାକୁ ଫେରୁଛି  । ସହରରେ ଗାଡି ଚଳାଚଳ ସହ ଦୋକାନ ବଜାର ଖୋଲିଛି । ଧୀରେ ଧୀରେ ଚଳଚଞ୍ଚଳ ହେଉଛି ରାଜଧୀନ ଭୁବନେଶ୍ୱର ।

ଲକ୍‌ଡାଉନ୍‌ ଓ ରାଜଧାନୀର ବିଭିନ୍ନ ଅଞ୍ଚଳରୁ କରୋନା ପଜେଟିଭ୍‌ ଚିହ୍ନଟ ହେବାପରେ କଣ୍ଟେନମେଣ୍ଟ ଅଞ୍ଚଳ କରାଯିବା ସହ ବ୍ୟାରିକେଡ୍‌ ଲଗାଯାଇଥିଲା ।  ରାଜଧାନୀରେ ବି କରୋନା ଆକ୍ରାନ୍ତ ଭଲ୍‌ ହେଉଛନ୍ତି । ସମ୍‌ କୋଭିଡ୍‌ ହସ୍‌ପିଟାଲ୍‌ରେ ୮୫ ବର୍ଷୀୟ ଡାଇବେଟିସ୍‌ ଥିବ ବୃଦ୍ଧା ଭଲ ହୋଇ ଘରକୁ ଫେରିଛନ୍ତି।  ରାଜଧାନୀରେ ୫୩ମ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୮ ଜଣ ଭଲ ହୋଇ ଘରକୁ ଫେରିଛନ୍ତି।

ଏପରି ଧାରା ଜାରି ରହିଲେ ରାଜଧାନୀକୁ ଖୁବଶୀଘ୍ର ଗ୍ରୀନ ଜୋନ୍‌ ବୋଲି ଘୋଷଣା କରାଯିବାର ସମ୍ଭାବନା ରହିଛି।

   ସମ୍ବନ୍ଧିତ ଖବର


ଲାଞ୍ଚ ଟଙ୍କା ସହ ଧରାପଡ଼ିଲେ ପିଇଓ, ଦୁଇ ମାସ ହେବ ଚାକିରି ପାଇଥିଲେ

ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା କରୋନାରେ ଆକ୍ରାନ୍ତ

ଘଟଣା ହିଁ ଇଙ୍ଗିତ କରୁଛି ସବୁକିଛି : ଅନ୍ତ୍ୟେଷ୍ଟି ପରେ ସରକାରୀ ରିପୋର୍ଟ କରୋନା ପଜିଟିଭ୍‌ କିନ୍ତୁ ଘରୋଇ ଡାକ୍ତରଖାନାରେ ଆସିଲା ନେଗେଟିଭ୍‌

କ୍ୱାରେଣ୍ଟାଇନ୍‌ରେ ରହିଲେ ପ୍ରସନ୍ନ ପାଟ୍ଟଶାଣୀ

ଶେଷ ସେମିଷ୍ଟର୍‌ ପରୀକ୍ଷା ବାଧ୍ୟତାମୂଳକ, ଢାଞ୍ଚାରେ ହୋଇପାରେ ପରିବର୍ତ୍ତନ : ୟୁଜିସି

ଭିତରକନିକାରେ ୧୦୩ କୁମ୍ଭୀର ବସା ଚିହ୍ନଟ