ଭୁବନେଶ୍ୱର ୨୧/୩: ବିଜେଡି ଛାଡିଲେ ବାସନ୍ତୀ ମଲ୍ଲିକ୍ । ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଟିକେଟ ନମିଳିବାରୁ ଅସନ୍ତୁଷ୍ଟ ଥିଲେ ବାସନ୍ତୀ । ତେବେ ଖୁବଶୀଘ୍ର ସେ ବିଜେପିକୁ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।
ଏପର୍ଯ୍ୟନ୍ତ ୧୫ରୁ ଅଧିକ ନେତା ବିଜେଡି ଛାଡିସାରିଲେଣି । ସାଂସଦ ବଳଭଦ୍ର ମାଝୀ, ପ୍ରତ୍ଯୁଷା ରାଜେଶ୍ୱରୀ, ଅର୍କ କେଶରୀ ଦେଓ ଦଳ ଛାଡିସାରିଲେଣି । ତେବେ ଯଦି ବିଧାୟକଙ୍କ ତାଲିକା ଦେଖିବା ତେବେ ବିଧାୟକ ସୁକାନ୍ତ ନାୟକ, ତ୍ରିନାଥ ଗମାଙ୍ଗ, ପୂର୍ଣ୍ଣଚନ୍ଦ୍ର ନାୟକ ଓ ଦେବରାଜ ମହାନ୍ତି ମଧ୍ଯ ଦଳ ଛାଡିସାରିଛନ୍ତି ।