ବାସି ମିଠାର ଯୁଗ ଶେଷ- ଏବେ ମିଠା ଦୋକାନାରେ ମିଠା ତିଆରି ଏବଂ ଭଲ ରହିବା ତାରିଖ ଲେଖିବାକୁ ନିୟମ କଲେ FSSAI- ମିଠା ଦୋକାନୀଙ୍କ ବିରୋଧ

ନୂଆଦିଲ୍ଲୀ – ମିଠା ଦୋକାନ ପାଇଁ ଅକ୍ଟୋବର ଏକ ତାରିଖରୁ ଲାଗୁ ହେବ ନୂଆ ନିୟମ । ଏଣିକି ମିଠା ଦୋକାନୀମାନେ ବିକ୍ରୟ କରୁଥିବା ମିଠା ବା ଦୁଗ୍ଧଜାତ ସାମଗ୍ରୀଗୁଡିକ ସମ୍ପର୍କରେ ସମସ୍ତ ବିବରଣୀ ରଖିବେ । ଯାହା ଫଳରେ ବଜାରରେ ଖୋଲାରେ ବିକ୍ରି ହେଉଥିବା ମିଠା ଏବଂ ଦୁଗ୍ଦଜାତ ସମାଗ୍ରୀର ଏକ୍ସପାରୀ ଡେଟ୍ ଜାଣିପାରିବେ ଗ୍ରାହକ ।

ଦୋକାନରେ ଡିସ୍ ପ୍ଲେ ଜରିଆରେ ଏସବୁ ସାମଗ୍ରୀଗୁଡ଼ିକର ଡେଟ୍ ଅଫ ମାନୁଫାକ୍ଚରିଂ ଏବଂ ବେଷ୍ଟ ବିଫୋର ଡେଟ୍ ରଖିବାକୁ ଦୋକାନି ବାଧ୍ୟ । ଯାହାଦ୍ବାରା ସାଧାରଣ ଗ୍ରାହକ ଠକାମିରେ ପଡ଼ିବେ ନାହିଁ । ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ବା ଏଫଏସଏସଏଆଇଏହି ନିଷ୍ପତ୍ତି ନେଇଛନ୍ତି । ତେବେଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ମହାସଂଘ FSSAIର ନିଷ୍ପତ୍ତିକୁ ବିରୋଧ କରିଛି । ଏନେଇ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଅବଗତ କରିବ ସଂଘ । ଆବଶ୍ୟକ ପଡିଲେ ହାଇକୋର୍ଟ ଯିବୁ ବୋଲି କହିଛି ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ମହାସଂଘ । ଅଲଗା ରାଜ୍ୟରେ ମଧ୍ୟ ଏହି ନିଷ୍ପତ୍ତିକୁ ମିଠା ବ୍ୟବସାୟୀମାନେ ବିରୋଧ କରୁଛନ୍ତି, ଏହାଦ୍ବାରା ବ୍ୟବସାୟୀଙ୍କର ବହୁତ କ୍ଷତି ହେବ ବୋଲି ଉତ୍କଳ ମିଷ୍ଟାନ୍ନ ବ୍ୟବସାୟୀ ମହାସଂଘ କହିଛି ।

ଏ ନେଇ ଉତ୍କଳ ମିଷ୍ଠାନ୍ନ ବ୍ୟବସାୟୀ ମହାସଂଘର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ସଂଘର ଉପଦେଷ୍ଟା ପ୍ରଶାନ୍ତ କରଙ୍କ ସୂଚନା ଅନୁସାରେ FSSAIର ଏହି ନିଷ୍ପତ୍ତିକୁ ଆମେ ବିରୋଧ କରୁଛନ୍ତି କହିଛନ୍ତି ।
ଏନେଇ କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାରଙ୍କୁ ଅବଗତ କରାଇବୁ ବୋଲି ସେ ସୂଚନା ଦେଇଛନ୍ତି । ଆବଶ୍ୟକ ପଡିଲେ ହାଇକୋର୍ଟ ଯିବେ ।ଅଲଗା ରାଜ୍ୟରେ ମଧ୍ୟ ଏହି ନିଷ୍ପତ୍ତିକୁ ମିଠା ବ୍ୟବସାୟୀମାନେ ବିରୋଧ କରୁଛନ୍ତି ଏହାଦ୍ବାରା ବ୍ୟବସାୟୀଙ୍କର ବହୁତ କ୍ଷତି ହେବ ବୋଲି ସେ କହିଛନ୍ତି ।

   ସମ୍ବନ୍ଧିତ ଖବର


ଶସ୍ତା ହେଲା ସୁନା-ରୂପା, ଜାଣନ୍ତୁ ନୂଆ ଦାମ୍

ଚଳିତ ବର୍ଷ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ ନାଗାର୍ଜୁନ ବେଶ ଦର୍ଶନ- କୋଭିଡ୍‌ କଟକଣା ଯୋଗୁଁ ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକରେ ନିଷ୍ପତ୍ତି

୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର

ବିହାର ବ୍ୟାଟେଲ୍ – ପ୍ରଚାର ହାୱାରେ କମ୍ପୁଛି ରଣଭୂମି, ୧୦ ତାରିଖରେ ଆସିବ ବିହାର ଜନତାଙ୍କ ରାୟ

ବିସିଜି ଟିକା କରୋନା ବିରୋଧରେ ଲଢିପାରିବ – ଏଭଳି ସୂଚନା ଦେଲେ ICMR ର ବୈଜ୍ଞାନିକ

୩ ଘଣ୍ଟାରେ ବଦଳିଗଲା ଫଳ ବିକୁଥିବା ପ୍ରୀତିଙ୍କ ଭାଗ୍ୟ, ପିଏମଙ୍କ ଆଦେଶରେ ପହଞ୍ଚିଗଲା ସାହାଯ୍ୟ