PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ବସ୍ତିଠୁ ଅଧିକ କଲୋନିରେ କରୋନା ବିପଦ: ୩ ଦିନରେ ବସ୍ତିରୁ ୨୭, କଲୋନିରୁ ୩୭୮

ଭୁବନେଶ୍ୱର,୧୧/୦୮: କଲୋନିରେ ଏବେ କରୋନା ବିପଦ ବୁଲୁଛି । ଗତ ୩ ଦିନରେ ରାଜଧାନୀରେ ବସ୍ତି ଅଞ୍ଚଳରୁ ୨୭ କରୋନା ସଂକ୍ରମିତ ଠାବ ହୋଇଛନ୍ତି । କିନ୍ତୁ କଲୋନି(ଅଣ ବସ୍ତି)ରୁ ୩୭୮ଜଣ ଆକ୍ରାନ୍ତ ଧରାପଡ଼ିଲେଣି । ଏହାକୁ ନେଇ ରାଜଧାନୀର କଲୋନିବାସୀଙ୍କ ଛାତି ଧଡଧଡ୍‌ ହୋଇଛି । ଆଇଆରସି ଭିଲେଜ ଓଏମ୍‌ସି କଲୋନି, ଭିଆଇପି କଲୋନି, ସହିଦନଗର, ସୂର୍ଯ୍ୟନଗର ଭଳି ଭିଆଇପି ଅଞ୍ଚଳରେ କରୋନା ମାଡ଼ିଚାଲିଛି । କଲୋନି ଅଞ୍ଚଳରୁ ଆଜି ସୁଦ୍ଧା ୧୨୧୬ଜଣ ଆକ୍ରାନ୍ତ ବାହାରିଲେଣି ।

ଗତ କିଛି ଦିନ ଭିତରେ ୟୁନିଟ୍‌-୯, ନୂଆପଲ୍ଲୀ ଅଞ୍ଚଳ, ମଞ୍ଚେଶ୍ୱର, ଚନ୍ଦ୍ରଶେଖରପୁର, ପଳାଶପଲ୍ଲୀ, ପୁରୁଣା ଭୁବନେଶ୍ୱର, କଳିଙ୍ଗବିହାର, ଲକ୍ଷ୍ମୀସାଗର, ଭିଏସଏସ୍‌ନଗର, ସାମନ୍ତରାପୁର, ରେଣ୍ଟାଲ କଲୋନି, ବମିଖାଲ, ବରମୁଣ୍ଡା, ପୋଖରୀପୁଟ, ଗଙ୍ଗନଗର, ଚନ୍ଦ୍ରଶେଖରପୁର, ଶୈଳଶ୍ରୀବିହାର, ଚିନ୍ତାମଣୀଶ୍ୱର ଓ ପ୍ରଶାନ୍ତିବିହାର ଅଞ୍ଚଳରୁ କରୋନା ସଂକ୍ରମିତ ବାହାରିଛନ୍ତି । ରାଜଧାନୀର ୮ଜଣ ସ୍ୱାସ୍ଥ୍ୟ କର୍ମଚାରୀ ଆଜି ସୁସ୍ଥ ହୋଇଛନ୍ତି । ଘରୋଇ ହସ୍ପିଟାଲର ଜଣେ କର୍ମଚାରୀ ଆକ୍ରାନ୍ତ ବି ବାହାରିଛନ୍ତି । ସୁସ୍ଥ ତାଲିକାରେ ୯ଜଣ ପୁଲିସ କର୍ମଚାରୀ ବି ଅଛନ୍ତି ।