ଆଉ ନାହାନ୍ତି ପ୍ରସିଦ୍ଧ ନିର୍ଦ୍ଦେଶକ ବାସୁ ଚାଟାର୍ଜୀ : ୯୦ ବର୍ଷ ବୟସରେ ମୁମ୍ବାଇରେ ତ୍ୟାଗ କଲେ ଶେଷ ନିଶ୍ବାସ

ମୁମ୍ବାଇ ୪।୬ : ବଲିଉଡରେ ପୁଣି ଖେଳି ଗଲା ଦୁଃଖ ଲହରୀ। ଗୋଟିଏ ପରେ ଗୋଟିଏ ବଲିଉଡ କରିଡରରୁ ଖରାପ ଖବର ସାମ୍ନାକୁ ଆସୁଛି। ଗତ କିଛି ଦିନ ତଳେ ପ୍ରସିଦ୍ଧ ଗୀତିକାର ଅନୱାର ସାଗରଙ୍କ ମୃତ୍ୟୁ ହୋଇଥିଲା। ଆଜି ରୋମାଣ୍ଟିକ ଚଳଚ୍ଚିତ୍ର ନିର୍ମାଣ କରିଥିବା ପ୍ରସିଦ୍ଧ ନିର୍ଦ୍ଦେଶକ ବାସୁ ଚାଟାର୍ଜୀଙ୍କ ଦେହାନ୍ତ ହୋଇଛି। ସେ ମୁମ୍ବାଇରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଚଳଚ୍ଚିତ୍ର ନିର୍ମାତା ଅଶୋକ ପଣ୍ଡିତ ଏହି ସୂଚନା ଦେଇଛନ୍ତି। ଅଶୋକ ପଣ୍ଡିତ ଟ୍ୱିଟ୍ କରି କହିଛନ୍ତି ଯେ ମହାନ ଚଳଚ୍ଚିତ୍ର ନିର୍ମାତା ବାସୁ ଚାଟାର୍ଜୀଙ୍କ ଦେହାନ୍ତ ହୋଇଥିବାରୁ ମୁଁ ଅତ୍ୟନ୍ତ ଦୁଃଖିତ। ଆଜି ଅପରାହ୍ନ ୨ଟାରେ ସାଣ୍ଟାକ୍ରୁଜରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ଚଳଚ୍ଚିତ୍ର ଦୁନିଆ ପାଇଁ ଏକ ବଡ କ୍ଷତି ସହିବାକୁ ପଡ଼ିବ। ତୁମକୁ ମନେ ପକାଇବୁ ସାର୍। ‘ବସୁ ଚାଟାର୍ଜୀଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି। ବାସୁ ଦା’ କିଛି ଦିନ ହେଲେ ଅସୁସ୍ଥ ଥିଲେ। ବୃଦ୍ଧାବସ୍ଥାରେ ଥିବାରୁ ଅନେକ ସମସ୍ୟା ହେତୁ ତାଙ୍କର ମୃତ୍ୟୁ ହୋଇଛି।

ବସୁ ଚାଟାର୍ଜୀ ଅଜମେରରେ ଜନ୍ମଗ୍ରହଣ କରିଥିଲେ। ବସୁ ତାଙ୍କର ସ୍ୱତନ୍ତ୍ର ପରିଚୟ ଚଳଚ୍ଚିତ୍ର ପାଇଁ ଜଣାଶୁଣା । ‘ଚାମେଲି କି ଶାଦୀ’, ‘ଖଟ୍ଟା ମିଥା’, ରଜନୀଗନ୍ଧ ଭଳି ଚଳଚ୍ଚିତ୍ରରେ ସେ ନିଜର ଯାଦୁ ବିସ୍ତାର କରିଥିଲେ। ତାଙ୍କର ଚଳଚ୍ଚିତ୍ର ମଧ୍ୟବିତ୍ତ ପରିବାର ଉପରେ ଆଧାରିତ ଥିଲା । ବାସୁ ଚାଟାର୍ଜୀଙ୍କ ମୃତ୍ୟୁ ମନୋରଞ୍ଜନ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ।

   ସମ୍ବନ୍ଧିତ ଖବର


ଇନ୍‌ଷ୍ଟାରେ ଦେଶୀ ଗାର୍ଲଙ୍କ ହଟ୍‌ ଲୁକ୍‌ ଭାଇରାଲ

ବଲିଉଡ ପାଇଁ କଳାଦିନ : ୭୬ ବର୍ଷ ବୟସରେ ଆରପାରିକୁ ଚାଲିଗଲେ ଫିଲ୍ମ ନିର୍ମାତା ହରିଶ ଶାହ

‘ଚକ୍ରବ୍ୟୂହ’ରେ ଓଲିଉଡ ଅଭିନେତ୍ରୀ ଦୀପିକା

ସୁଶାନ୍ତଙ୍କ ମୃତ୍ୟୁର ସିବିଆଇ ତଦନ୍ତ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିବେଦନ, ଟୁଇଟରରେ ଟ୍ରେଣ୍ଡ କଲା #PMModiCBIForSSR

ସୁଶାନ୍ତଙ୍କ ଶେଷ ଫିଲ୍ମର ଟ୍ରେଲର ଆଜି ହେବ ରିଲିଜ୍ : ‘ମୁଁ ତାଙ୍କୁ ଏକାଠି ଅନୁଭବ କରିପାରିବି’ ବୋଲି କହିଲେ ସଞ୍ଜନା

‘କଫି ୱିଥ୍‌ କରନ୍‌’ର ଭବିଷ୍ୟତ ନେଇ ଆଶଙ୍କା