ବାସୁଦେବପୁର: ପୂଜା ନାଁରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ, ଭଣ୍ଡବାବାଙ୍କୁ ନିସ୍ତୁକ ଛେଚିଲେ ଗାଁ ଲୋକେ

ବାସୁଦେବପୁର ୩/୧୧: ଭଣ୍ଡବାବାଙ୍କୁ ନିସ୍ତୁକ ଛେଚିଲେ ଗ୍ରାମବାସୀ । ପୂଜା ନାଁରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ଭଣ୍ଡବାବାଙ୍କୁ  ନିସ୍ତୁକ ମାଡ ମାରିଲେ ଗାଁ ଲୋକେ । ଏମିତି ଘଟଣା ଘଟିଛି ବାସୁଦେବପୁର ଚୁଡାମଣି ସାମୁଦ୍ରିକ ଥାନା ଅଞ୍ଚଳରେ ।

ଜଣେ ନିଃସନ୍ତାନ ଦମ୍ପତ୍ତିଙ୍କୁ ଫସାଇଥିଲା ଭଣ୍ଡବାବା । ପୂଜା କଲେ ସନ୍ତାନ ପ୍ରାପ୍ତ ହେବ କହି ସେମାନଙ୍କୁ ଠକୁଥିଲା ।  ଗତ କାଲି ରାତିରେ ନିଃସନ୍ତାନ ମହିଳାଙ୍କୁ ମଶାଣିରେ ନେଇ ପୂଜା କରିବା ବାହାନାରେ ଅସଦାଚରଣ କରିଥିଲା । ଏହି ସମୟରେ ମହିଳାଙ୍କ ପାଟି ଶୁଣି ପରିବାର ଲୋକେ ଓ ଗ୍ରାମବାସୀ ସେଠାରେ ପହଞ୍ଚି ଯାଇଥିଲେ । ଏହା ପରେ ଗାଁ ଲୋକେ ଭଣ୍ଡବାବାକୁ ବାନ୍ଧି ନିସ୍ତୁକ ମାଡ ମାରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଭଣ୍ଡକୁ  ଗୁରୁତର ଅବସ୍ଥାରେ ଉଦ୍ଧାର କରି ବାସୁଦେବପୁର ହସ୍ପିଟାଲରେ ଭର୍ତ୍ତି କରି ଆଗାମୀ ତଦନ୍ତ ଜାରି ରଖିଛି ।

   ସମ୍ବନ୍ଧିତ ଖବର


ବିବାହ ପାଇଁ ମହିଳା ଆଥଲେଟଙ୍କୁ ଚାପ୍ ପକାଉଥିଲେ କୋଚ୍,ନଶୁଣିବାରୁ ବନ୍ଧୁକ ଆଣି…

ବାରରେ ଭଙ୍ଗାରୁଜା ମାମଲା: ୨ ଯୁବକ ଗିରଫ,୨ଫେରାର୍‌

ଚାହାରେ ନିଶା ମିଶାଇ ୩ ଯୁବକଙ୍କୁ ଲୁଟିଲା ଅଟୋଚାଳକ: ପାହାଡ଼ ତଳୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର

ବରମୁଣ୍ଡା: ଭଡ଼ା ଘରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଜବତ