PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ବାଦୁଡ଼ିଙ୍କ ସୁରକ୍ଷାରେ ଗ୍ରାମବାସୀ, ବାଦୁଡ଼ି କ୍ଷତି ପହଞ୍ଚାଇଲେ ୫ ହଜାର ଜରିମାନା

କେନ୍ଦୁଝର, ୦୯/୦୮: ସଞ୍ଜ ନଇଁଲେ ବାଦୁଡ଼ିମାନେ ବିଚରଣରେ ବାହାରି ଯାଉଥିବାବେଳେ ସୂର୍ଯ୍ୟ ଉଦୟ ପୂର୍ବରୁ ଗାଁକୁ ଫେରି ଆସନ୍ତି । ବାଦୁଡ଼ିଙ୍କ କଳରବ ଗ୍ରାମବାସୀଙ୍କ ସହ ସମ୍ପର୍କକୁ ଆଉ ଟିକିଏ ଘନିଷ୍ଠ କରିଛି । ସେମାନଙ୍କ ସୁରକ୍ଷା ପାଇଁ ଗ୍ରାମବାସୀ କଠୋର ପଦକ୍ଷେପ ନେଇଛନ୍ତି । ବାଦୁଡିଙ୍କୁ କ୍ଷତି ପହଞ୍ଚାଇଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯିବ ବୋଲି ଗାଁ ବୈଠକରେ ନିଷ୍ପତ୍ତି ହୋଇଛି । ବାଦୁଡ଼ି ଓ ମଣିଷ ମଧ୍ୟରେ ଏଭଳି ନିଆରା ସମ୍ପର୍କର ଚିତ୍ର ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍‌ ତରମାକାନ୍ତ ଗ୍ରାମରେ । ବିଶ୍ୱରୁ ବାଦୁଡ଼ିଙ୍କ ସଂଖ୍ୟା ହ୍ରାସ ପାଉଥିବାବେଳେ ଗ୍ରାମବାସୀଙ୍କ ଏହି ପ୍ରୟାସକୁ ପ୍ରଶଂସା କରାଯାଉଛି ।

ପିଢ଼ି ପରେ ପିଢ଼ି ତରମାକାନ୍ତ ଗ୍ରାମର କଣ୍ଢେଇବିରା ଗାଁ ଶାଳରେ ରହିଆସୁଛନ୍ତି ହଜାର ହଜାର ବାଦୁଡ଼ି । ଏହି ଶାଳର ପଶ୍ଚିମ ଦିଗରେ କଣ୍ଢେଇବିରାଙ୍କ ମନ୍ଦିର ରହିଥିବାବେଳେ ପୂର୍ବରେ ମା’ ତାରିଣୀଙ୍କ ମନ୍ଦିର ରହିଛି । ଲୋକେ ବାଦୁଡ଼ିଙ୍କୁ ଠାକୁର ଠାକୁରାଣୀଙ୍କ ଆଶ୍ରିତ ବୋଲି ବିଚାର କରୁଛନ୍ତି । ବାଦୁଡିଙ୍କ ସଂଖ୍ୟା ବଢ଼ିଲେ ତାଙ୍କ ମଳରୁ ବିଭିନ୍ନ ଫଳ ଫୁଲ ଗଛ ଅଙ୍କୁରିତ ହୋଇଥାଏ । ବାଦୁଡ଼ି ଯୋଗୁଁ ତରମାକାନ୍ତ ଅଞ୍ଚଳରେ ମଧ୍ୟ ବିଭିନ୍ନ ବୃକ୍ଷ ସଂଖ୍ୟା ବୃଦ୍ଧି ପାଉଛି । ତେଣୁ ଏମାନଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡିଛନ୍ତି ଗ୍ରାମବାସୀ । କଣ୍ଢେଇବିରା ଶାଳର ଉନ୍ନତି କରଣ ସହ ବାଦୁଡ଼ିଙ୍କ ସୁରକ୍ଷା ପାଇଁ ୨୧ ଜଣିଆ କମିଟି ଗଠନ କରାଯାଇଛି । ଗାଁ ମୁଖିଆ ଦୁର୍ଯ୍ୟୋଧନ ପଲେଇଙ୍କୁ କମିଟିର ସଭାପତି କରାଯାଇଛି । ପ୍ରତି ମାସରେ କମିଟି ମାଧ୍ୟମରେ ବୈଠକ କରି ବାଦୁଡ଼ିଙ୍କ ସୁରକ୍ଷା ପାଇଁ ପ୍ରତି ଘରୁ ପାଣ୍ଠି ସଂଗ୍ରହ କରାଯାଉଛି । ଗ୍ରାମବାସୀ ତଥା ଏହି କମିଟିର ସଦସ୍ୟମାନେ ବାଦୁଡ଼ିଙ୍କ ସୁରକ୍ଷା ପାଇଁ ନିଜସ୍ୱ ଅର୍ଥରେ ଏହି ଶାଳ ଚତୁଃପାଶ୍ୱର୍ରେ ତାର ବାଡ଼ ଘେରାଇଛନ୍ତି । ଶାଳ ଭିତରେ ରହିଥିବା ବହୁ ପୁରୁଣା ଗଛ ନଷ୍ଟ ହେବାକୁ ବସିଥିବାବେଳେ ବାଦୁଡ଼ିଙ୍କ ସମସ୍ୟା ଆଶଙ୍କା କରି ବୃକ୍ଷରୋପଣ ମଧ୍ୟ କରୁଛନ୍ତି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ବାଦୁଡ଼ିଙ୍କୁ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରୁଥିବା ବ୍ୟକ୍ତି କିମ୍ବା ଶିକାରୀଙ୍କଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ ଧାର୍ଯ୍ୟ କରିଛନ୍ତି ଗ୍ରାମବାସୀ । ବର୍ଷ ବର୍ଷ ଧରି ବାଦୁଡ଼ିଙ୍କ ପ୍ରତି ତରମାକାନ୍ତ ଗ୍ରାମବାସୀଙ୍କ ଭଲପାଇବା ଯୋଗୁଁ ବର୍ତ୍ତମାନ ତରମାକାନ୍ତ ଗ୍ରାମରେ ବାଦୁଡ଼ିଙ୍କ ଦ୍ରୁତ ବଂଶବୃଦ୍ଧି ଘଟୁଛି । ବର୍ତ୍ତମାନ ତରମାକାନ୍ତ ଗାଁରେ ବାଦୁଡ଼ିଙ୍କ ସଂଖ୍ୟା ଲକ୍ଷେ ପାର୍‌ ହେଲାଣି ।