୧୨୬ ବର୍ଷରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ହେବେ ବାଟାର ବସ୍

ନୂଆଦିଲ୍ଲୀ ୧/୧୨: ଫେମସ ଫୁଟୱିୟର କମ୍ପାନୀ ବାଟାର ଲଗାମ ପ୍ରଥମ ଥର ପାଇଁ ଜଣେ ଭାରତୀୟ ଧରିବାକୁ ଯାଉଛନ୍ତି । ସନ୍ଦୀପ କଟାରିୟାଙ୍କୁ ବାଟା ଗ୍ଲୋବାଲ୍ ସିଇଓ ଭାବେ ନିଯୁକ୍ତ କରାଯାଉଛି । ଏହା ପୂର୍ବରୁ ସେ ବାଟା ଇଣ୍ଡିଆର ସିଇଓ ଥିଲେ । ତାଙ୍କୁ କମ୍ପାନୀ ଗ୍ଲୋବାଲ୍ ସିଇଓ ଭାବେ ପ୍ରମୋଟ୍ କରିଛି ।  

ସନ୍ଦୀପ କଟାରିୟାଙ୍କୁ ତତ୍କାଳଭାବେ ବାଟାର ଗ୍ଲୋବାଲ୍ ସିଇଓ କରାଯାଇଛି । ଏହି ନିଯୁକ୍ତି ଭାରତୀୟମାନଙ୍କ ପାଇଁ ଟିକେ ଖାସ୍ । କାରଣ ୧୨୬ ବର୍ଷର ଇତିହାସରେ ପ୍ରଥମ ଥରପାଇଁ ଜଣେ ଭାରତୀୟଙ୍କୁ ଏହି ପଦ ପାଇଁ ଚୟନ କରାଯାଇଛି । ସନ୍ଦୀପ କଟାରିୟା ଏଲେକ୍ସିସ୍ ନସାର୍ଡଙ୍କ ସ୍ଥାନ ନେବେ । କଟାରିୟା ୨୦୧୭ରେ ବାଟା ଇଣ୍ଡିଆର ସିଇଓ ଭାବେ ଯୋଗ ଦେଇଥିଲେ ।

୨୪ ବର୍ଷର ଅନୁଭବ
ଏହା ପୂର୍ବରୁ ସନ୍ଦୀପ Unilever, Yum Brands ଓ Vodafone ଭଳି ବଡ କମ୍ପାନୀମାନଙ୍କୁ ୨୪ ବର୍ଷ ଧରି ନିଜ ସେବା ଯୋଗାଇଆସିଛନ୍ତି । IIT ଦିଲ୍ଲୀରୁ ଇଞ୍ଜିନିୟରିଂ କରିଥିବା ସନ୍ଦୀପ କଟାରିୟା ୧୯୯୩ର PGDBM XLRI ବ୍ୟାଚର ଗୋଲ୍ଡ ମେଡାଲ ବିଜେତା । ସନ୍ଦୀପ କଟାରିୟାଙ୍କୁ ସତ୍ୟା ନଡେଲା ଓ ସୁନ୍ଦର ପିଚାଇଙ୍କ ରାଙ୍କରେ ସ୍ଥାନ ମିଳିଛି । ୱର୍ଲ୍ଡର କିଛି ଏମିତି ଲିଡିଂ କମ୍ପାନୀ ରହିଛନ୍ତି ଯାହାକୁ ଭାରତୀୟ ଲିଡ୍ କରୁଛନ୍ତି । ସତ୍ୟା ନଡେଲା ମାଇକ୍ରୋସଫ୍ଟର ଏବଂ ସୁନ୍ଦର ପିଚାଇ ଆଲ୍ଫାବେଟର ସିଇଓ ଅଛନ୍ତି ।

୨୦୧୭ରେ ଯେବେ ସନ୍ଦୀପ କଟାରିୟା ବାଟା ଇଣ୍ଡିଆର ସିଇଓ ଭାବେ ନିଯୁକ୍ତ ହେଲେ ତାଙ୍କ ନେତୃତ୍ୱରେ ବାଟା ଇଣ୍ଡିଆ ଦୁଇଗୁଣା ଲାଭ କଲା । ସେ ଯୁବଗୋଷ୍ଠୀକୁ ଆକର୍ଷିତ କରିବା ପାଇଁ ‘Surprisingly Bata’ ଭଳି କ୍ୟାମ୍ପେନ୍ ଆରମ୍ଭ କରିଥିଲେ । ଏହାପରେ ବାଟାର ଛବି ବଦଳିଗଲା ।