PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

‘ବାଟା’ ଉପରେ ଲାଗିଲା ୯ହଜାର ଟଙ୍କାର ଜରିମାନା, ଗ୍ରାହକଙ୍କ ଠାରୁ ନେଉଥିଲା…

ନୂଆଦିଲ୍ଲୀ ୧୫।୪: ଉପଭୋକ୍ତା ଫୋରମ ଫୁଟ୍ଓ୍ବିର କମ୍ପାନୀ ବାଟା ଇଣ୍ଡିଆ ଲିମିଟେଡ୍ ଉପରେ ଲାଗିଛି ୯ହଜାର ଟଙ୍କାର ଜରିମାନା। ଚଣ୍ଡୀଗଡ଼ ବାଟା ସୋରୁମରେ ଗ୍ରାହକଙ୍କଠାରୁ ପେପର ବ୍ୟାଗ ବାବଦରେ ୩ଟଙ୍କା ନେଉଥିଲେ। ଏନେଇ ଗ୍ରାହକ କଜ୍ୟୁମର ଫୋରମକୁ ସୂଚନା ଦେଇଥିଲା।

ରିପୋର୍ଟ ଅନୁସାରେ, ବାଟା କମ୍ପାନି ପେପର ବ୍ୟାଗ ଉପରେ ମଧ୍ୟ ଶୁଳ୍କ ଲଗାଇଥିଲା। ଅର୍ଥାତ୍ କମ୍ପାନି ବ୍ୟାଗ୍କୁ ବି ବ୍ରାଣ୍ଡ ନାଁରେ ହିଁ ବିକ୍ରି କରିବାକୁ ଚେଷ୍ଟା କରିଥିଲା।

ସର୍ଭିସ କମ୍ ମିଳୁଥିବାରୁ ଗ୍ରାହକଙ୍କଠାରୁ ବ୍ୟାଗ ବାବଦରେ ୩ଟଙ୍କା ନେଉଥିଲା ବୋଲି କମ୍ପାନି ବିରୁଧରେ ଗ୍ରାହକ ଅଭିଯୋଗ କରିଛନ୍ତି। ଏନେଇ ବାଟା କମ୍ପାନି କହିଛି କି , ତାଙ୍କ ତରଫରୁ ସର୍ଭିସରେ କୈାଣସି ଅବହେଳା ନାହିଁ। ଫୋରମ୍ କହିଛି ଯେ, ଜିନି​‌ଷ କିଣୁଥିବା ଗ୍ରାହକଙ୍କୁ ମାଗଣାରେ ବ୍ୟାଗ ଦେବା ପାଇଁ ନିୟମ ରହିଛି। ଏହା ସହିତ ଫୋରମ୍ ବାଟାକୁ ନିର୍ଦେଶ ଦେଇଛି କି, ଗ୍ରାହକଙ୍କୁ ମାଗଣାରେ ପେପର ବ୍ୟାଗ ଦିଆଯାଉ ବୋଲି। ଏହା ସହିତ ନିଷ୍ପତ୍ତି ନେଇଛି କି, ସେହି ଗ୍ରାହକଙ୍କୁ ୩ଟଙ୍କା ସହିତ ମୋକଦ୍ଦମା ବାବଦକୁ ୧୦୦୦ ଟଙ୍କା ଫେରାଯାଉ। ମାନସିକ ନିର୍ଯ୍ୟାତନ ଦେଇଥିବାରୁ କ୍ଷତିପୂରଣ ବାବଦକୁ ୩ହଜାର ଟଙ୍କା ଦେବାକୁ ଆଦେଶ ହୋଇଛି। ଏହା ବ୍ୟତୀତ ଫୋରମ ରାଜ୍ୟ ଉପଭୋକ୍ତା ବିବାଦ ନିର୍ବାରଣ ଆୟୋଗର ଲିଗଲ ଆଣ୍ଡ ଆକାଉଣ୍ଟରେ ୫୦୦୦ ଟଙ୍କା ଜମା କରିବା ପାଇଁ ବି ନିର୍ଦେଶ ଦିଆଯାଇଛି।  

ସମ୍ବନ୍ଧିତ ଖବର