PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଏ ବର୍ଷ ଥରାଇବ ଶୀତ ଲହରୀ, ଜବର ଜାଡ଼ରେ ଥରିବ ଓଡ଼ିଶା, ଲମ୍ବିବ ଶୀତ ଅବଧି
  • ||
  • ଲାଞ୍ଜିଗଡ଼ : ବେଦାନ୍ତର ଏଲଏନଟି କଲୋନୀକୁ ପଶିଲା କରୋନା, ୩ ଶ୍ରମିକ ପଜିଟିଭ୍ ଚିହ୍ନଟ
  • ||
  • ସମ୍ବଲପୁର : ଆଜି ସମ୍ବଲପୁର ୧୨ ଘଣ୍ଟିଆ ବନ୍ଦ, ମମିତା ମେହେର୍ ହତ୍ୟା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେପି
  • ||

BBi ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ

ଚନ୍ଦ୍ରଶେଖରପୁର, ୧୯/୦୯: ରାଜଧାନୀରେ କରୋନା କଟକଣାକୁ ଫୁ କରି ଚାଲିଥିଲା ୨ଟି ଡ୍ୟାନ୍ସ ବାର। ଅତର୍କିତ ଚଢ଼ଉ କରି ବିବିଆଇ ଓ OOPRE ବାରକୁ ସିଲା କରିଛି ବିଏମ୍‌ସି। ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଏହି ୨ଟି ବାର ରହିଛି। । ଏହି ୨ ବାରକୁ ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ କରିଛି ବିଏମ୍‌ସି। ୨ ବାରର ମ୍ୟାନେଜରଙ୍କ ସହ ୪ ଜଣଙ୍କୁ ଚଦ୍ରଶେଖରପୁର ଥାନାରେ ଅଟକ ରଖାଯାଇଛି। ଚଢ଼ଉ ସମୟରେ ଉଭୟ ବାର୍‌ରେ ନିଶାସକ୍ତ ଅବସ୍ଥାରେ ୫ ଶହରୁ ଊଦ୍ଧ୍ୱର୍ ଯୁବକ ଯୁବତୀଙ୍କୁ ପୁଲିସର ହୋସ ଉଡିଯାଇଛି । କିଏ ଅର୍ଦ୍ଧନଗ୍ନ ଅବସ୍ଥାରେ ଥିଲା ତ କିଏ ନିଶା ସେବନ କରି ଟଳମଳ ହେଉଥିଲା ।

ରାତି ୧୦ଟାରେ ନାଇଟ୍‌ କର୍ଫ୍ୟୁ ଆରମ୍ଭ ହେବା ପରେ ଏହି ବାରରେ ଚାଲୁଥିଲା ଡ୍ୟାନ୍ସ । କେତେବେଳେ ମଦ ନିଶାରେ ଯୁବକ ଯୁବତୀମାନେ ରାସ୍ତା ଉପରେ ହଙ୍ଗାମା କରୁଥିଲେ ତ କେତେବେଳେ ଅର୍ଦ୍ଧନଗ୍ନ ଅବସ୍ଥାରେ ବୁଲୁଥିଲେ । କାନଫଟା ଡିଜେରେ ବାର୍‌ ସହିତ ତା’ ଚତୁଃପାଶ୍ୱର୍ ବି ପ୍ରକମ୍ପିତ ହେଉଥିଲା । ଲାଗୁଥିଲା କରୋନା କଟକଣା ବୋଲି କିଛି ନାହିଁ । ସାମାଜିକ ଦୂରତା ତ ଛାଡ଼ନ୍ତୁ ସାମାନ୍ୟ ହିତାହିତ ଜ୍ଞାନ ବି ଭୁଲି ଯାଇଥିଲେ । ଏମିତି ପରିସ୍ଥିତି ହେଉଛି ଯେ ସେ ରାସ୍ତାରେ ଯିବା ଆସିବା କରିବା ମୁସ୍କିଲ ହୋଇପଡୁଥିଲା । ମୁଖ୍ୟତଃ ଆଖ ପାଖରେ ରହୁଥିବା ବାସିନ୍ଦାମାନେ ସେହି ରାସ୍ତା ଦେଇ ଯିବା ଆସିବା କରିବା ସୁରକ୍ଷିତ ମଣୁ ନଥିଲେ । ଏ ବିଷୟରେ ପୁଲିସ ପାଖରେ ଅନେକ ସମୟରେ ଅଭିଯୋଗ ହୋଇ ଆସୁଥିଲା । ଏହା ସହ ଚୋରା ନିଶା କାରବାର ହେଉଥିବା ମଧ୍ୟ ଅଭିଯୋଗ ରହିଥିଲା । ସବୁଠୁ ବଡ଼ କଥା ହେଲା ପୁଲିସ ସବୁ ଜାଣିକି ବି ଚୁପ୍‌ ବସିଥିଲା । ଅଧିକ ବିରୋଧ ହେବାରୁ ପୁଲିସ ଚଢ଼ଉ କରିଥିଲା ।