ଭୁବନେଶ୍ୱର ବାର୍ର ବାର୍ଷିକ ଉତ୍ସବ: ‘ମାମଲା ଭାର କମାଇବ ବିକଳ୍ପ ବିବାଦ ସମାଧାନ କେନ୍ଦ୍ର’

ଭୁବନେଶ୍ୱର,୧୬ ।୩(ବ୍ୟୁରୋ): ଭୁବନେଶ୍ୱର କୋର୍ଟରେ ପଡି ରହିଥିବା ବିପୁଳ ସଂଖ୍ୟକ ମାମଲାର ଭାର କମାଇବାର ଏକମାତ୍ର ମାଧ୍ୟମ ହେଉଛି ବିକଳ୍ପ ବିବାଦ ସମାଧାନ କେନ୍ଦ୍ର ତାଲିମପ୍ରାପ୍ତ ଓକଲିଙ୍କ ଦ୍ୱାରା ସେଠାରେ ତ୍ୱରିତ୍ ପ୍ରକ୍ରିୟାରେ ପୁରୁଣା ମାମଲାର ସମାଧାନ ହୋଇ ପାରିବ ବୋଲି ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ୍ କଳ୍ପେଶ ସତ୍ୟେନ୍ଦ୍ର ଜାଭେରି ପରାମର୍ଶ ଦେଇଛନ୍ତି । ଆଜି ଭୁବନେଶ୍ୱର ଓକିଲ ସଂଘ ବାର୍ଷିକୋତ୍ସବରେ ମୁଖ୍ୟ ଅତଥିି ଭାବେ ଯୋଗଦେବା ଲାଗି ଶ୍ରୀ ଜାଭେରି ମଧ୍ୟାହ୍ନ ୧୨ଟା ୨୦ରେ ପହଞ୍ଚିଥିଲେ । ସେଠାରେ ଖୋର୍ଦ୍ଧା ଜଲିା୍ଲ ଜଜ୍ ସତ୍ୟନାରାୟଣ ମିଶ୍ର ଓ ଭୁବନେଶ୍ୱର ବାର୍ର ସଦସ୍ୟଗଣ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଜଷ୍ଟିସ ଜାଭେରି କୋର୍ଟ ପରିସରରେ ଅଭିବାଦନ ଗ୍ରହଣ କରିଥିଲେ । ପରେ ପରେ ମହାତ୍ମା ଗାନ୍ଧୀ ଓ ଉତ୍କଳ ଗୌରବ ମଧୁସୂଦନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇଥିଲେ । ଏହି ଅବସରରେ ବାର୍ ସଭାକକ୍ଷରେ ସଂଘ ସଭାପତି ଦୁର୍ଗାମାଧବ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ସଭାରେ ଓକିଲ ମାନଙ୍କୁ ସମ୍ବୋଧିତ କରି କହିଥିଲେ, ଭୁବନେଶ୍ୱର କୋର୍ଟରେ ୧ଲକ୍ଷ ୧୬ ହଜାରରୁ ଊର୍ଦ୍ଧ୍ୱ ମାମଲା ବିଚାରାଧୀନ ରହିଛି । ଏତେସଂଖ୍ୟକ ମାମଲାର ଭାର କମାଇବା ଲାଗି ବିକଳ୍ପ ବିବାଦ ସମାଧାନ କେନ୍ଦକ୍ରୁ ବହୁ ମାମଲା ହସ୍ତାନ୍ତର କରିବା ଆବଶ୍ୟକ । ଓକିଲ ମାନଙ୍କୁ ଆବଶ୍ୟକ ତାଲିମ ଦେଇ ଉକ୍ତ ମାମଲା ଗୁଡିକର ତ୍ୱରିତ ସମାଧାନ ଦିଗରେ ପଦକ୍ଷେପ ନେବାକୁ ସେ ପରାମଶ ଦେଇଥିଲେ । ସମ୍ମାନୀତ ଅତିଥି ତଥା ମୁଖ୍ୟବକ୍ତା ଭାବେ ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଜଷ୍ଟିସ୍ ବିଶ୍ୱନାଥ ମହାପାତ୍ର ଯୋଗଦେଇ କୋର୍ଟରେ ଆଇନଜୀବୀ ଓ ବିଚାରପତିଙ୍କ ମଧ୍ୟରେ ସମନ୍ୱୟ ରହିଲେ ମାମଲାର ତ୍ୱରତି ସମାଧାନ ହୋଇ ପାରିବ ବୋଲି କହିଥିଲେ । ସେ ହାଇକୋର୍ଟେର ଜଷ୍ଟିସ ଥିବାବେଳେ ଜୁଡିସିଆଲ କମ୍ପେ୍ଲକ୍ସର ଚୂଡ଼ାନ୍ତ ନକ୍ସା ଉପରେ ମୋହର ଲଗାଇଥେିଲ । କନ୍ତିୁ ଏଯାଏ ଉକ୍ତ କାମ ଆରମ୍ଭ ହୋଇ ନ ଥବିାରୁ ଉଦ୍ବେଗ ପକ୍ରାଶ କରିଥିଲେ ।
ଉତ୍ସବରେ ସଂଘ ସମ୍ପାଦକ ଅଞ୍ଜନ କୁମାର ସାମନ୍ତରାୟ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଉପସଭାପତି ଅଶୋକ କୁମାର ବେହେରା ଧନ୍ୟବାଦ ଦେଇଥେିଲ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୧୧ ଜଣ ଆଇନଜୀବୀଙ୍କୁ ମୁଖ୍ୟ ବିଚାରପତି ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ । ସଂଘର ଯୁଗ୍ମ ସମ୍ପାଦକ ଅତୁଲ୍ୟ ଆଚାର୍ଯ୍ୟ, ସହ ସମ୍ପାଦକ ଭାଗ୍ୟବତୀ ରାଉତରାୟ, କୋଷାଧ୍ୟକ୍ଷ ଦେବୀ ପସ୍ରାଦ ମିଶ୍ର ନିର୍ବାହୀ ସଦସ୍ୟ ସଦାଶକି ଦାସ, ସ୍ୱାଗତିକା ରଥଙ୍କ ସମେତ ଭୁବନେଶ୍ୱର କୋର୍ଟର ସମସ୍ତ ବିଚାରପତି ଓ ଆଇନଜୀବୀମାନେ ଉପସ୍ଥିତ ଥିଲେ ।