ଏପ୍ରିଲ୍‌ ୫ରୁ ଭୁବନେଶ୍ୱର ପୁସ୍ତକ ମେଳା : ଅନୁବାଦ ସାହିତ୍ୟ ପାଇଁ ଚଳିତ ବର୍ଷରୁ ଯୁଗଳ ଦତ୍ତଙ୍କ ସ୍ମୃତିରେ ପୁରସ୍କାର

ଭୁବନେଶ୍ୱର,୨୮।୨(ବ୍ୟୁରୋ): ଆସନ୍ତା ଏପ୍ରିଲ ୫ରୁ ୧୪ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ “ଭୁବନେଶ୍ୱର ପୁସ୍ତକ ମେଳା କମିଟି’ ପକ୍ଷରୁ ୩୬ତମ ପୁସ୍ତକ ମେଳା ଅନୁଷ୍ଠିତ ହେବ । ୧୦ ଦିନ ବ୍ୟାପୀ ହେବାକୁ ଥିବା ଏହି ପୁସ୍ତକ ମେଳାରେ ରାଜ୍ୟ ଓ ରାଜ୍ୟ ବାହାରର ବହୁ ପୁସ୍ତକ ପ୍ରକାଶନୀ ସଂସ୍ଥା ଯୋଗଦେବେ । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ପୁସ୍ତକ ମେଳା କମିଟିର ବୟୋଜ୍ୟେଷ୍ଠ ସଦସ୍ୟ ବିଶିଷ୍ଟ ଅନୁବାଦକ ଯୁଗଳ କିଶୋର ଦତ୍ତଙ୍କ ସ୍ମୃତିରେ ବୈଠକ ପ୍ରାରମ୍ଭରେ ନିରବ ପ୍ରାର୍ଥନା କରାଯିବା ସହିତ ଚଳିତ ବର୍ଷଠାରୁ ତାଙ୍କ ସ୍ମୃତିରେ ଅନୁବାଦ ସାହିତ୍ୟ ପାଇଁ ଏକ ପୁରସ୍କାର ଦେବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସମ୍ପାଦକ ଅଶୋକ ମହାନ୍ତି କହିଛନ୍ତି । ମେଳାରେ ବିଭିନ୍ନ ଷ୍ଟଲ୍‌ ରହିବ । ଏଥିସହିତ “ସ୍ୱତନ୍ତ୍ର ସାହିତ୍ୟିକ ମଣ୍ଡପ’ର ବ୍ୟବସ୍ଥା କରାଯାଇଛି । ଏହାବ୍ୟତୀତ ପ୍ରତ୍ୟେକ ଦିନ ପୁସ୍ତକ ମେଳା ମୁଖ୍ୟ ମଣ୍ଡପରେ ପୁସ୍ତକ ଉନ୍ମୋଚନ, ସାହିତ୍ୟ ସଭା ସମେତ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏହି ଅବସରରେ ପୁସ୍ତକ ମେଳା ସମ୍ପର୍କରେ ଏକ ସ୍ମରଣିକା ମଧ୍ୟ ପ୍ରକାଶ କରାଯିବ । ଯେଉଁଥିରେ ପୁସ୍ତକ, ପୁସ୍ତକ ମେଳା ଏବଂ ଅନ୍ୟାନ୍ୟ ସାହିତ୍ୟ ସମ୍ପର୍କିତ ଲେଖା ଓ ତଥ୍ୟ ରହିବ ।

   ସମ୍ବନ୍ଧିତ ଖବର


ପୋଷ୍ଟ ଅଫିସ୍‌ର ଏହି ସ୍କିମ୍‌ରେ ଟଙ୍କା ବିନିଯୋଗ କଲେ ହୋଇଯିବ ଦୁଇ ଗୁଣ,୫୦ ହଜାର ବଦଳରେ ମିଳିବ ଏକଲକ୍ଷ ଟଙ୍କା

ଭୁବନେଶ୍ୱରରେ ମିଳୁଛି କୋଭିଡ ଟିକା !

ରାଜ୍ୟର ପ୍ରମୁଖ ୬ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ

ରାଜ୍ୟରେ ଏବେ ବେଆଇନ ଧର୍ମଘଟ କଲେ ଏକ ବର୍ଷ ଜେଲ୍‌ କିମ୍ବା ୫ ହଜାର ଜରିମାନା

ଓଡ଼ିଶାର ଚାଷୀଙ୍କୁ ମୋଦି ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍‌-ଗତ ୬ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ISL-7: ଆଜି ହାଇଦ୍ରାବାଦକୁ ଭେଟିବ ଓଡ଼ିଶା ଏଫ୍‌ସି