ଅପରେସନ ବାଘ: ରାଜଧାନୀରେ ବୁଲୁଥିବା ବାଘକୁ ଧରିବା ପାଇଁ ମିସନ ଆରମ୍ଭ

ଭୁବନେଶ୍ୱର ୧୯/୨: ଅପରେସନ ବାଘ ଆରମ୍ଭ । ଗତକାଲି ସିସିଟିଭିରେ ନଜର ଆସିଥିବା ବାଘକୁ ଧରିବା ପାଇଁ ମିସନ ଆରମ୍ବ ହୋଇଯାଇଛି । ବିମାନବନ୍ଦର ଅଞ୍ଚଳରେ ବନବିଭାଗ ଓ ସାମରିକ କର୍ମଚାରୀ ବାଘକୁ ଧରିବା ପାଇଁ ଲାଗିପଡିଛନ୍ତି । ସିଟି ଡିଏଫଓଙ୍କ ଅଧିନରେ ୪ଟି ରେଞ୍ଜ ଅଧିକାରୀ, ସିଆଇଏସଏଫ ମଧ୍ଯ ଏହି ମସିନରେ ସାମିଲ ଅଛନ୍ତି । ନନ୍ଦନକାନନର ଏକ ଟ୍ରାଙ୍କୁଲାଇଜ୍ ଟିମ୍ ବି ଅପରେସନରେ ନିୟୋଜିତ କରାଯାଇଛି ।
କହିରଖୁଛୁ ଗତକାଲି ରାତିରେ ବିମାନବନ୍ଦରର ପାଚେରି ଡେଇଁ ପଲାସପଲ୍ଲୀ ଅଞ୍ଚଳରେ ପଶିଛି ଏହି ବାଘ । ରାଜଧାନୀକୁ ବାଘ ପଶିଆସିବା ଘଟଣା ଜାଣିବା ପରେ ରାଜଧାନୀବାସୀଙ୍କ ମଧ୍ୟରେ ଛନକା ପଶିଯାଇଛି । ବାଘଟି ଚନ୍ଦକା ଜଙ୍ଗଲରୁ ଭରତପୁର ସଂରକ୍ଷିତ ଜଙ୍ଗଲକୁ ଓ ସେଠାରୁ ଓୟୁଏଟି ଫାର୍ମ ଦେଇ ଏୟାରପୋର୍ଟ ଭିତରକୁ ପଶି ଆସିଥିବା ଅନୁମାନ କରାଯାଉଛି ।