PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

୭୧ ବର୍ଷରେ ଭୁବନେଶ୍ୱର; ସ୍ମାର୍ଟ ସିଟି ଏବେ ବି ସ୍ୱପ୍ନ

ଭୁବନେଶ୍ୱର,୧୨ ।୪(ବ୍ୟୁରୋ): ୭୧ ବର୍ଷରେ ପାଦ ଦେଇଛି ରାଜଧାନୀ ଭୁବନେଶ୍ୱର । ଏହି ଲମ୍ବା ଯାତ୍ରା ଭିତରେ ଅନେକ ମାଇଲଖୁଣ୍ଟ ଛିଡ଼ା ହୋଇଛି । ଦେଶର ଏକ ନମ୍ବର ସ୍ମାର୍ଟ ସିଟିର ମାନ୍ୟତା ପାଇଛି । ହକି ବିଶ୍ୱକପ୍‌ର ଧମାକାଦାର ଆୟୋଜନ କରି ସାରା ବିଶ୍ୱର ହୃଦୟ ଜିତିଛି । ଏତେ ସବୁ ସଫଳ ଅଧ୍ୟାୟ ଭିତରେ ଅଧୁରା ରହି ଯାଇଛି ଅନେକ ମୌଳିକ ସମସ୍ୟାର ସମାଧାନ ।

୧୯୪୮ରୁ ୨୦୧୯ । ଏହି ଲମ୍ବା ଯାତ୍ରାରେ ଭୁବନେଶ୍ୱର ପାଇଁ ସବୁଠୁ ବଡ଼ ସଫଳତା ହେଉଛି ସ୍ମାର୍ଟ ସିଟି ଟାଇଟଲ୍‌ । ମାତ୍ର ଏହି ଟାଇଟଲ୍‌ ଓ ରିଅଲିଟି ଭିତରେ ଅନେକ ଫରକ । ହକି ବିଶ୍ୱକପ ପୂର୍ବରୁ ସ୍ମାର୍ଟ ସିଟିର ଡେଣା ମେଲାଇବା ଆରମ୍ଭ କରିଥିଲା । ଶିଶୁ ଭବନ ଛକରେ ଚକାଚକ୍‌ ସ୍ମାର୍ଟ ଜନପଥ ଓ ‘ଏକାମ୍ରକ୍ଷେତ୍ର’ ପବ୍ଲିକ୍‌ ପ୍ଲାଜା ମନରେ ଭରି ଦେଲା ନୂଆ ଉନ୍ମାଦନା । ସିଙ୍ଗାପୁର ଓ ଲଣ୍ଡନ ଭଳି ବିଦେଶୀ ସହରର ଅନୁଭୂତି ଦେଲା । ଲାଗିଲା ଏବେ ସ୍ମାର୍ଟ ସିଟି ଉଡିବ । ଆଗକୁ ମାଡ଼ି ଚାଲିବ । କିନ୍ତୁ ସବୁ ଫୁସ୍‌ । ଆଗରୁ ଯୋଉଠି ଥିଲା ଏବେବି ସ୍ମ୍ମାର୍ଟ ସିଟି ପ୍ରକଳ୍ପ ସେଇଠି ।

ସ୍ମାର୍ଟ ଜନପଥ ପ୍ରକଳ୍ପ କେବଳ ରାଜମହଲ ଛକ ଭିତରେ ଅଟକି ଯାଇଛି । କେବେ ବାଣୀବିହାର ଛକ ଛୁଇଁବ କି ଛୁଇଁବ କି ନା ତାକୁ ନେଇ ଅନିଶ୍ଚିତତା । ଏକାମ୍ରକ୍ଷେତ୍ର ପବ୍ଲିକ୍‌ ପ୍ଲାଜାର ଘାସ ଗାଲିଚାକୁ ବୁଲା ଗୋରୁ ଖାଇଗଲେଣି । ସୌନ୍ଦର୍ଯ୍ୟକରଣ ଉଜୁଡ଼ିଗଲାଣି ।
ସ୍ମାର୍ଟ ଟ୍ରାଫିକ ସିଗନାଲ୍‌ ହୁଗୁଳା ହୋଇପଡିଛି । କଣ୍ଟ୍ରୋଲ ରୁମ୍‌ ଅଛି କି ନା, ତାର କାମ କ’ଣ ଏବେବି ତା ଅସମାହିତ ପ୍ରଶ୍ନ ହୋଇ ରହିଯାଇଛି । ଅଶୋକା ମାର୍କେଟ୍‌ କେବେଠୁ ମାଟିରେ ମିଶି ସାରିଲେଣି । ସେଠାରେ ଅତ୍ୟାଧୁନିକ ମଲ୍ଟି ମୋଡାଲ ହବ୍‌ କରିବେ ବୋଲି କଥା ଦେଇଥିଲେ । କିନ୍ତୁ ଏବେ ଯାଏ ଇଟାଟିଏ ଯୋଡ଼ାହେଲାନି ।

ବିଏମ୍‌ସି ମୁଖ୍ୟାଳୟ ପାଇଁ ଜାଗା ଖୋଜା ସରିଛି । ଟେଣ୍ଡର ବି ଡକାହୋଇଛି । ମାତ୍ର ପ୍ରକଳ୍ପର ନାଁ ଗନ୍ଧ ନାହିଁ । ବହୁତଳ ପାର୍କିଂ କାମ ଚାଲିଛି ଯେ ସରିବାର ନାଁ ଧରୁନି । ସହରର ପ୍ରମୁଖ ବରମୁଣ୍ଡା ବସ୍‌ଷ୍ଟାଣ୍ଡକୁ ବିଶ୍ୱସ୍ତରୀୟ ରୂପ ଦେବାକୁ ସ୍ୱପ୍ନ ଦେଖାଇ ଚାଲିଛନ୍ତି । ମାତ୍ର ଏ ଯାଏ କାମ ଆରମ୍ଭ ହେଲାନି । ‘ମୋ ସାଇକେଲ’ ଟ୍ରାକ୍‌ରୁ ବାହାରି ଗଲାଣି । କେଉଁଠି ଅପରିତ୍ୟକ୍ତ ହୋଇ ପଡିଲାଣି ତ ଆଉ କେଉଁଠି ଚୋରି ହୋଇ ସାରିଲାଣି ।

ସତ୍ୟନଗରକୁ ଇନଷ୍ଟିଚ୍ୟୁସନାଲ୍‌ କୋର୍‌ କରିବେ ବୋଲି ସ୍ମାର୍ଟ ସିଟି ପ୍ରକଳ୍ପରେ ମେଗା ଯୋଜନା କରିଥିଲେ । କିନ୍ତୁ ଏ ଯାଏ ଯୋଜନା କାଗଜକଲମରୁ ବାହାରି ପାରିନି । ସହରକୁ ବସ୍ତିମୁକ୍ତ କରିବାକୁ ସବୁଠୁ ବଡ଼ ପ୍ରତିଶ୍ରୁତି ପ୍ରତାରଣା ପାଲଟିଛି । ଯୁଆଡେ ଦେଖିଲେ ବସ୍ତି ଓ ଜବରଦଖଲ ।

ଏବେ ଆଲୋଚନା କରିବା ଜଳବନ୍ଦୀ ସମସ୍ୟା ଉପରେ । ଯେତେବେଳେ ଭୁବନେଶ୍ୱରକୁ ରାଜଧାନୀ କରାଗଲା, ସେତେବେଳେ ଏ ସମସ୍ୟା ନଥିଲା । କିନ୍ତୁ ଯୋଜନାହୀନ ଭାବେ ସହରର ସଂପ୍ରସାରଣ ଓ ବେପରୁଆ ନିର୍ମାଣ ଯୋଗୁ ଆଜି ଜଳବନ୍ଦୀ ଭୁବନେଶ୍ୱର ପାଇଁ ବିରାଟ ସମସ୍ୟା । ଜର୍ମାନ୍‌ ସ୍ଥପତି ଓଟୋ କୋଏନସ୍‌ବର୍ଗର ଭୁବନେଶ୍ୱର ପାଇଁ ଯେଉଁ ନକ୍ସା ପରିକଳ୍ପନା କରିଥିଲେ, ତା’ ସ୍ୱପ୍ନରେ ରହିଯାଇଛି । କୁଆଖାଇ ପଠାରୁ ନେଇ ଗଙ୍ଗୁଆ ଓ ୧୦ଟି ଯାଏ ପ୍ରାକୃତିକ ନାଳ ଉପରେ କୋଠାବାଡି ଛିଡା ହୋଇଛି । ଯାହାର ପରିଣାମ ପ୍ରତିବର୍ଷ ବର୍ଷାରେ ଉବୁଟୁବୁ ହେଉଛି ଭୁବନେଶ୍ୱର । ମାତ୍ର ଆଜି ଯାଏ ଡ୍ରେନ୍‌ ସମସ୍ୟା ସମାଧାନ ପାଇଁ ସ୍ଥାୟୀ ପ୍ଲାନ୍‌ ହୋଇପାରିଲାନି ।

୧୯୪୮ ଏପ୍ରିଲ୍‌ ୧୩ ତାରିଖରେ ରାଜଧାନୀର ପ୍ରତିଷ୍ଠା କରାଯାଇଥିଲା । କିନ୍ତୁ ୭୧ ବର୍ଷ ପରେ ଆଜି ଆମେ ଏମିତି ଏକ ଜାଗାରେ ଛିଡ଼ା ହୋଇଛେ ଯେଉଁଠି ଭୁବନେଶ୍ୱର ସ୍ମାର୍ଟ ସିଟି ହେବା ଏବେବି ସ୍ୱପ୍ନ ଲାଗୁଛି ।