PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

୩ ମାସ ମହଲତ ପରେ ବେଫିକର ଆବେଦନକାରୀ, ଆରଟିଓ ଦପ୍ତର ଖାଁ ଖାଁ

ଭୁବନେଶ୍ୱର ୧୪/୧୨: ଯଥାଶୀଘ୍ର ଲାଇସେନ୍ସ ପ୍ରଦାନ ପାଇଁ ସରକାର ଭିତ୍ତିଭୂମି ସଜାଡି଼ଛନ୍ତି । ସ୍ଲଟ୍‌ ବୁକିଂ ସଂଖ୍ୟା ବଢ଼ାଇଛନ୍ତି। ଏପରିକି କାର୍ଯାନୁଷ୍ଠାନ ଡେଡ୍‌ଲାଇନ୍‌କୁ ପୁଣି ୩ ମାସ ଘୁଞ୍ଚାଇଛନ୍ତି । ଦପ୍ତରରେ ୪ଲକ୍ଷ ଲର୍ଣ୍ଣିଂ ଦରଖାସ୍ତ ଗଦା ହୋଇଛି । ହେଲେ ଲାଇସେନ୍ସ ଆବେଦନକାରୀଙ୍କ ଦେଖାନାହିଁ। ଆଞ୍ଚଳିକ ପରିବହନ ଅଧିକାରୀ (ଆର୍‌ଟିଓ) ଅଫିସ୍‌ ଏବେ ଖାଁ ଖାଁ । ଲର୍ଣ୍ଣିଂ ଲାଇସେନ୍ସ(ଏଲ୍‌ଏଲ୍‌) ପାଇଁ ସ୍ଲଟ୍‌ ବୁକିଂ କରିବା ସତ୍ତେ୍ୱ ବି ପରୀକ୍ଷାରେ ବସିବାକୁ ଅମଙ୍ଗ ଦରଖାସ୍ତକାରୀ ।୩ ମାସର ମହଲତ ମିଳିବା ପରେ ଲୋକେ ଏବେ ଢିଲା ମାରୁଥିବା ଦେଖାଦେଇଛି ।  

ଖୋଦ୍‌ ଆର୍‌ଟିଓଙ୍କ ଦପ୍ତରରୁ ମିଳିଥିବା ତଥ୍ୟ ଏହାକୁ ସ୍ପଷ୍ଟ କରୁଛି । ସାରା ରାଜ୍ୟରେ ୩୫ଟି ଆର୍‌ଟିଓ ଓ ୩ଟି ଏଆର୍‌ଟିଓ ଦପ୍ତର ରହିଛି । ଏସବୁ ଦପ୍ତରରେ ଦୈନିକ ୧୦,୫୦୦ ଜଣ ଆବେଦନକାରୀଙ୍କୁ ପରୀକ୍ଷା କରି ଏଲ୍‌ଏଲ୍‌ ଦିଆଯିବାର କ୍ଷମତା ରହିଛି । ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, ବର୍ତ୍ତମାନ ସୁଦ୍ଧା ପ୍ରାୟ ୪ ଲକ୍ଷରୁ ଅଧିକ ଏଲ୍‌ଏଲ୍‌ ଆବେଦନପତ୍ର ଏସବୁ ଅଫିସ୍‌ରେ ପଡି଼ରହିଛି । ତେବେ ଆର୍‌ଟିଓ ଅଫିସରେ ଅସମ୍ଭାଳ ଭିଡ଼କୁ ନଜରରେ ରଖି ଆବେଦନକାରୀଙ୍କ ସୁବିଧା ପାଇଁ ସ୍ଲଟ୍‌ ସଂଖ୍ୟା ବଢ଼ାଗଲା ।

ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ୱେବ୍‌ସାଇଟ୍‌ ଜରିଆରେ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ସୁବିଧା ମିଳିଲା । ଯେଉଁଥିରେ ଜଣେ ଆବେଦନକାରୀ ଘରେ ବସି ସମସ୍ତ ଡକ୍ୟୁମେଣ୍ଟ ଦାଖଲ କରିବା ପରେ ନିଜ ସୁବିଧା ମୁତାବକ ଲର୍ଣ୍ଣିଂ ଟେଷ୍ଟ ପାଇଁ ଦିନ ଧାର୍ଯ୍ୟ କରିପାରିବ । ହେଲେ ଏମିତି ସ୍ଲଟ ବୁକିଂ ସତ୍ତେ୍ୱ ନିର୍ଦ୍ଧାରିତ ଦିନରେ ଟେଷ୍ଟ ପାଇଁ ଅଫିସ୍‌ରେ ବହୁ ଆବେଦନକାରୀ ହାଜର ହେଉନଥିବା ଦେଖାଯାଉଛି । ଫଳରେ ସେସବୁ ସ୍ଲଟ୍‌ ନଷ୍ଟ ହେବା ସହ ଅନ୍ୟ ଆବେଦନକାରୀମାନେ ହଇରାଣ ହେଉଛନ୍ତି ।  

ରାଜଧାନୀର ଆର୍‌ଟିଓ-୧ରେ ସ୍ଲଟ୍‌ ବୁକିଂ ଯୋଗେ ଦୈନିକ ୫୮୯ଜଣ ଆବେଦନକାରୀ ଲର୍ଣ୍ଣିଂ ଟେଷ୍ଟ ଦେଇପାରିବେ । ଡିସେମ୍ବର ପ୍ରଥମ ସପ୍ତାହ ପରେ ଟେଷ୍ଟିଂ ପାଇଁ ଆସୁଥିବା ଆବେଦନକାରୀଙ୍କ ସଂଖ୍ୟା କମିଛି । ଏବେ ଦିନକୁ ୨୦୦-୩୦୦ ଜଣ ପରୀକ୍ଷା ଦେବାକୁ ଆସୁଥିବା ଜଣାପଡି଼ଛି । ସେହପରି ଆର୍‌ଟିଓ-୨ରେ ମଧ୍ୟ ଥିବା ୪୫୦ଟି ସ୍ଲଟରୁ ଦୈନିକ ୧୦୦-୧୫୦ ଖାଲି ପଡୁଥିବା ଜଣାପଡ଼ିଛି ।