କାବୁ ହେଲା କଲରାପତରିଆ, କୁକୁଡା ଖାଇବାକୁ ଆସି ଯନ୍ତାରେ ପଡିଲା

ଭୁବନେଶ୍ୱର ୨୦/୨: ଧରା ପଡିଲା ବାଘ । ୨ ଦିନ ହେଲା ରାଜଧାନୀରେ ଆତଙ୍କ ଖେଳାଇଥିବା କଲରାପତରିଆ ଗତକାଲି ବିଳମ୍ବିତ ରାତିରେ ଯନ୍ତାରେ ଧରାପଡିଛି । ବାଘକୁ ଧରିବା ପାଇଁ ଯନ୍ତା ବିଛାଇଥିଲା ବନବିଭାଗ । ସେଥିରେ କୁକୁଡା ମାଂସ ରଖାଯାଇଥିଲା । କୁକୁଡା ଖାଇବାକୁ ଆସି ଯନ୍ତାରେ ପଡିଥିଲା ବାଘ । ରାତି ପ୍ରାୟ ସାଢେ ୩ଟା ସମୟରେ ବିମାନବନ୍ଦର କାର୍ଗୋ ଗେଟ୍ ନିକଟରୁ ବାଘଟି ଧରାପଡିଥିଲା । ଏହାପରେ ବାଘକୁ ନନ୍ଦନକାନନରେ ଛଡାଯାଇଛି । ବାଘଟି ୨ଦିନ ଧରି ରାଜଧାନୀରେ ଆତଙ୍କ ଖେଳାଇଥିଲା ।