୨୦୧୯ କ୍ରିକେଟ ବିଶ୍ୱ କପ ପାଇଁ ୧୫ ଜଣିଆା ଭାରତୀୟ ଦଳ ଘୋଷିତ,ପନ୍ତଙ୍କ ସ୍ଥାନରେ କାର୍ତ୍ତିକ

ନୂଆଦିଲ୍ଲୀ,୧୫।୪:  ଇଂଲଣ୍ଡରେ ଆଇସିସି ଓ୍ବାର୍ଲ୍ଡ କପ୍ ୨୦୧୯ ଆରମ୍ଭ ହେବାକୁ ଯାଉଛି। ଏହି ଦିନିକିଆ ବିଶ୍ବକପ୍ ପାଇଁ ଆଜି ୧୫ ସଦସ୍ୟ ବିଶିଷ୍ଟ ଭାରତୀୟ ଟିମ୍ ଘୋଷଣା କରାଯାଇଛି। ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡ(ବିସିସିଆଇ) ଅଖିଳ ଭାରତୀୟ ସିନିୟର ଚୟନ ସମିତିର ଘୋଷଣା କରିଛି। ବିସିସିଆଇ ୧୫ ଭାରତୀୟ ଖେଳାଳୀଙ୍କ ନାମ ମଧ୍ୟ ଘୋଷଣା କରିଛି। ଏହି ଲିଷ୍ଟରେ ଋଷଭ ପନ୍ତ ଓ ଅମ୍ବାନୀ ରାୟଡୁଙ୍କୁ ସ୍ଥାନ ମିଳିନାହିଁ।  ଧୋନିଙ୍କ ସ୍ଥାନରେ ଓ୍ବିକେଟ୍ କିପରଙ୍କ ବିକଳ୍ପ ଭାବରେ ଦିନେଶ କାର୍ତ୍ତିକଙ୍କୁ ଦ୍ବିତୀୟ ଓ୍ବିକେଟ କିପର ଭାବରେ ଟିମରେ ରଖାଯାଇଛି। ବିଜୟ ଶଙ୍କର, କେଏଲ ରାହୁଲ ଓ ଦିନେଶ କାର୍ତ୍ତିକଙ୍କୁ ଟିମରେ ରଖାଯାଇଛି। ରୋହିତଙ୍କୁ ଉପ ଅଧିନାୟକ କରାଯାଇଛି।

୧୫ ସଦସ୍ୟ ବିଶିଷ୍ଟ ଭାରତୀୟ ଟିମ୍: ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ-ଅଧିନାୟକ), ଶିଖର ଧବନ, କେଏଲ ରାହୁଲ, ବିଜୟ ଶଙ୍କର, ଏମ୍ଏସ୍ ଧୋନି(ଓ୍ବିକେଟ କିପର), କେଦାର ଯାଦବ, ଦିନେଶ କାର୍ତ୍ତିକ, ଯୁଜଭେନ୍ଦ୍ର ଚହଲ, କୁଲଦୀପ ଯାଦବ, ଭୁବନେଶ୍ବର କୁମାର, ଜସପ୍ରୀତ ବୁମରାହ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା ଏବଂ ମହମ୍ମଦ ଶାମି।

source: https://www.timesnownews.com

ଋଷଭ ପନ୍ତଙ୍କ ସ୍ଥାନରେ ଦିନେଶ କାର୍ତ୍ତିକଙ୍କୁ ଚୟନ କରାଯିବା ପଛରେ ବିସିସିଆଇ ଚୟନ ସମିତିର ଅଧ୍ୟକ୍ଷ ଏମଏସକେ ପ୍ରସାଦ କହିଛନ୍ତି ବଡ ମ୍ୟାଚ ରେ ଓ୍ବିକେଟ କିପିଂର ଅନୁଭବ କାରଣରୁ କାର୍ତ୍ତିକଙ୍କୁ ଚୟନ କରାଯାଇଛି। କାର୍ତ୍ତିକ ପ୍ରେସରରେ ଥିଲେ ମଧ୍ୟ ଭଲ ଖେଳନ୍ତି। ସେ ପ୍ରେସର ହ୍ୟାଣ୍ଡେଲ କରିବା ଜାଣନ୍ତି। ଉଲ୍ଲେଖନୀୟ ଯେ ଦିନିକିଆ କ୍ରିକେଟରେ ଧୋନିଙ୍କ ଉତ୍ତରାଧିକାର ଭାବରେ ଜଣାଯାଉଥିବା ପନ୍ତଙ୍କୁ  ଚୟନ କରାନଯିବା ସବୁଠାରୁ ଆଶ୍ଚର୍ଯ୍ୟର କଥା ବୋଲି କୁହାଯାଉଛି। ଏପର୍ଯ୍ୟନ୍ତ ପନ୍ତ ଆଇପିଏଲରେ ୨୨ ରନ୍ କରିସାରିଥିବା ବେଳେ କାର୍ତ୍ତିକ ୯୩ ରୁନ୍ କରିଛନ୍ତି।

source: https://www.trickytruths.com

ଏହି ବିଶ୍ୱକପ୍‍ ମେ’ ୩୦ରୁ ଜୁଲାଇ ୧୪ ପର୍ଯ୍ୟନ୍ତ ଚାଲିବ। ମୁମ୍ବାଇଠାରେ ଚୟନକର୍ତା, କୋହଲି ଓ ପ୍ରଶିକ୍ଷକ ରବି ଶାସ୍ତ୍ରୀ ବୈଠକରେ ଏକ୍ରତିତ ହୋଇ ବିଶ୍ୱକପ ପାଇଁ ଦଳ ଚୟନ କରିଛନ୍ତି। ମୁଖ୍ୟ ଚୟନକର୍ତା ଏମଏସକେ ପ୍ରସାଦ ସାମ୍ବାଦିକ ସମ୍ମିଳନୀ କରି ଦଳର ଘୋଷଣା କରିଥିଲେ। ଭାରତୀୟ ଟିମ୍ ଏଥର ତୃତୀୟ ବିଶ୍ବକପ୍ ଜିତିବା ପାଇଁ ଜୋର ଲଗାଇବ। ଏହା ପୂର୍ବରୁ ଟିମ୍ ଇଣ୍ଡିଆ କପିଲ ଦେବଙ୍କ ଅଧିନାୟକତ୍ବରେ ୧୯୮୩ରେ ଓ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବରେ ୨୦୧୧ରେ ବିଶ୍ବକପ୍ ଜିତିଥିଲା।

   ସମ୍ବନ୍ଧିତ ଖବର


ରାଜ୍ୟରେ କରୋନା ନେଲା ୧୪ ମୁଣ୍ଡ, ମୃତକଙ୍କ ସଂଖ୍ୟା ୧୬୭୧କୁ ବୃଦ୍ଧି

ଓଡ଼ିଶାରେ ‌୬ ହଜାରକୁ ଖସିଲା ଆକ୍ଟିଭ୍‌ କେସ୍: ୨୪ଘଣ୍ଟା ଆଉ ୬୪୨ ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୫ ହଜାର ଟପିଲା

ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣା: ଅଭିଯୋଗପତ୍ର ପ୍ରତ୍ୟାହାର କଲେ ମୃତକଙ୍କ ପରିବାର

ଡବ୍ଲ୍ୟୁଏଚ୍‌ଓର ସତର୍କବାଣୀ: ଦ୍ୱିତୀୟ ଲହରିରେ ଘାଣ୍ଟି ହେଉଛି ୟୁରୋପ, ୨୦୨୧ରୁ ଆରମ୍ଭ ହେବ ତୃତୀୟ ଲହରି

ଅବସର ନେଲେ ରେସ୍‌ଲିଂ ଦୁନିଆ‌ର ମହାରଥୀ ଅଣ୍ଡରଟେକର୍‌, କହିଲେ- ମୋର ସମୟ ଆସିସାରିଛି…

କରୋନା ସହ ୧୨ଦିନର ଲଢେଇ ପରେ ଆଖିବୁଜିଲେ କଳାକାର: ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ୟାମ ପ୍ରସାଦ ପଟ୍ଟନାୟକଙ୍କ ଦେହାନ୍ତ