ପ୍ରମୂଖ ଖବର
  • ଆମେରିକା ବନାମ ଆୟର୍ଲାଣ୍ଡ ମ୍ୟାଚ୍‌ ବାତିଲ, ଟି-୨୦ ବିଶ୍ବକପରୁ ପାକିସ୍ତାନ ଆଉଟ୍
  • ||
  • ସମ୍ବଲପୁର: ଟେଲର ଦୋକାନରେ ପଶି ମା’ ଝିଅଙ୍କୁ ହାଣିଲେ ଦୁର୍ବୃତ୍ତ
  • ||
  • ହଟିବ ବ୍ରିଟିଶ ଆଇନ୍ , ଲାଗୁ ହେବ ଭାରତୀୟ ନିୟମ, ଜୁଲାଇରୁ ଲାଗୁ ହେବ ନୂଆ ପୁଲିସ ଆଇନ
  • ||
  • ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ୨୦୨୪: ଫ୍ଲୋରିଡାରେ ବନ୍ୟା, ୟୁଏସ୍‌ଏ-ଆୟର୍ଲାଣ୍ଡ୍‌ ମ୍ୟାଚ୍‌ ବାତିଲ ଆଶଙ୍କା
  • ||
  • ମଙ୍ଗଳବାର ଖୋଲିବ ସ୍କୁଲ: ପ୍ରଥମରୁ ଦିଆଯିବ ମଧ୍ୟାହ୍ନଭୋଜନ, ରୋଷେଇ ପୂର୍ବରୁ ସାମଗ୍ରୀ ଯାଞ୍ଚ କରିବାକୁ ନିର୍ଦ୍ଦେଶ
  • ||
  • ରଥଖଳା ହାଲ୍‌ଚାଲ୍‌...ପାଞ୍ଚ ଦେବ ଦମ୍ପତିଙ୍କୁ ଏକତ୍ର ପନ୍ତି ଅର୍ପଣ ସମ୍ପନ୍ନ, ଦଣ୍ଡାରେ ଲାଗିଲା ଆଗ-ପଛ ମୁହାଁଟ
  • ||
  • କୋଣାର୍କ ରାସ୍ତାରେ ଓଲଟିଲା ପିକଅପ୍ ଭ୍ୟାନ୍, ୨ ମୃତ ୧୦ରୁ ଉର୍ଦ୍ଧ୍ଵ ଆହତ
  • ||
  • ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅସ୍ଥାୟୀ ବାଚସ୍ପତି: ୧୮ ଓ ୧୯ରେ ବିଧାୟକଙ୍କ ଶପଥ ଉତ୍ସବ, ୨୦ରେ ବାଚସ୍ପତି ନିର୍ବାଚନ
  • ||
  • ଶୁକ୍ରବାର ଶ୍ରୀମନ୍ଦିର ନୀତି ସବ୍‌କମିଟି ଓ ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ନୀତି ନିର୍ଘଣ୍ଟକୁ ମିଳିବ ଅନୁମୋଦନ
  • ||
  • ରଜ ମଉଜକୁ ଫିକା କରିଦେବ ଗୁଳୁଗୁଳି, ଆସନ୍ତା ୨ ଦିନ ଯାଏ ତାତିରୁ ନାହିଁ ନିସ୍ତାର
  • ||

ରାହୁଲ ଦ୍ରାବିଡଙ୍କ ପରେ କିଏ ? ଗୌତମ ଗମ୍ଭୀରଙ୍କୁ ଯୋଗାଯୋଗ କଲା ବିସିସିଆଇ !

ନୂଆଦିଲ୍ଲୀ: ଭାରତୀୟ ଦଳର ମୁଖ୍ୟ କୋଚ୍‌ ଲାଗି ଷ୍ଟିଫେନ୍‌ ଫ୍ଲେମିଂ, ରିକି ପଣ୍ଟିଂ ଏବଂ ଭିଭିଏସ୍‌ ଲକ୍ଷ୍ମଣ ବାଦ ଦେଲେ ବିସିସିଆଇ ନଜରରେ ଅଛନ୍ତି ଗୌତମ ଗମ୍ଭୀର । ରାହୁଲ ଦ୍ରାବିଡ୍‌ଙ୍କ ସ୍ଥାନରେ ଗୌତମ ଗମ୍ଭୀରଙ୍କୁ ଭାରତୀୟ ଦଳର ମୁଖ୍ୟ କୋଚ୍‌ ନିଯୁକ୍ତ କରିବାକୁ ବିସିସିଆଇ ବିଚାର କରୁଥାଇପାରେ । ଏବେ ଏବେ ମିଳିଥିବା ସୂଚନା ଅନୁସାରେ, ବିସିସିଆଇ ଗୌତମ ଗମ୍ଭୀରଙ୍କୁ ଏନେଇ ସଂପର୍କ କରିଛି । ଇଏସପିଏନ୍‌ କ୍ରିକ୍‌ ଇନଫୋରେ ପ୍ରକାଶ ପାଇଥିବା ଏକ ରିପୋର୍ଟରୁ ଜଣାପଡ଼ିଛି ଯେ, ବିସିସିଆଇ ପକ୍ଷରୁ ପୂର୍ବତନ ଓପନର ଗୌତମ ଗମ୍ଭୀରଙ୍କ ସହ ଯୋଗାଯୋଗ କରିଛି । 

 ଏହା ପୂର୍ବରୁ ବିସିସିଆଇ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଷ୍ଟିଫେନ୍‌ ଫ୍ଲେମିଂଙ୍କୁ ମୁଖ୍ୟ କୋଚ୍‌ ପାଇଁ ପ୍ରସ୍ତାବ ଦେଇଥିଲା । ହେଲେ ଭାରତୀୟ ଦଳର ଆଗାମୀ ମୁଖ୍ୟ କୋଚ୍‌ଙ୍କ କାର୍ଯ୍ୟକାଳ ୨୦୨୭ ବିଶ୍ବକପ୍‌ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ବିସିସିଆଇର ନିର୍ଣ୍ଣୟ ଫ୍ଲେମିଂଙ୍କୁ ଅଡ଼ୁଆରେ ପକାଇଥିବା କୁହାଯାଉଛି । ସେପଟେ ଚଳିତ ଆଇପିଏଲରେ ଗୌତମ ଗମ୍ଭୀର କୋଲକାତା ନାଇଟ ରାଇଡର୍ସର ମେଣ୍ଟର ଅଛନ୍ତି । ତାଙ୍କର ଔପଚାରିକ ଭାବରେ ପ୍ରଶିକ୍ଷଣ ଦେବାର ଅଭିଜ୍ଞତା ନାହିଁ । ତଥାପି କେକେଆର ଏବଂ ଲକ୍ଷ୍ନୌ ଟିମ୍‌ରେ ତାଙ୍କର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ରହିଛି ଏବଂ ଏହା ବିସିସିଆଇର ନଜରକୁ ଆସିଛି ।

 ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌ (ଏଲଏସଜି) ଲଗାତାର ୨୦୨୨ ଏବଂ ୨୦୨୩ରେ ପ୍ଲେଅଫରେ ପହଞ୍ଚିଥିଲା ।ଏଥର ସେ କେକେଆରକୁ ଫେରିଥିବା ବେଳେ ଦଳ କେବଳ ଯେ ପ୍ଲେଅଫରେ ପହଞ୍ଚିଛି ତାହା ନୁହେଁ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ତେବେ ବିସିସିଆଇ ଏବଂ ଗମ୍ଭୀରଙ୍କ ମଧ୍ୟରେ ଏହି ଆଲୋଚନା ପ୍ରାଥମିକ ପର୍ଯ୍ୟାୟରେ ଥିବା ବେଳେ କୌଣସି ନିଷ୍କର୍ସ ଲାଗି ମେ’ ୨୭କୁ ସମୟ ଧାର୍ଯ୍ୟ ହୋଇଥିବା କୁହାଯାଉଛି । କୋଲକାତା ନାଇଟ ରାଇଡର୍ସର ମ୍ୟାଚ୍‌ ଶେଷ ହେବା ପରେ ପରବର୍ତ୍ତୀ ଆଲୋଚନା ହୋଇପାରେ । ଅନ୍ୟପଟେ କାର୍ଯ୍ୟକାଳ ନବଢ଼ାଇବା ପାଇଁ ବିସିସିଆଇକୁ ଜଣାଇଛନ୍ତି ରାହୁଲ ଦ୍ରାବିଡ୍‌ । ତେଣୁ ଏଭଳି ସ୍ଥିତିରେ ଭାରତୀୟ ଟିମ୍‌ ପ୍ରତି ଯେମିତି କୌଣସି ଅବହେଳା ନୁହୁଏ ସେଥିପ୍ରତି ବେଶ ଯତ୍ନବାନ ବିସିସିଆଇ । 

 

  • BCCI
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.