PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଆଇପିଏଲ୍‌-୧୩ ଟାଇଟଲ୍‌ ପ୍ରାୟୋଜକ ଦୌଡ଼ ଆରମ୍ଭ: ବିସିସିଆଇ ଚାହୁଁଛି ୩୦୦ରୁ ୩୫୦ କୋଟି

ନୂଆଦିଲ୍ଲୀ, ୧୩/୦୮; କରୋନା ମହାମାରୀ ସମୟରେ ଆଇପିଏଲ୍‌ ଆୟୋଜନ ଥିଲା ଅସମ୍ଭବ ବିଷୟ । ଯାହା ହେଉ, କେନ୍ଦ୍ର ସରକାରଙ୍କ ସହଯୋଗ କ୍ରମେ ବିସିସିଆଇ ଟୁର୍ଣ୍ଣାମେଣ୍ଟକୁ ବିଦେଶରେ (ୟୁଏଇ) ଆୟୋଜନ କରିବାକୁ ଯାଉଛି । ସବୁ କିଛି ପ୍ରସ୍ତୁତି ଏକ ପ୍ରକାର ଶେଷ ହୋଇଛି । ମାତ୍ର ‘ଭିଭୋ’କୁ ଟାଇଟଲ ପ୍ରାୟୋଜକରୁ ଗୋଟିଏ ବର୍ଷ ବାଦ୍‌ ଦେବା ଏବେ ବିସିସିଆଇ ପାଇଁ କିଛିଟା ସମସ୍ୟା ସୃଷ୍ଟି କରିଛି ।

ଯଦିଓ ନୂଆ ପ୍ରାୟୋଜକ ଅନ୍ୱେଷଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କିନ୍ତୁ ‘ଭିଭୋ’ଠୁ ଯେତିକି ଅର୍ଥ ବୋର୍ଡ ବର୍ଷକୁ ପାଉଥିଲା ସେତିକି ଅର୍ଥ ପାଇବା ହୁଏତ କଷ୍ଟକର ହୋଇପାରେ । ଏମିତିବି ମହାମାରୀ ଯୋଗୁ ଯୋଗାଯୋଗ, ବାଣିଜ୍ୟ ସବୁ କିଛି ବାଧାପ୍ରାପ୍ତ ହୋଇଛି । ଯାହା ଏହାକୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି । ପୂର୍ବରୁ ଯାହା ସୂଚନା ରହିଥିଲା ଯେ ବିଶ୍ୱର ବଡ଼ ବଡ଼ କମ୍ପାନୀ ବିସିସିଆଇର କିଟ୍‌ ପ୍ରାୟୋଜକ ହେବା ପାଇଁ ଦୌଡ଼ରେ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ଆଡିଡାସ, ନାଇକି ଓ ପୁମା । କିନ୍ତୁ ଆଇପିଏଲ୍‌ ଟାଇଟଲ୍‌ ପ୍ରାୟୋଜକ ହେବା ପାଇଁ କେଉଁ ବିଦେଶୀ କମ୍ପାନୀ ଆଗ୍ରହୀ ରହିଛନ୍ତି ସେ ବିଷୟରେ କିଛି ସ୍ପଷ୍ଟ ଜଣା ପଡ଼ି ନାହିଁ । ଏବେ ପୁଣି ଚର୍ଚ୍ଚା ହେଉଛି, ବୈଷୟିକ ଶିକ୍ଷାନୁଷ୍ଠାନ କମ୍ପାନୀ ‘ଅନ୍‌ଏକାଡେମୀ’ ଟାଇଟଲ ପ୍ରାୟୋଜକ ଦୌଡ଼ରେ ସାମିଲ ହୋଇଛି । ଏମିତି କି କମ୍ପାନୀ ଆଇପିଏଲର ପ୍ରାୟୋଜକ ରହିଛି । ମାତ୍ର ଏବେ ଟାଇଟଲ ପ୍ରାୟୋଜକ ହାତେଇବା ଲକ୍ଷ୍ୟରେ ରହିଛି ।

ବିସିସିଆଇର ଜଣେ କର୍ମକର୍ତ୍ତା କହିଛନ୍ତି ଯେ, ଏହା ମୁଁ ନିଶ୍ଚିତ ଯେ ଅନ୍‌ଏକାଡେମୀ ଟାଇଟଲ ପ୍ରାୟୋଜକ ନେଇ ଆଗ୍ରହୀ ରହିଛି ଏବଂ ଯାହା ମୋ ପାଖରେ ସୂଚନା ରହିଛି ସେମାନେ ଏଥିପାଇଁ ବିଡ୍‌ ଆହ୍ୱାନ କରିବେ । ‘ପତଞ୍ଜଳି’ ମଧ୍ୟ ଆଗ୍ରହୀ ରହିଛି । ଲାଗୁଛି, ବିଡ୍‌ରେ ପ୍ରତିଦ୍ୱନ୍ଦ୍ୱିତା ହେବ ।’କିନ୍ତୁ ଅନ୍‌ଏକାଡେମୀ ପକ୍ଷରୁ ଏ ବିଷୟରେ କେହିବି କିଛି ମତାମତ ଦେବାକୁ ପ୍ରସ୍ତୁତ ନାହାନ୍ତି । ବିସିସିଆଇ କର୍ମକର୍ତ୍ତା ଜଣଙ୍କ କହିଛନ୍ତି, ଅନଏକାଡେମୀ ଆଇପିଏଲର କେନ୍ଦ୍ରୀୟ ପ୍ରାୟୋଜକ ପୁଲ୍‌ରେ ୨୦୨୦ରୁ ୨୦୨୩ ପର୍ଯ୍ୟନ୍ତ ରହିଛି । ଯେଉଁ କମ୍ପାନୀ ଟାଇଟଲ ପ୍ରାୟୋଜକ ହେବ ତାହା ଜର୍ସିରେ ଲୋଗୋ ହୋଇ ବ୍ୟବହାର ହେବ । ଯଦି ଅନଏକାଡେମୀ ପ୍ରାୟୋଜକ ଅଧିକାର ପାଇବ ତେବେ ଲୋଗୋ ହୋଇ ଜର୍ସିରେ ବ୍ୟବହାର ହେବ ।

ପୂର୍ବରୁ ‘ପତଞ୍ଜଳି’ ମଧ୍ୟ ଆଇପିଏଲ୍‌ ଟାଇଟଲ୍‌ ପ୍ରାୟୋଜକ ହେବ ବୋଲି ଇଚ୍ଛୁକ ଥିବା ସୂଚନା ଦେଇଥିଲା । କମ୍ପାନୀର ମୁଖପାତ୍ର ଏସ୍‌କେ ତିଜରୱାଲା କହିଥିଲେ, ପତଞ୍ଜଳି ବିଡ୍‌ ଆହ୍ୱାନ କରିବା ପାଇଁ ଚିନ୍ତା କରୁଛି । କାରଣ ଆମେ ଏହାକୁ ଅନ୍ତର୍ଜାତୀୟ ବ୍ରାଣ୍ଡ୍‌ କରିବାକୁ ଚାହୁଁଛୁ । ତେଣୁ ଏହା କମ୍ପାନୀ ପାଇଁ ଏକ ଭଲ ସୁଯୋଗ ବୋଲି ଭାବୁଛୁ । ତେବେ ଏ ବିଷୟରେ ଆମର ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନାହିଁ । ବିଚାର ବିମର୍ଶ ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।’

ଯିଏ ବି ଟାଇଟଲ୍‌ ପ୍ରାୟୋଜକ ହେବେ ସେହି କମ୍ପାନୀ ମାତ୍ର ୪ ମାସ ୧୩ ଦିନ ବିସିସିଆଇ ସହ ଚୁକ୍ତି କରିବ । ଆଉ ଏହି ଅବଧିପାଇଁ ବିସିସିଆଇ ୩୦୦ରୁ ୩୫୦ କୋଟି ଚାହୁଛି । କାରଣ ପୂର୍ବରୁ ‘ଭିଭୋ’ ଯେଉଁ ୫ ବର୍ଷିଆ ଚୁକ୍ତି କରିଛି, ସେଥିପାଇଁ ବିସିସିଆଇକୁ ୨,୧୯୯ କୋଟି ଟଙ୍କା ଦେବ । ଅର୍ଥାତ ବର୍ଷକୁ ୪୩୯.୮ କୋଟି ଟଙ୍କା ଦେଉଛି । କମ୍ପାନୀ ୨୦୧୮ରୁ ୨୦୨୨ ପର୍ଯ୍ୟନ୍ତ ରହିବ । ତେବେ ଚୀନସେନା ସୀମାରେ ଚଳାଇଥିବା ଉତ୍ତେଜନାମୟ ପରିସ୍ଥିତି ଯୋଗୁ ଦେଶବାସୀ ଏବେ ଚୀନ କମ୍ପାନୀ ଓ ସାମଗ୍ରୀକୁ ପ୍ରବଳ ବିରୋଧ କରୁଛନ୍ତି । ଯେଉଁଥିପାଇଁ ବାଧ୍ୟ ହୋଇ ଚଳିତ ବର୍ଷ ‘ଭିଭୋ’କୁ ଆଇପିଏଲରୁ ବାଦ ଦେଇଛି ବିସିସିଆଇ ।

ଯାହା ଲାଗୁଛି, ଏଥର ଟାଇଟଲ ପ୍ରାୟୋଜକ ପାଇଁ ଭାରତୀୟ କମ୍ପାନୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ । ଏମିତି ଦୁଇଟି କମ୍ପାନୀ ଯଥା-ପତଞ୍ଜଳି ଓ ଅନ୍‌ଏକାଡେମୀ ପ୍ରାୟୋଜକ ଦୌଡ଼ରେ ସାମିଲ୍‌ ହୋଇଛନ୍ତି । କିନ୍ତୁ ଏମାନେ ବିଡ୍‌ ଆହ୍ୱାନ କରି ସାରିଲା ପରେ ଯାହା କିଛି ସ୍ପଷ୍ଟ ହେବ ।

ସମ୍ବନ୍ଧିତ ଖବର