ଗାଙ୍ଗୁଲି-ଶାହଙ୍କ କାର୍ଯ୍ୟକାଳ ବଢାଇବା ପାଇଁ ସୁପ୍ରିମକୋର୍ଟ ଗଲା ବିସିସିଆଇ, କୁଲିଂ ଅଫ୍ ପିରିୟଡରେ ଛାଡ କରିବାକୁ ଦାବି

ନୂଆଦିଲ୍ଲୀ,୨୩।୫: ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡ(ବିସିସିଆଇ) ନିଜର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ସଚିବ ଜୟ ଶାହଙ୍କ କାର୍ଯ୍ୟକାଳ ବଢାଇବା ପାଇଁ ସୁପ୍ରିମକୋର୍ଟ ପହଁଞ୍ଚଛି। ଗତ ବର୍ଷ ଅକ୍ଟୋବରରେ ଦାୟିତ୍ବ ଗ୍ରହଣ କରିବା ପରେ ଗାଙ୍ଗୁଲିଙ୍କ ଜୁଲାଇ ଓ ଶାହଙ୍କ ଜୁନରେ କାର୍ଯ୍ୟକାଳ ଶେଷ ହେଉଛି। ଦୁହିଁଙ୍କୁ ୩ ବର୍ଷର ବାଧ୍ୟତାମୂଳକ ବ୍ରେକ୍ (କୁଲିଂ ଅଫ୍ ପିରିୟଡ)ରେ ଯିବାକୁ ହେବ।

ପ୍ରଶଂସକଙ୍କ କମିଟି(ସିଓଏ) ନିମୟ ତିଆରି କରିଥିଲେ ଯେ, କୌଣସି ବ୍ୟକ୍ତି ରାଜ୍ୟ କ୍ରିକେଟ ସଂଘ କିମ୍ବା ବିସିସିଆଇରେ ଲଗାତାର ୬ ବର୍ଷ କୌଣସି ପଦରେ ରୁହନ୍ତି ତେବେ ତାଙ୍କୁ ୩ ବର୍ଷର ବାଧ୍ୟତାମୂଳକ ବ୍ରେକ୍ ନେବାକୁ ହେବ। ଏହାକୁ ସୁପ୍ରିମକୋର୍ଟ ମଞ୍ଜୁରୀ ପ୍ରଦାନ କରିଥିଲେ।

ଗାଙ୍ଗୁଲି ବଙ୍ଗଳା କ୍ରିକେଟ ବୋର୍ଡ(ସିଏବି)ରେ ୫ ବର୍ଷ ୩ ମାସ ପର୍ଯ୍ୟନ୍ତ ଅଧ୍ୟକ୍ଷ ଥିଲେ। ଏହି ଦୃଷ୍ଟିରୁ ତାଙ୍କ ପାଖରେ ବିସିସିଆଇ ଅଧ୍ୟକ୍ଷ ଭାବରେ ୯ ମାସର କାର୍ଯ୍ୟକାଳ ଥିଲା। ଜୟ ଶାହ ମଧ୍ୟ ଗୁଜରାଟ କ୍ରିକେଟ୍ସ ସଂଘରେ ସଚିବ ରହିସାରିଛନ୍ତି। ଏବେ କୁଲିଂ ଅଫ୍ ପିରିୟଡ ନିମୟରେ ଛାଡ ପରେ ଗାଙ୍ଗୁଲି ଓ ଶାହ ନିଜର ୩ ବର୍ଷର କାର୍ଯ୍ୟକାଳକୁ ପୂରର କରିପାରିବେ।

ସୁପ୍ରିମକୋର୍ଟରେ ବିସିସିଆଇ କୋଷାଧ୍ୟକ୍ଷ ଅରୁଣ ଧୂମଲ ଆବେଦନ କରିଥିଲେ। ସେ ଆବେଦନରେ ଦର୍ଶାଇଥିଲେ ବିସିସିଆଇ ଗତ ବର୍ଷ ହୋଇଥିବା ସାଧାରଣ ବାର୍ଷିକ ସଭା(ଏଜିଏମ)ରେ ୯ ଅଗ​ଷ୍ଟ ୨୦୧୮ରୁ ଲାଗୁ କୁଲିଂ ଅଫ୍ ପିରିୟଡରେ ଯିବାର ନିୟମରେ ସଂଶୋଧନ କରି ନିଜର ପଦାଧିକାରୀଙ୍କ କାର୍ଯ୍ୟକାଳକୁ ବଢାଇବାର ସୀକୃତି ଦେଇଥିଲେ। ବୋର୍ଡର ସଂଶୋଧନ ଅନୁସାରେ, ଗାଙ୍ଗୁଲୀ ଓ ଶାହଙ୍କ ଉପରେ କୁଲିଂ ଅଫ୍ ପିରିୟଡ ଉପରେ ଯିବାର ନିୟମ ସେତେବେଳେ ଲାଗୁ ହେବାର ନିୟମ ସେତେବେଳେ ଲାଗୁ ହେବ, ଯେତେବେଳେ ସେ ବିସିସିଆଇରେ ଲଗାତାର ୬ ବର୍ଷ କାମ ପୂରଣ କରିବେ। ରାଜ୍ୟ କ୍ରିକେଟ ସଂଘରେ କରାଯାଇଥିବା କାମକୁ ବିସିସିଆଇ ଅଧିକାରୀଙ୍କ କାମ ସହ ଯୋଡା ଯିବନି।

   ସମ୍ବନ୍ଧିତ ଖବର


ଟିମ୍‌ ଇଣ୍ଡିଆର ଅଷ୍ଟ୍ରେଲିଆ ଗସ୍ତ ,ସିଡ୍‌ନୀ, କାନବେରାରେ ସୀମିତ ଓଭର ସିରିଜ

ହଠାତ୍‌ ଚର୍ଚ୍ଚାରେ ବାଂଲାଦେଶର ମହିଳା କ୍ରିକେଟର, ଫଟୋ ହେଲା ଭାଇରାଲ୍

ଡ୍ରାଗନକୁ ଚାରିଆଡୁ ଘେରାଉ ଯୋଜନା, ଭାରତ ସହ ଏହି ସବୁ ଦେଶ କରିବେ ସମରାଭ୍ୟାସ

୨୦ ଥର କରୋନା ଟେଷ୍ଟ କଲେ ପ୍ରୀତି ଜିଣ୍ଟା, ଜାଣନ୍ତୁ କାରଣ

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅଙ୍କିତାଙ୍କ ଭିଡିଓ, ରାଗରେ ସୁଶାନ୍ତଙ୍କ ଫ୍ୟାନ୍ କହିଲେ- ୭ ବର୍ଷର…

ପ୍ରଧାନମନ୍ତ୍ରୀ କହିବେ କି ସେହି ତାରିଖ, କେବେ ଚୀନକୁ ଭାରତ ମାଟିରୁ ହଟାଇବେ ? ରାହୁଲଙ୍କ ଚ୍ୟାଲେଞ୍ଜ