କରୋନା ଲକଡାଉନ୍: ଗାଙ୍ଗୁଲୀ ବଢାଇଲେ ସହାୟତାର ହାତ,ଲୋକଙ୍କୁ ଦେବେ ଏତେ ଲକ୍ଷ ଟଙ୍କାର ଚାଉଳ

କୋଲକାତା,୨୫।୩ : ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡ (ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କରୋନା ମହାମାରୀକୁ ରୋକିବା ପାଇଁ ହୋଇଥିବା ଲକଡାଉନକୁ ସହଯୋଗ ପାଇଁ ଆଗକୁ ଆସିଛନ୍ତି। ଲକଡାଉନ୍ ଦ୍ବାରା ପ୍ରଭାବିତ ଲୋକଙ୍କୁ ଗାଙ୍ଗୁଲୀ ୫୦ ଲକ୍ଷ ଟଙ୍କାର ଚାଉଳ ଦାନ କରିବେ ବୋଲି କହିଛନ୍ତି।

ବଙ୍ଗଳା କ୍ରିକେଟ ଆସୋସିଏସନ୍ ପକ୍ଷରୁ କୁହାଯାଇଛି ଯେ, ଗାଙ୍ଗୁଲୀ ଲାଲ ବାବା ଚାଉଳ କମ୍ପାନୀ ସହିତ ମିଶି ଦରକାରୀ ଲୋକଙ୍କୁ ଚାଉଳ ଯୋଗାଇ ଦେବେ, ଯାହାକୁ ସୁରକ୍ଷା କାରଣରେ ସରକାରୀ ସ୍କୁଲରେ ରଖାଯିବ। କମ୍ପାନୀର ସୂଚନା ଅନୁସାରେ, ଆଶା କରାଯାଉଛି ଏହା ଦ୍ବାରା ରାଜ୍ୟର ନାଗରିକଙ୍କ ସେବା କରିବାପାଇଁ ପ୍ରେରଣା ମିଳିବ।’

ଏହା ସହିତ ଗାଙ୍ଗୁଲୀ ଏକ ଭିଡିଓ ମଧ୍ୟ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ସମସ୍ତଙ୍କୁ ଘରେ ରହିବାକୁ ଅପିଲ କରିଛନ୍ତି। ସେ କରୋନା ବିପଦକୁ ଦୃଷ୍ଟିରେ ରଖି କହିଛନ୍ତି ସାରା ବିଶ୍ବର ନାଗରିକଙ୍କୁ ସରକାରଙ୍କ କଥା ଶୁଣିବା ଦରକାର। ଗାଙ୍ଗୁଲି ଭିଡିଓରେ ଆହୁରି କହିଛନ୍ତି ଯେ, ଚାଲ ଏହାସହ ଏକାଠି ମିଶି ଲଢିବା। ଆମେ ଏହାକୁ ଜିତିପାରିବୁ।‘

ଅନ୍ୟପକ୍ଷେ ବଙ୍ଗଳା କ୍ରିକେଟ ଆସୋସିଏସନ୍ (ସିଏବି) କରୋନା ଭାଇରସ ସହ ଲଢେଇ ପାଇଁ ସରକାରଙ୍କୁ ୨୫ ଲକ୍ଷ ଟଙ୍କାର ସାହାର୍ଯ୍ୟ ଦେବାର ନିଷ୍ପତ୍ତି ନେଇଛି। ସିଏବିର ଅଧ୍ୟକ୍ଷ ଅଭିଷେକ ଡାଲମିଆ ନିଜ ପକ୍ଷରୁ ରାଜ୍ୟ ସରକାରଙ୍କ ରିଲିଫ ଫଣ୍ଡକୁ ସାହାର୍ଯ୍ୟ କରିବାର କଥା କହିଛନ୍ତି।

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌