PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଗତସିଂପୁର ଜିଲାର ଢିଙ୍କିଆ ପଞ୍ଚାୟତରେ ଆସନ୍ତା ବର୍ଷ ହେବ ପଞ୍ଚାୟତ ନିର୍ବାଚନ ।
  • ||
  • କୋଭିଡ୍‌ର କେବେ ବି ଅନ୍ତ ହେବ ନାହିଁ, ଭାଇରସ୍ ତାହାର ଚରିତ୍ର ବଦଳାଇବ : ସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ବଢିଲା କରୋନା ଗ୍ରାଫ୍, ୨୪ ଘଣ୍ଟାରେ ୭୪୨୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ପୁରୀ : ଖଣିରେ ଭାସୁଛି ମୃତଦେହ, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ, ପତାକା ଉତ୍ତୋଳନ କଲେ ରାଜ୍ୟପାଳ
  • ||
  • ପଦ୍ମପୁର : ସ୍କୁଲ୍ ନାହିଁ ତ ଭୋଟ୍ ନାହିଁ, ଗାଁ ମୁଣ୍ଡରେ ପୋଷ୍ଟର ଲଗାଇ ଭୋଟ ବର୍ଜନ ପାଇଁ ଘୋଷଣା କଲେ ଗ୍ରାମବାସୀ
  • ||
  • ଯାଜପୁର : ବାଇକକୁ ଧକ୍କା ଦେଲା କାର୍, ଜଣେ ମୃତ
  • ||
  • ଭୁବନେଶ୍ଵର : ଆଜି ଘନ କୁହୁଡ଼ି, ୨୮ରୁ ଶୀତ ଲହରୀ
  • ||
  • ଭୁବନେଶ୍ଵର : ଦେଶ ପାଳନ କରୁଛି ୭୩ତମ ଗଣତନ୍ତ୍ର ଦିବସ, ରାଜପଥରେ ଦୁନିଆ ଦେଖିବ ଭାରତର ଶକ୍ତି
  • ||

WTC ଫାଇନାଲ ମୁକାବିଲା ପାଇଁ ଜୋରଦାର ଅଭ୍ୟାସ୍ କରୁଛି ଟିମ୍‌ ଇଣ୍ଡିଆ, ବିସିସିଆଇ ସେୟାର କଲା ଭିଡିଓ

ମୁମ୍ବାଇ: ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି କରୁଛି ଟିମ୍‌ ଇଣ୍ଡିଆ। ବିରାଟ ଆଣ୍ଡ କୋ ମୁମ୍ବାଇରେ କ୍ବାରାଣ୍ଟିନ୍‌ ସମୟ ପୂରଣ କରିବା ପରେ ଆକ୍ସନ ମୁଡରେ ନଜର ଆସିଛନ୍ତି। ଜୁନ୍‌ ୨ରେ ଇଂଲଣ୍ଡ ଗସ୍ତ କରିବ ଟିମ୍‌ ଇଣ୍ଡିଆ। କ୍ବାରାଣ୍ଟିନରେ ଥିବା ସମସ୍ତ ଖେଳାଳି ଅଭ୍ୟାସ୍‌ କରି ପାରୁନଥିବା ବେଳେ ନିଜର ଫିଟନେସ୍‌ ପ୍ରତି ବହୁ ଧ୍ୟାନ ଦେବା ସହ ଝାଳବୁହା ପରିଶ୍ରମ କରୁଛନ୍ତି। ବିସିସିଆଇ ଆଜି ଟ୍ବିଟରରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ଜିମ୍‌ ସେସନର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛି।

ବିସିସିଆଇ ଜାରି କରିଥିବା ଭିଡିଓରେ ଅଧିନାୟକ ବିରାଟ କୋହଲି, ଜସପ୍ରିତ୍‌ ବୁମରା, ରବିନ୍ଦ୍ର ଜାଡେଜା, ଚେତେଶ୍ବର ପୂଜାରା, ଆଜିଙ୍କ୍ୟ ରାହାଣେଙ୍କ ସମେତ କିଛି ଖେଳାଳି ଜିମରେ ଜୋରଦାର ଅଭ୍ୟାସ୍‌ କରୁଥିବାର ଦେଖିବାକୁ ମିଳିଛି। ଭାରତ ଘରୋଇ ମାଟିରେ ଇଂଲଣ୍ଡକୁ ୩-୧ରେ ହରାଇ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ଟିକେଟ୍‌ ହାସଲ କରିଥିଲା। ଏବେ ବିଶ୍ବ ଟାଇଟଲ ଲଢ଼େଇ ପାଇଁ ଜୋରଦାର ପ୍ରସ୍ତୁତି କରୁଛି ଟିମ୍‌ ଇଣ୍ଡିଆ। ନିକଟରେ ଋଷଭ ପନ୍ତ ଓ ଶୁଭମନ ଗିଲ୍‌ ସୋସିଆଲ ମିଡିଆରେ ଓ୍ବାର୍କଆଉଟ୍‌ କରୁଥିବାର ଭିଡିଓ ସେୟାର କରିଥିଲେ। ଯେଉଁଥିରେ ଟିମ୍‌ ଇଣ୍ଡିଆର ଏହି ଦୁଇ ଷ୍ଟାର ଖେଳାଳି ଭିନ୍ନ ଭିନ୍ନ ଶୈଳୀରେ ଏକ୍ସସାଇଜ କରୁଥିବାର ଦେଖିବାକୁ ମିଳିଥିଲା।

ଅନ୍ୟପଟେ ବିଶ୍ବ ଟେଷ୍ଟ ଚାମ୍ପିନିସିପ୍‌ ପୂର୍ବରୁ ଇଂଲଣ୍ଡ ବିପକ୍ଷରେ ଦୁଇଟି ଟେଷ୍ଟ ମ୍ୟାଚ୍‌ ଖେଳି ପୂର୍ବ ପ୍ରସ୍ତୁତି କରିବାକୁ ଯାଉଛି ନ୍ୟୁଜିଲାଣ୍ଡ ଟିମ୍। ଜୁନ୍‌ ୨ ତାରିଖରୁ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ପୂର୍ବରୁ ଯାହା ନ୍ୟୁଜିଲାଣ୍ଡ ପାଇଁ ସହାୟକ ହେବ। ଅନ୍ୟପଟେ ଟିମ୍‌ ଇଣ୍ଡିଆର ପୂର୍ବତନ ଷ୍ଟାର ଖେଳାଳି ସୁନୀଲ ଗାଭାସ୍କର କହିଛନ୍ତି ଯେ, ଇଂଲଣ୍ଡ ବିପକ୍ଷ ସିରିଜରେ ନ୍ୟୁଜିଲାଣ୍ଡ ପରାଜିତ ହେଲେ କିଓ୍ବି ଟିମର ମନୋବଳ କମିଯିବ। ଯାହା ଟିମ୍‌ ଇଣ୍ଡିଆ ପାଇଁ ସହାୟକ ହେବ ବୋଲି ସେ କହିଛନ୍ତି।

ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଓ ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ:
ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରାହାଣେ (ଉପଅଧିନାୟକ), ରୋହିତ ଶର୍ମା, ଶୁଭମନ ଗିଲ୍, ମୟଙ୍କ ଅଗ୍ରଓ୍ବାଲ, ଚେତେଶ୍ବର ପୂଜାରା,ହନୁମା ବିହାରୀ, ଋଷଭ ପନ୍ତ (ଓ୍ବିକେଟ କିପର), ରବିଚନ୍ଦ୍ରନ ଅଶ୍ବିନ୍, ରବିନ୍ଦ୍ର ଜାଡେଜା, ଅକ୍ଷର ପଟେଲ, ଓ୍ବାଶିଂଟନ୍‌ ସୁନ୍ଦର, ଜଶପ୍ରୀତ୍‌ ବୁମରା, ଈଶାନ୍ତ ଶର୍ମା, ମହମ୍ମଦ ସିରାଜ, ମହମ୍ମଦ ସାମି, ଶାର୍ଦ୍ଦୁଲ ଠାକୁର, ଉମେଶ ଯାଦବ। ଫିଟନେସ୍‌ କ୍ଲିଅରାନ୍ସ ମିଳିଲେ କେଏଲ ରାହୁଲ ଓ ରିଦ୍ଧିମାନ ଶାହା ଟିମ୍‌ ସହ ଯୋଡ଼ି ହେବେ।