PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନବରଙ୍ଗପୁର: ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ତଳେ ଚାପି ହୋଇଚାଲିଗଲା ଡ୍ରାଇଭରଙ୍କ ଜୀବନ
  • ||
  • ଭୁବନେଶ୍ୱର: ଜୁନ୍ ଶେଷ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ : ଗଣଶିକ୍ଷା ମନ୍ତ୍ରୀ
  • ||
  • ସମ୍ବଲପୁର: ପୁଣି ଚର୍ଚ୍ଚାରେ ସମ୍ବଲପୁର ଜେଲ, କଏଦୀକୁ ଗଞ୍ଜେଇ ବିକି ଧରାପଡିଲେ ଜେଲ୍ ଓ୍ବାର୍ଡର୍, ବଣେଇଗଡ ଜେଲକୁ ହେଲେ ବଦଳି
  • ||
  • ରାଜସୁନାଖଳା: ଜାଗା ବାଡ଼ି ମଧ୍ୟସ୍ଥତାକୁ ନେଇ ରକ୍ତାକ୍ତ ସଂଘର୍ଷ, ଜଣେ ଗୁରୁତର
  • ||
  • କଣ୍ଟାବାଞ୍ଜି : ବର୍ଷା ଦାଉରୁ ଆଶ୍ରୟ ପାଇଁ ଦୋକାନ ପିଣ୍ଡାକୁ ଯାଇ ଷଣ୍ଢକୁ ଲାଗିଲା ବିଜୁଳି ଝଟକା, ଘଟଣାସ୍ଥଳରେ ଟଳିପଡିଲା…
  • ||
  • ନୀଳଗିରି: ଯୁବକର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ସନ୍ଦେହ, ପୁଲିସ ତଦନ୍ତ ଆରମ୍ଭ
  • ||
  • ପୁରୀ : ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପ୍ରସ୍ତୁତି, ଭୋର ୪ଟା ସୁଦ୍ଧା ପହଣ୍ଡ ବିଜେ ନୀତି, ସାମାଜିକ ଦୂରତାକୁ ଗୁରୁତ୍ୱ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ମଧ୍ୟରେ ୪୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୩ଶହ ଟପିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ଆଉ ୪ ହଜାର ୪୬୯ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ପାର୍
  • ||
  • ପୁରୀ : ରଥଖଳା ହାଲ୍‌ଚାଲ, ୨୧ ଅଖରେ ଲାଗିଲା ୪୨ ଚକ, ପ୍ରଭା ଅପସରା କାମ ଆରମ୍ଭ
  • ||
  • ଭୁବନେଶ୍ୱର : ବର୍ଷାରେ ଧୋଇଯିବ ରଜ ମଉଜ, ୪୮ ଘଣ୍ଟା ଭିତରେ ଲଘୁଚାପ ଘନୀଭୂତ ହୋଇ ଅବପାତ ରୂପ ନେଇପାରେ, ଉପକୂଳରେ ବର୍ଷା ଜାରି-ଆଭ୍ୟନ୍ତରୀଣରେ ବଢ଼ିବ
  • ||
  • ବାମରା : ପରିବାରର ୬ ଜଣଙ୍କୁ ହାଣି ଆତ୍ମହତ୍ୟା କଲା ସଂକ୍ରମିତ ବାପା, ଝିଅ ମୃତ, ପୁଅ- ୩ ଝିଅ ଓ ମା’ ଆହତ
  • ||
  • କଟକ : ଲକ୍‌ଡାଉନ୍‌ ବେଳେ କଟକରେ ବେଧଡ଼କ ଚାଲିଛି ଦେହ ବ୍ୟବସାୟ, ଦୁଇଟି ସ୍ଥାନରେ ଚଢ଼ଉ ବେଳେ ୫ ଯୁବତୀ ଉଦ୍ଧାର, ର‌୍ୟାକେଟ୍‌ର ମୁଖ୍ୟ ଓ ଜଣେ ଗ୍ରାହକ ଗିରଫ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସୁଧୁରୁଛି ସ୍ଥିତି, ୨୬ ଜିଲ୍ଲାରେ ହୋଇପାରେ ଅନଲକ, ୪ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜି
  • ||

ଭୁବନେଶ୍ୱରରୁ ଫାଷ୍ଟ ଟ୍ରାକ୍‌ ବିଲ୍ଡିଂ ପ୍ଲାନ୍‌ ଅନୁମୋଦନ ବ୍ୟବସ୍ଥା ଆରମ୍ଭ: ଏଣିକି ୪୮ ଘଣ୍ଟାରେ ଗୃହ ନକ୍ସା ମିଳିବ

ଭୁବନେଶ୍ୱର ୧/୯ : ଅଳିଆ ଉଠୁନି କି ଷ୍ଟ୍ରିଟ୍‌ ଲାଇଟ୍‌ ଜଳୁନି, ଅଭିଯୋଗ ପାଇଁ ଆଉ ମ୍ୟୁନିସିପାଲିଟି ଅଫିସ୍‌ ପର୍ଯ୍ୟନ୍ତ ଧାଇଁବାକୁ ପଡ଼ିବନି । ସବୁ ସମସ୍ୟାର ସମାଧାନ ହେବ ନିଜ ୱାର୍ଡରେ । ଏଥିପାଇଁ ସବୁ ୱାର୍ଡରେ ଖୋଲିଛି ୱାର୍ଡ ଅଫିସ । ରାଜ୍ୟର ସମସ୍ତ ୧୧୪ଟି ପୌର ସଂସ୍ଥାର ସମସ୍ତ ୨୦୩୫ଟି ୱାର୍ଡରେ ୱାର୍ଡ ଅଫିସ ଖୋଲାଯାଇଛି । ଆଜି ସ୍ୱାୟତ୍ତ ଶାସନ ଦିବସ ଅବସରରେ ଲୋକସେବା ଭବନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦ୍‌ଘାଟନ କରିଛନ୍ତି ।

ବଡ଼ କଥା ହେଲା, ଏହି ୱାର୍ଡ ଅଫିସ୍‌ ଖୋଲିବା ପରେ ଏଣିକି ପୌର ପ୍ରଶାସନ ପହଞ୍ଚିବ ଲୋକଙ୍କ ପାଖରେ । ଲୋକେ ୱାର୍ଡ ଅଫିସ୍‌ରେ ଅଭିଯୋଗ ଜଣାଇବେ । ବିଭିନ୍ନ ସେବା ବି ପାଇବେ । ଜନ୍ମ, ମୃତ୍ୟୁ ପଞ୍ଜୀକରଣ ପ୍ରମାଣପତ୍ର ହେଉ ଅବା ଭତ୍ତା ସବୁ କିଛି ୱାର୍ଡ ଅଫିସ୍‌ରେ ମିଳିବ ।

ଏହା ସହ ଆଜିଠୁ ଭୁବନେଶ୍ୱରରେ ଫାଷ୍ଟ ଟ୍ରାକ୍‌ ବିଲ୍ଡିଂ ପ୍ଲାନ୍‌ (ତ୍ୱରିତ ଗୃହ ନକ୍ସା) ଅନୁମୋଦନ ବ୍ୟବସ୍ଥା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଏହାର ଶୁଭାରମ୍ଭ କରିଛନ୍ତି । ଏଣିକି ଭୁବନେଶ୍ୱରରେ ଛୋଟ ଛୋଟ ଘର (୫ଶହ ବର୍ଗ ମିଟର ପର୍ଯ୍ୟନ୍ତ) ନିର୍ମାଣ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ୪୮ ଘଣ୍ଟାରେ ବିଲ୍ଡିଂ ପ୍ଲାନ୍‌ ଅନୁମୋଦନ ମିଳିବ । ଏହି ବ୍ୟବସ୍ଥାର ଶୁଭାରମ୍ଭ କରି ଗୃହ ନକ୍ସା ଅନୁମୋଦନ ପାଇଁ ଆବେଦନ କରିଥିବା ଅଂଶୁମାନ ରଥଙ୍କୁ ମୁଖ୍ୟମନ୍ତ୍ରୀ ଆଜି ଅନୁମୋଦନପତ୍ର ପ୍ରଦାନ କରିଥିଲେ ।

ଏହି ବ୍ୟବସ୍ଥା ଦ୍ୱାରା ବିଡିଏ ୱେବସାଇଟରେ ଥିବା ୧୦୦ଟି ପୂର୍ବ ଅନୁମୋଦିତ ଗୃହ ନକ୍ସାକୁ ଭିତ୍ତି କରି ଯିଏ ଆବେଦନ କରିବେ, ତାଙ୍କୁ ୪୮ ଘଣ୍ଟା ଭିତରେ ଗୃହ ନକ୍ସା ଅନୁମୋଦନ ମିଳିବ । ଆଗକୁ ରାଜ୍ୟର ସବୁ ସହରରେ ଏହାକୁ କାର୍ଯ୍ୟକାରୀ କରାଯିବ ।

ଆଜି ରାଜ୍ୟର ୧୧୪ଟି ପୌର ସଂସ୍ଥାର ୩୪୨ଟି ମାଇକ୍ରୋ କମ୍ପୋଷ୍ଟ ୟୁନିଟ୍‌ କରାଯିବା ସହିତ ୨୬ଟି ପୌର ସଂସ୍ଥାର ୭୦ କୋଟି ଟଙ୍କା ବ୍ୟୟରେ ମଳପଙ୍କ ବିଶୋଧନ ବ୍ୟବସ୍ଥା ପାଇଁ ଶିଳାନ୍ୟାସ କରାଯାଇଛି । ଏହାଦ୍ୱାରା ଦୈନିକ ୪ ଲକ୍ଷ ଲିଟର ମଳ ପଙ୍କ ବିଶୋଧିତ ହୋଇପାରିବ । ଏଥିରେ ୮ ଲକ୍ଷ ଲୋକ ଉପକୃତ ହୋଇପାରିବେ ।ଫୋନି ବାତ୍ୟାରେ ପୁରୀର ୪୧୦୩ ଜଣ ରାସ୍ତାକଡ଼ ବ୍ୟବସାୟୀ କ୍ଷତିଗ୍ରସ୍ତ ହୋଇଥିବାବେଳେ ଆଜି ପ୍ରଥମ ପର୍ଯ୍ୟାୟରେ ୧୩୬୯ଜରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି । ଅନ୍‌ଲାଇନ୍‌ ଜରିଆରେ ମୁଖ୍ୟମନ୍ତ୍ରୀ ଏହି ସହାୟତା ପ୍ରଦାନ କରିଛନ୍ତି । ସେହିପରି ଅନଲାଇନ୍‌ ବିବାହ ପ୍ରମାଣପତ୍ର ବ୍ୟବସ୍ଥା ଆଜିଠୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଅନ୍‌ଲାଇନ୍‌ରେ ଏହାର ଶୁଭାରମ୍ଭ କରିଥିବାବେଳେ ବିଏମ୍‌ସିର ସହିଦନଗର ୱାର୍ଡ ଅଫିସରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଅନଲାଇନ୍‌ ପ୍ରମାଣପତ୍ର ପ୍ରଦାନ କରିଥିଲେ ।

ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ଏସବୁ ପ୍ରକଳ୍ପ ଆରମ୍ଭ କରିଥିବାବେଳେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ପୁରୀ, ବ୍ରହ୍ମପୁର ଓ ଭୁବନେଶ୍ୱରରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଲେ, ସହରାଞ୍ଚଳ ସେବା ପ୍ରଦାନ କ୍ଷେତ୍ରରେ ଆଜି ଏକ ଐତିହାସିକ ଦିନ । ଆଜି ସବୁ ୱାର୍ଡରେ ୱାର୍ଡ ଅଫିସ ଖୋଲାଗଲା । କଠିନ ବର୍ଜ୍ୟବସ୍ତୁ ପରିଚାଳନା ସହ ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ପାଇଁ କାମ ଆରମ୍ଭ ହେଲା । ଆଗାମୀ ବର୍ଷକ ଭିତରେ ସମସ୍ତ ସହର ଆବର୍ଜନାମୁକ୍ତ ରଖିବାକୁ ଲକ୍ଷ୍ୟ ରହିଛି । ଏଥିରେ ମା’ମାନଙ୍କୁ ସାମିଲ କରିବା ଭଲ ଉଦ୍ୟମ । ସହରାଞ୍ଚଳରେ ବିକାଶମୂଳକ କାର୍ଯ୍ୟକ୍ରମର ପରିଚାଳନା ଏକ ଚାଲେଞ୍ଜ । ଯଦି ଆମେ ଜନତାଙ୍କୁ ଆମର ସମସ୍ତ କାର୍ଯ୍ୟକ୍ରମର କେନ୍ଦ୍ରରେ ରଖି କାମ କରିବା ଓ ୫-ଟି ନୀତିକୁ ଅନୁସରଣ କରିବା, ଲୋକେ ଚାହୁଁଥିବା ପରିବର୍ତ୍ତନକୁ ଆମେ ନିଶ୍ଚିତ ହାସଲ କରିପାରିବା ।

ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ର, ନଗର ଉନ୍ନୟନ ସଚିବ ଜି.ମାଥିଭାଥନମ, ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର