PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଭିଜିଲାନ୍ସ ପଞ୍ଝାରେ ବିଡିଏ ସେକ୍ସନ ଅଫିସ୍‌ର : ନିଜ ନାଁରେ ଘର, ପତ୍ନୀଙ୍କ ନାଁରେ ପ୍ଲଟ୍

ଭୁବନେଶ୍ବର ୧୮/୧୨: ଭିଜିଲାନ୍ସ ପଞ୍ଝାରେ ବିଡିଏ ସେକ୍ସନ ଅଫିସର । ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ବିଡିଏ ସେକ୍ସନ ଅଫିସର ବିଭୂତି ଭୂଷଣ ରାୟଙ୍କ ଘରେ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍ ଚଢଉ କରିଛି । ଭିଜିଲାନ୍ସ ଟିମ୍ ତାଙ୍କର ବିବିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରର ଯାଞ୍ଚ କରୁଛନ୍ତି । ସ୍ତ୍ରୀଙ୍କ ନାଁରେ ରହିଛି ଅନେକ ଦାମି ପ୍ଲଟ୍ ଏବଂ ବ୍ୟାଙ୍କରେ ଟଙ୍କା

ସୂଚନା ଯୋଗ୍ୟ ଯେ, ଆଜି ସକାଳେ ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ୍ ବିଡିଏ ସେକ୍ସନ ଅଫିସ୍‌ଙ୍କ ଘରେ ଚଢ଼ଉ କରିଛନ୍ତି। ତାଙ୍କୁ ନାଁ ଆୟ ବହିର୍ଭୂତ ସମ୍ପତି ରଖିଥିବା ଅଭିଯୋଗ ହୋଇଛି। ସେ ବେଆଇନ ଭାବେ ବିଡିଏ ପ୍ଲାନ ଦେବା ନାଁ ଅର୍ଥ ହଡପ କରୁଥିବା ଅଭିଯୋଗ ରହିଛି। ତେଣୁ ଭିଜିଲାନ୍ସର ଟିମ୍ ବିଭୂତି ଭୂଷଣ ରାୟଙ୍କ ଭୁବନେଶ୍ବର ବିଡିଏ କାର୍ଯ୍ୟାଳୟ, ଜିଜିପି କଲୋନୀ ସ୍ଥିତ ୩ ମହଲା ବିଶିଷ୍ଟ ଘର, ଝାରପଡା ସ୍ଥିତ ୩ ମହଲା ଘର, ଜଗତସିଂହପୁର ବିରିବାଟି ସ୍ଥିତ ପୈତୃକ ଘରେ ରେଡ୍ କରୁଛି କ୍ରାଇମବ୍ରଞ୍ଚ ଟିମ୍ ।

ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ୭ଟି ବ୍ୟାଙ୍କରେ ଥିବା ଆକାଉଣ୍ଟ ଠାବ ହୋଇଛି । ସେହି ଆକାଉଣ୍ଟ ଗୁଡିକରେ ଲକ୍ଷାଧିକ ଟଙ୍କା ଥିବା ଭିଜିଲାନ୍ସ ପାଖରେ ସୂଚନା ରହିଛି । ୟୁକୋ ବ୍ୟାଙ୍କରେ ଥିବା ଲକର ମଧ୍ୟ ଭିଜିଲାନ୍ସର ହସ୍ତଗତ ହୋଇଛି । ରାଜଧାନୀର ବିଭିନ୍ନ ସ୍ଥାନରେ ବହୁ ମୂଲ୍ୟବାନ୍ ଜମି ତାଙ୍କ ନାଁରେ ଏବଂ  ତାଙ୍କ ପତ୍ନୀଙ୍କ ନାଁରେ ରହିଛି । ଭୁବନେଶ୍ବରର ୪ଟି ସ୍ଥାନରେ ରହିଛି ଘର । ତାଙ୍କ ଘରୁ କାର୍ ଏବଂ ବାଇକ୍ ଠାବ କରିଛି ଭିଜିଲାନ୍ସ ଟିମ୍ । ଆଉ କେଉଁ ସ୍ଥାନରେ ଆୟ ବହିର୍ଭୂତ ସମ୍ପତ୍ତି ସେ ରଖିଛନ୍ତି ତାକୁ ନେଇ ଭିଜିଲାନ୍ସ ଟିମ୍ ଛାନଭିନ୍ କରୁଛି । ଏବେ ସେଠାରେ ରେଡ୍ ଜାରି ରହିଛି।