ବିଡିଓଙ୍କ ଗାଡ଼ି ଓଲଟି ଡ୍ରାଇଭର ଗୁରୁତର

ରାୟଗଡ଼ା ୩୧/୧୦: ରାୟଗଡ଼ା ବ୍ଲକ କାର୍ଯ୍ୟାଳୟର ଗାଡ଼ି ଓଲଟି ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି । ଆହତ ଡ୍ରାଇଭର ହେଲେ ରଞ୍ଜିତ କୁମାର ସାହୁ । ଗାଡ଼ିରେ ଥିବା ବିଡିଓ ରାଜେନ୍ଦ୍ର ମାଝୀ, ଅତିରିକ୍ତ ବିଡିଓ ନୃସିଂହ ଚରଣ ପଟ୍ଟନାୟକ ଏବଂ ପିଇଓ ଅଜିତ ହୋତା ସୁରକ୍ଷିତ ଅଛନ୍ତି । ରଞ୍ଜିତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତିର୍ କରାଯାଇଛି ।

ବରିଷ୍ଠ ସଚିବ ତଥା ରାୟଗଡ଼ା ଜିଲ୍ଲା ପ୍ରଭାରୀ ଅନୁ ଗର୍ଗ ଆଜି ରାୟଗଡ଼ା ବ୍ଲକର ବିଭିନ୍ନ ଗାଁକୁ ଗସ୍ତ କରିଥିଲେ । ତାଙ୍କ ସହିତ ବ୍ଲକ କର୍ତ୍ତୃର୍ପକ୍ଷ ଉକ୍ତ ଗାଡ଼ିରେ ଯାଇଥିଲେ । ଫେରିବାବେଳେ ପାଲେରୁପାଡ଼ୁ ଛକ ନିକଟରେ ଗାଡ଼ିଟି ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା । ପଛରେ ଆସୁଥିବା ଅନ୍ୟ ଗାଡ଼ିରେ ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା।

   ସମ୍ବନ୍ଧିତ ଖବର


ଡଙ୍ଗରିଆଙ୍କ ନାଁରେ ଇ-କମର୍ସ ଠକେଇ, କାର୍ଯ୍ୟାନୁଷ୍ଠାନ ଦାବି କଲେ ଡଙ୍ଗରିଆ ନେତା

ରାୟଗଡା: ସଙ୍ଗରୋଧ କେନ୍ଦ୍ରରେ ମାରପିଟ୍, ଏସିଡ୍ ମାଡରେ ଜଣେ ଗୁରୁତର

ମଦ ଚାଲାଣ କରି ଶିକ୍ଷକ ଗିରଫ, ସ୍କୁଟି ଜବତ

ଲକ୍‌ଡାଉନ୍ ପ୍ରଭାବ: ୨୭୦ କିମି ଚାଲିଚାଲି ଗାଁକୁ ଫେରିଲେ ୭ ଶ୍ରମିକ

ହୋଟେଲରେ ଚଢ଼ାଉ : ୯ ଦାଦନ ଶ୍ରମିକ ଉଦ୍ଧାର, ରଖାଯିବ ଆଇସୋଲେସନରେ

କୁଡ଼ିଆରେ ଶୋଇଥିବା ବେଳେ ଲାଗିଗଲା ନିଆଁ: ସାନ ଭଉଣୀ ମୃତ, ବଡ଼ ଗୁରୁତର