ରାୟ ସପକ୍ଷରେ ନଆସିବାରୁ ବିଚାରପତିଙ୍କୁ ଓକିଲଙ୍କ ଅଭିଶାପ: ‘ତୁମକୁ କରୋନା ହୋଇଯାଉ’

କୋଲକାତା,୮।୪: ନିଜ ପକ୍ଷରେ ରାୟ ନଆସିବାରୁ ଜଣେ ଓକିଲ ହାଇକୋର୍ଟର ବିଚାରପତିକୁ ଦେଇଛନ୍ତି କରୋନା ହେବାର ଅଭିଶାପ। ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣା କୋଲକତା ହାଇକୋର୍ଟରେ ଘଟିଛି। ଏକ ମାମଲାର ଶୁଣାଣି ସମୟରେ ଓକିଲଙ୍କ ସପକ୍ଷରେ ରାୟ ନଆସିବାରୁ ସେ ବିଚାରପତିଙ୍କୁ କହିଥିଲେ, ଯା ତୋତେ କରୋନା ଭାଇରସ୍ ହୋଇଯାଉ’।

ଓକିଲଙ୍କ ଏହି ଖରାପ ଆଚରଣରେ ଅସନ୍ତୁଷ୍ଟ ହୋଇ ବିଚାରପତି ତାଙ୍କ ବିରୋଧରେ ଅବମାନନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦେଶ ଦେଇଛନ୍ତି। ବିଚାରପତି ଦୀପଙ୍କର ଦତ୍ତ କୋର୍ଟର ଗାରିମାକୁ ବଜାୟ ରକିବାରେ ବିଫଳ ରହିବା ତଥା ଏହି ଗାରିମାପୂର୍ଣ୍ଣ ପେଶାର ସଦସ୍ୟ ହିସାବରେ ଆଚରଣ କରିନଥିବାରୁ ଓକିଲ ବିଜୟ ଅଧିକାରୀଙ୍କ ନିନ୍ଦା କରିଛନ୍ତି। ତାଙ୍କୁ ନୋଟିସ ପଠାଇବାର ତାରିଖର ୧୫ ଦିନ ଭିତରେ ଅବମାନନା ନିମୟ ଅନୁସାରେ ଜବାବ୍ ଦେବାକୁ କହିଛନ୍ତି।

ବିଚାରପତି ଦତ୍ତ ଏହି ନିର୍ଦେଶ ଦେଇଛନ୍ତି, ଗ୍ରୀଷ୍ମ ଛୁଟି ପରେ ଯେତେବେଳେ କୋର୍ଟ ଖୋଲିବ ଏହି ମାମଲାର ଉଚିତ ଖଣ୍ଡପୀଠ ଦ୍ବାରା ଶୁଣାଣି କରାଯିବ, ଯାହାଙ୍କ ପାଖରେ ଅପରାଧିକ ଅବମାନନା ମାମଲା ଶୁଣିବାର ଅଧିକାର ରହିବ।କରୋନା ଭାଇରସ୍ ମହାମାରୀ କାରଣରୁ କୋଲକାତା ହାଇକୋର୍ଟ ୧୫ ମାର୍ଚ୍ଚରୁ କେବଳ ଅତ୍ୟାବଶକୀୟ ମାମଲାର ଶୁଣାଣି କରୁଥିଲେ। ୨୫ ମାର୍ଚ୍ଚରୁ ସେ ମାମଲାର ଶୁଣାଣି କେବଳ ଭିଡିଓ କନଫରେନ୍ସିଂ ଜରିଆରେ କରୁଥିଲେ।

ଓକିଲ ଜଣକ ଋଣ ଆଦାୟ ନକରିବା ନେଇ ଏକ ରାଷ୍ଟ୍ରାୟତ ବ୍ୟାଙ୍କ ଦ୍ବାରା ତାଙ୍କର ମୁଦାଲାଙ୍କ ବସ୍ ନିଲାମୀ ଉପରେ ରୋକ ଲଗାଇବାର ଆବେଦନ ଉପରେ ବିଚାରପତି ଦତ୍ତ ଶୁଣାଣି କରୁଥିଲେ। ଏହି ବସକୁ ୧୫ ଜାନୁଆରୀରେ ଜବତ କରାଯିବାର ସୂଚନା ପରେ କୋର୍ଟ ଏହା ଉପରେ ତୁରନ୍ତ ଶୁଣାଣି କରିବାକୁ ମନା କରିଦେଇଥିଲେ। ଯେତେବେଳେ ବିଚାରପତି ନିଜର ରାୟ ଦେବା ଆରମ୍ଭ କରିଥିଲେ, ଏଥିରେ ରାଗିଯାଇ ଓକିଲ  ଜଣକ ତାଙ୍କୁ ଅଭିଶାପ ଦେଇଥିଲେ, ତୋତେ କରୋନା ହୋଇଯାଉ’। ଓକିଲ ଜଣକ ଏଭଳି କରିବା ପରେ ତାଙ୍କୁ ନିଜର ଆଚରଣ ପାଇଁ ଚେତାବନୀ ଦିଆଯିବା ପରେ ମଧ୍ୟ ସେ ଧ୍ୟାନ ଦେଇନଥିଲେ।

   ସମ୍ବନ୍ଧିତ ଖବର


ଏଲ୍‌ଏସି ସୀମା ବିବାଦ ପ୍ରସଙ୍ଗ: ଭାରତ-ଚୀନ ଆଲୋଚନା ବିଫଳ ! ଅନେକ ପର୍ଯ୍ୟାୟ କଥାବାର୍ତ୍ତାରୁ ବାହାରିଲାନି ନିଷ୍କର୍ଷ

ଆଫ୍ରିକାରେ ଅଲ୍‌ କାଏଦା କମାଣ୍ଡର ‘ଅବଦେଲମାଲେକ ଡ୍ରକ୍‌ଡେଲ’ ନିହତ

ଜନଧନ ଖାତାରେ ଏହି ଦିନ ସୁଦ୍ଧା ଆସିବ ଶେଷ କିସ୍ତି, ତାରିଖ ଅନୁସାରେ ମିଳିବ ଟଙ୍କା

ଏମିତି ହେଉଥିଲା ମାଛମଞ୍ଜି ତସ୍କରୀ, ହେଲା ପର୍ଦ୍ଦାଫାଶ

କରୋନା ଭାଇରସ୍ ଆଣ୍ଟିବଡି ସହ ଜନ୍ମନେଲା ଅଦ୍ଭୁତ ଶିଶୁ, ଡାକ୍ତର ଓ ବୈଜ୍ଞାନିକ ମଧ୍ୟ ଆଶ୍ଚର୍ଯ୍ୟ

ଇଟାଲୀକୁ ଟପିଲା ଭାରତ: ୩ ଦିନରେ ୨୯ ହଜାରରୁ ଊର୍ଦ୍ଧ୍ବ ନୂଆ କରୋନା ମାମଲା ଚିହ୍ନଟ