PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର:ହାତୀଦାନ୍ତ ରାକେଟକୁ ମାଡିବସିଲା ଏସ୍ ଟି ଏଫ୍ ଟିମ୍, ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚୁରା ଜାରି, ବଲାଙ୍ଗୀର ରେଞ୍ଜ ଦେଓଗାଁ ଅଞ୍ଚଳରୁ ରାକେଟ ଧରାପଡ଼ିଥିବା ସୂଚନା
  • ||
  • ଭୁବନେଶ୍ୱର ନୟାପଲ୍ଲୀରୁ କଣ୍ଟ୍ରାକ୍ଟ କିଲର ଗିରଫ ମାମଲା , ଦ୍ୱିତୀୟ ପର୍ଯ୍ୟାୟରେ ୪ଦିନିଆ ରିମାଣ୍ଡରେ ଯିବେ ୨ କିଲର( ସମ୍ପଦ ସାହୁ , ପ୍ରଶାନତ ଦାସ), ରିମାଣ୍ଡ ଅନୁମତି ଦେଲେ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟ
  • ||
  • ସମ୍ବଲପୁର ସହରର ଟାଂଗରପାଲିରେ ଟ୍ରକ ଧକ୍କାରେ ଗୋଟିଏ ପରିବାରର ୪ ଗୁରୁତର
  • ||
  • ଆସନ୍ତାକାଲି ସକାଳ ୧୦.୩୦ ଯାଏ ବିଧାନସଭା ମୁଲତବୀ , ସର୍ବଦଳୀୟ ବୈଠକରେ ବାହାରିଲାନି କୌଣସି ନିଷ୍କର୍ଷ ବୋଲି କହିଲେ ବାଚସ୍ପତି
  • ||
  • ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି
  • ||
  • ୧୦ ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ନାକଟିଦେଉଳ: ବାରହା ମାଂସ ଜବତ, ଜନ୍ତୁ ଶିକାର ଅଭିଯୋଗରେ ଶିକାରୀ କୋର୍ଟ ଚାଲାଣ ।
  • ||
  • ଭବାନୀପାଟଣା: ବସ୍‌କୁ ସଜାଡୁଥିଲେ ଡ୍ରାଇଭର, ଅଚାନକ ଗାଡ଼ି ଜେକ ଖସି ଯିବାରୁ ଚକା ତଳେ ଚାପି ହୋଇ ଚାଲିଗଲା ଚାଳକଙ୍କ ଜୀବନ
  • ||
  • ପୁରୀ: ପୁରୀ ଅଜମେର ଟ୍ରେନରେ ଧୂଆଁ, ଗୋଟିଏ ଘଣ୍ଟା ବିଳମ୍ବ
  • ||
  • ଖୋର୍ଦ୍ଧା: ଭିଜିଲାନ୍ସ ଜାଲରେ ଧରାପଡିଲେ ଖୋର୍ଦ୍ଧା ସହକାରୀ ଯନ୍ତ୍ରୀ, ଜଣେ ଠିକାଦରଙ୍କଠୁ ୧୦ ହଜାର ଲାଞ୍ଚ ନେବା ବେଳେ ଧରାପଡିଲେ
  • ||
  • ଭୁବନେଶ୍ଵର : ଷଷ୍ଠ ଦିନରେ ବିଧାନସଭା ଅଚଳ, ବିରୋଧୀଙ୍କ ଘଣ୍ଟ ମାଡ଼ରେ କମ୍ପିଲା ଗୃହ, ଗଙ୍ଗା ଜଳ ଛିଞ୍ଚିଲା ବିଜେଡି
  • ||
  • ତେଲକୋଇ : ତେଲକୋଇ ଫରେଷ୍ଟ ବିଟ୍‌ରେ ହାତୀ ଉପଦ୍ରବ, ନଷ୍ଟକଲେ ଏକର ଏକର ଧାନ ଫସଲ
  • ||
  • ବାଲିକୁଦା : ବିଦ୍ୟୁତ୍ ଟ୍ରାନ୍ସଫର୍ମର ଲୁଟ୍ କରିବା ବେଳେ ଧରାପଡ଼ିଲେ ୩ ଚୋର, ଖୋର୍ଦ୍ଧାରେ ବିକ୍ରି କରୁଥିଲେ ଚୋରି ଯନ୍ତ୍ରାଂଶ
  • ||
  • କଟକ : ଭିଜିଲାନ୍ସ ଜାଲରେ OSAP ସିପାହୀ, ନଗଦ ୨ ଲକ୍ଷ ୯୪ ହଜାର ଟଙ୍କା ଜବତ
  • ||
  • କଳାହାଣ୍ଡି : ରୋଗୀ ଆଣିବାକୁ ଯିବାବେଳେ ଦୁର୍ଘଟଣା, ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଲା ଆମ୍ବୁଲାନ୍ସ
  • ||
  • ଭୁବନେଶ୍ଵର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଆଉ ୧୫୧ ଜଣ କରୋନା ପଜିଟିଭ ଚିହ୍ନଟ, ଆଉ ଜଣଙ୍କ ଜୀବନ ନେଲା କୋଭିଡ୍
  • ||
  • ଗଜପତି: ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ, ୩ ଲୁଟେରାଙ୍କୁ ଗୋଡାଇ ଗୋଡାଇ କାବୁ କଲା ପୋଲିସ
  • ||
  • ଚାନ୍ଦବାଲି: ସ୍ଥାୟୀ ଘରଡିହ ପଟା ପାଇଁ ଦାବି କରିବାରୁ ବାସହରା ହେଲେ ୧୧ ପରିବାର, ରାଜରାସ୍ତାରେ ଶୀତ କାକରରେ କଟୁଛି ଜୀବନ
  • ||
  • ବୁର୍ଲା: ଭିମସାରରେ ୨ ଛାତ୍ରଛାତ୍ରୀଙ୍କ ଠାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ
  • ||
  • ପାରଳାଖେମୁଣ୍ଡି: ଭିଜିଲାନ୍ସ ପଞ୍ଝାରେ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||

ଏହି ଖାଦ୍ୟ ବଢାଇଥାଏ ଆୟୁଷ – ୧୦୦ ବର୍ଷ ବଞ୍ଚୁଛନ୍ତି ଏହି ଦେଶର ଲୋକ

ଦୀର୍ଘାୟୁ ହେବା ପାଇଁ ଆବଶ୍ୟକ ଖାଦ୍ୟ ଉପରେ ଗବେଷକମାନେ ନିକଟରେ ଏକ ଅଧ୍ୟୟନ କରିଛନ୍ତି । ଅଧ୍ୟୟନର ତଥ୍ୟ ଅନୁସାରେ, ବହୁତ ବୁଝି
ବିଚାରି ଖାଉଥିବା ବ୍ୟକ୍ତିଙ୍କ ମୃତ୍ୟୁ ହାରରେ ୧୭ ପ୍ରତିଶତ ହ୍ରାସ ଏବଂ ହୃଦ୍‌ରୋଗ ଜନିତ ମୃତ୍ୟୁରେ ୨୮ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ସେମାନେ ଲକ୍ଷ
କରିଛନ୍ତି । ଗବେଷକମାନେ ଦୀର୍ଘ ଜୀବନ ଓ ଏକ ସ୍ୱତନ୍ତ୍ର ଖାଦ୍ୟ ମଧ୍ୟରେ ମଜବୁତ ସମ୍ପର୍କ ପାଇଛନ୍ତି ।

ବିନ୍ସକୁ ଦୀର୍ଘ ଜୀବନର ରହସ୍ୟ ବୋଲି ସେମାନେ କହିଛନ୍ତି । ସବୁଜ ବିନ୍ସ ସହିତ ରାଜମା ଓ ଲୋବିୟା ମଧ୍ୟ ବିନ୍ସ ଶ୍ରେଣୀଭୁକ୍ତ । ବିନ୍ସ ଖାଇବା ଦ୍ୱାରା ଶରୀରକୁ କି କି ପ୍ରକାର ଲାଭ ମିଳେ ସେ ବିଷୟରେ ଗବେଷକମାନେ ସୂଚନା ଦେଇଛନ୍ତି । ସେମାନେ ବିଶ୍ୱର ବ୍ଲୁ ଜୋନ୍‌ ଉପରେ ଅଧ୍ୟୟନ କରିଥିଲେ । ବ୍ଲୁ ଜୋନ୍‌ ସେହି କ୍ଷେତ୍ର, ଯେଉଁଠି ଲୋକେ ଅତିକମ୍‌ରେ ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି । ସେମାନଙ୍କ ଖାଦ୍ୟପେୟ ଓ ଜୀବନଶୈଳୀରେ ଅନେକ ପ୍ରକାର ସମାନତା ଜଣାପଡ଼ିଛି ।


ତନ୍ମଧ୍ୟରେ ଗୋଟିଏ ହେଉଛି ବିନ୍ସ । ଦ ଆମେରିକାନ୍‌ ଜର୍ଣ୍ଣାଲ ଅଫ୍‌ ଲାଇଫ୍‌ଷ୍ଟାଇଲ୍‌ ମେଡିସିନ୍‌ ଅନୁସାରେ, ଖାଦ୍ୟପେୟ ସହିତ ଏ କ୍ଷେତ୍ରର
ଲୋକେ ଅଧିକ ଚଲାବୁଲା କରିବାରେ ଅଭ୍ୟସ୍ତ । ଲକ୍ଷ୍ୟ ସ୍ଥିର କରି ସେମାନେ କାମ କରନ୍ତି ଏବଂ ଏକ୍‌ଦମ ମାମୁଲି ମାତ୍ରାରେ ମଦ୍ୟପାନ କରନ୍ତି ।
ସେମାନେ ସବୁଜ ବିନ୍ସ ଓ ପରିବା ଖାଇବା ଉପରେ ମଧ୍ୟ ଅଧିକ ଧ୍ୟାନ ଦିଅନ୍ତି । ବ୍ଲୁ ଜୋନ୍‌ରେ ଦୀର୍ଘ ଜୀବନ ନିର୍ବାହ କରୁଥିବା ଲୋକମାନେ
ପ୍ରତ୍ୟେକ ଦିନ ପ୍ରାୟ ୧ କପ୍‌ ବିନ୍ସ ନିଶ୍ଚୟ ଖାଆନ୍ତି । ବିନ୍ସରେ ଭରପୂର ପ୍ରୋଟିନ୍‌ ଓ ଫାଇବର ରହିଛି । ଏଥିରେ ଆଦୌ ଚର୍ବି ନାହିଁ ।

ଜେରୋଣ୍ଟୋଲୋଜିକାଲ୍‌ ସୋସାଇଟି ଅଫ୍‌ ଆମେରିକା ଅନୁସାରେ, ପର୍ଯ୍ୟାପ୍ତ ମାତ୍ରାର ଫାଇବର ଦୀର୍ଘ ଓ ସୁସ୍ଥ ଜୀବନ ସହ ସଂଶ୍ଳିଷ୍ଟ । ଏହା ଅବସାଦ, ଉଚ୍ଚ ରକ୍ତଚାପ, ମଧୁମେହ ଓ ଡିମେନ୍‌ସିୟା ଆଶଙ୍କା କମାଏ । ବିନ୍ସରେ ପଲିଫେନଲ୍‌ ନାମକ ମଜବୁତ ଆଣ୍ଟିଅକ୍ସିଡାଣ୍ଟ ଅଛି, ଯାହା ସୁସ୍ଥ ଉପାୟରେ
ବୟସ ବଢ଼ାଇଥାଏ । ଏହା ଆଣ୍ଟି ଇନ୍‌ଫ୍ଲାମେଟୋରି, ଆଣ୍ଟି ଡାଏବିଟିକ୍‌ ହେବା ସହିତ ମେଦବୃଦ୍ଧି ଏବଂ ହୃତ୍‌ପିଣ୍ଡ ସମ୍ପର୍କିତ ଆଶଙ୍କା ହ୍ରାସ କରେ ।

ସମ୍ବନ୍ଧିତ ଖବର