ଗଣଦୁଷ୍କର୍ମ ପରେ ବିଉଟି କୁଇନଙ୍କୁ ହତ୍ୟା, ହୋଟେଲର ବାଥରୁମ୍ ଭିତରୁ ମିଳିଲା ମୃତଦେହ

ମାନିଲା,୧୪।୧: ଫିଲିପାଇନ୍ସରେ ଜଣେ ବିଉଟି କୁଇନଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ମାମଲା ସାମନାକୁ ବସିଛି।  ଏହି ଘଟଣା ସାରା ଦେଶରେ  ଚାଞ୍ଚଲ୍ୟ ଖେଳାଲି ଦେଇଛି। ଲୋକମାନେ ଏହି ବିଉଟି କୁଇନ ଜଣଙ୍କୁ ନ୍ୟାୟ ଦେବା ପାଇଁ ସୋସିଆଳ ମିଡିଆରେ ଅଭିଯାନ ଆରମ୍ଭ କରିଦେଇଛନ୍ତି। ମୃତ ଯୁବତୀଙ୍କ ମୃତଦେହ ହୋଟେଲର ବାଥରୁମ୍ ଭିତରୁ ମିଳିଥିଲା। ପୋଲିସ ତଦନ୍ତ ଆରମ୍ଭ କରିବା ପରେ ଜଣାପଡିଥିଲା କ୍ରିଷ୍ଟିନଙ୍କ ସହିତ ଗଣଦୁଷ୍କର୍ମ କରାଯିବା ପରେ ହତ୍ୟା କରାଯାଇଛି।

୨୩ ବର୍ଷୀୟ କ୍ରିଷ୍ଟିନ୍ ବିଉଟି କୁଇନ୍ ରହିସାରିଛନ୍ତି। ଏହା ସହିତ ସେ ଆଜିକାଲି ଫିଲିପାଇନ୍ସର ଏୟାରଲାଇନ୍ସରେ ଫ୍ଲାଇଟ୍ ଆଟେଣ୍ଡାଣ୍ଟ ଭାବରେ କାମ କରୁଛନ୍ତି। ତାଙ୍କର ମୃତଦେହ ସହରର ଏକ ଚାରି ତାରକା ବିଶିଷ୍ଟ ହୋଟେଲର ବାଥରୁମ୍ ଭିତରୁ ମିଳିଥିଲା। ମୃତଦେହରେ ଅନେକ ଗଭୀର କ୍ଷତ ଚିହ୍ନ ରହିଛି।

କ୍ରିଷ୍ଟିନ୍‌ଙ୍କୁ କୌଣସି ଧାରୁବ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରାଯାଇଥିବା ଆଶଙ୍କା କରାଯାଉଛି। ପୋଲିସ ମୃତଦେହକୁ ଯାଞ୍ଚ ପାଇଁ ପଠାଇ ଦେଇଛି। ଏବେ କୁହାଯାଉଛି ଯେ, ଅଟୋପ୍ସି ରିପୋର୍ଟ ଆସିବା ପରେ ମାମଲାକୁ ନେଇ ଆହୁରି ଅନେକ ଖୁଲାସା ହୋଇପାରେ। ଉଲ୍ଲେଖନୀୟ ଯେ, କ୍ରିଷ୍ଟ୍ରିନ ଦଭାଓ ସହରରେ ଜନ୍ମହୋଇଥିଳେ। ୨୦୧୭ରେ ସେ ମିସ୍ ସିଲଭା ଦଭାଓର ରନରଅପ୍ ରହିସାରିଛନ୍ତି। ସେ ମାଟିୟା ଏନଜି ଦାଭୋ ୨୦୧୯ର ଫାଇନାଲିଷ୍ଟ ମଧ୍ୟ ରହିସାରିଛନ୍ତି। ଗଣଦୁଷ୍କର୍ମ ଓ ହତ୍ୟା ମାମଳାରେ ୧୧ ଜଣଙ୍କର ସମ୍ପୃକ୍ତି ଥିବା ନେଇ ପୋଲିସ କହିଛି। ସେମାନଙ୍କ ଭିତରୁ ୩ ଜଣଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି। ସୋସିଆଲ ମିଡିଆ ସହିତ ଟୁଇଟରରେ ଖୁବ୍ #justiceforchristinedacera ଟ୍ରେଣ୍ଡ କରୁଛି।